Advertisment

T20 World Cup: ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଶତକ, ବିଶ୍ୱକପରେ ଇତିହାସ ସୃଷ୍ଟି କଲେ କାନାଡାର ଯୁବରାଜ

୧୯ ବର୍ଷୀୟ ବାମହାତୀ ବ୍ୟାଟର ଯୁବରାଜ କାନାଡା ପାଇଁ ‌ଏମ ଚିଦାମ୍ବରମ ଷ୍ଟାଡିୟମରେ ମାତ୍ର ୫୮ଟି ବଲରେ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି। ବିଶ୍ୱକପରେ ସର୍ବକନିଷ୍ଠ ଖେଳାଳି ଭାବେ ଶତକ ହାସଲ କରିବାର ରେକର୍ଡ ପୂର୍ବରୁ ପାକିସ୍ତାନର ବ୍ୟାଟର ଅହମଦ ଶେହଜାଦଙ୍କ ନାଁରେ ଥିଲା।

author-image
Hemant Lenka
Canada

ଶତକ ପରେ ଯୁବରାଜ ସାମରା

କାନାଡା ଓପନର ଯୁବରାଜ ସାମରା ଚଳିତ ଟି-୨୦ ବିଶ୍ୱକପ(T20 World Cup)ରେ ଇତିହାସ ସୃଷ୍ଟି କରିଛନ୍ତି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଆଜି ଗ୍ରୁପ ପର୍ଯ୍ୟାୟର ଶେଷ ମ୍ୟାଚ୍‌ ଖେଳୁଥିବା କାନାଡା ପାଇଁ ଶତକ ମାରିଛନ୍ତି ଯୁବରାଜ। ଏହି ଶତକ ପରେ ସେ ଆଇସିସି ପୁରୁଷ ଟି-୨୦ ବିଶ୍ୱକପରେ ନୂଆ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି। ସେ ବିଶ୍ୱକପ ଇତିହାସର ସର୍ବକନିଷ୍ଠ ଖେଳାଳି ଭାବେ ଶତକ ହାସଲ କରିବାକୁ ସକ୍ଷମ ହୋଇଛନ୍ତି। 

Advertisment

୧୯ ବର୍ଷୀୟ ବାମହାତୀ ବ୍ୟାଟର ଯୁବରାଜ କାନାଡା ପାଇଁ ‌ଏମ ଚିଦାମ୍ବରମ ଷ୍ଟାଡିୟମରେ ମାତ୍ର ୫୮ଟି ବଲରେ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି। ବିଶ୍ୱକପରେ ସର୍ବକନିଷ୍ଠ ଖେଳାଳି ଭାବେ ଶତକ ହାସଲ କରିବାର ରେକର୍ଡ ପୂର୍ବରୁ ପାକିସ୍ତାନର ବ୍ୟାଟର ଅହମଦ ଶେହଜାଦଙ୍କ ନାଁରେ ଥିଲା।

ସେ ୨୨ ବର୍ଷ ଓ ୧୨୭ ଦିନ ବୟସରେ ଶତକ ହାସଲ କରିଥିଲେ। ଶେହଜାଦ ୨୦୧୪ ମସିହା ଟି-୨୦ ବିଶ୍ୱକପରେ ବାଂଲାଦେଶ ବିପକ୍ଷ ମିରପୁରରେ ଶତକ ମାରିଥିଲେ। ୧୨ ବର୍ଷ ଧରି ଟି-୨୦ ବିଶ୍ୱକପରେ ସର୍ବକନିଷ୍ଠ ଶତକଧାରୀ ରେକର୍ଡ ଶେହବାଜଙ୍କ ନାଁରେ ରହିଥିଲା।  

Advertisment

ହେଲେ ଆଜି ଯୁବରାଜ ତାଙ୍କ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ୧୯ ବର୍ଷ ଓ ୧୪୧ ଦିନ ବୟସରେ ସେ ଟି-୨୦ ବିଶ୍ୱକପରେ ଶତକ ହାସଲ କରିଛନ୍ତି। ଟୁର୍ଣ୍ଣାମେଣ୍ଟରେ ସର୍ବକନିଷ୍ଠ ଖେଳାଳି ଭାବେ ଶତକ ହାସଲ କରିବାର ରେକର୍ଡ ନିଜ ନାଁରେ କରି ଦେଇଛନ୍ତି।

ଏଥିସହ ସେ ଆସୋସିଏଟ ଦେଶର ପ୍ରଥମ ଖେଳାଳି ଭାବେ ପୁରୁଷ ଟି-୨୦ ବିଶ୍ୱକପରେ ମଧ୍ୟ ପ୍ରଥମ ଶତକଧାରୀ ବନି ଯାଇଛନ୍ତି। ଯୁବରାଜ ଆଜି ୬୫ ବଲରେ ୧୧୦ ରନର ଇନିଂସ ଖେଳିଛନ୍ତି। ଏହି ଇନିଂସରେ ତାଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ୧୧ଟ ଚୌକା ଓ ୬ଟି ଛକା। 

ଅନ୍ୟପକ୍ଷରେ ଚଳିତ ବିଶ୍ୱକପରେ ଯୁବରାଜ ଦ୍ୱିତୀୟ ଖେଳାଳି ଭାବେ ଶତକ ମାରିଛନ୍ତି। ତାଙ୍କ ପୂର୍ବରୁ ସୋମବାର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଶ୍ରୀଲଙ୍କାର ପଥୁମ ନିଶଙ୍କା ଶତକ ମାରିଥିଲେ। ଏହା ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ବିଶ୍ୱକପ ଇତିହାସରେ କୌଣସି ଖେଳାଳିଙ୍କ ପ୍ରଥମ ଶତକ ଥିଲା। ଏହି ଶତକ ଯୋଗୁ ଶ୍ରୀଲଙ୍କା ବିଜୟ ହେବା ସହ ଅଷ୍ଟ୍ରେଲିଆକୁ ବିଶ୍ୱକପରୁ ବିଦା ହେବା ସ୍ଥିତିରେ ପହଞ୍ଚାଇ ଦେଇଛି। 

ବିଶ୍ୱକପ ଇତିହାସରେ ସର୍ବକନିଷ୍ଠ ଶତକଧାରୀ 

୧- ଯୁବରାଜ ସାମରା(କାନାଡା) ବନାମ ନ୍ୟୁଜିଲ୍ୟାଣ୍ଡ - ୧୯ ବର୍ଷ ୧୪୧ ଦିନ ବୟସ

୨- ଅହମଦ ଶେହଜାଦ(ପାକିସ୍ତାନ) ବନାମ ବାଂଲାଦେଶ- ୨୨ ବର୍ଷ ୧୨୭ ଦିନ ବୟସ 

୩- ସୁରେଶ ରାଇନା(ଭାରତ) ବନାମ ଦକ୍ଷିଣ ଆଫ୍ରିକା – ୨୩ ବର୍ଷ ୧୫୬ ଦିନ ବୟସ 

୪- ଆଲେକ୍ସ ହେଲ୍ସ(ଇଂଲଣ୍ଡ) ବନାମ ଶ୍ରୀଲଙ୍କା – ୨୫ ବର୍ଷ ୮୩ ଦିନ ବୟସ 

୫- ଗ୍ଲେପ ଫିଲିପ୍ସ(ନ୍ୟୁଜିଲ୍ୟାଣ୍ଡ) ବନାମ ଶ୍ରୀଲଙ୍କା – ୨୫ ବର୍ଷ ୩୨୭ ଦିନ ବୟସ 

T20 World Cup