Advertisment

ଆରମ୍ଭ ହେଲା WPL: ମୁମ୍ବାଇକୁ ୧୭୨ ରନର ଟାର୍ଗେଟ ଦେଲା ଦିଲ୍ଲୀ

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଦିଲ୍ଲୀ ଆଲିସ କାପସୀଙ୍କ ବିସ୍ଫୋରକ ୭୫ ରନ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୭୧ ରନ କରିଛି। ଫଳରେ ମୁମ୍ବାଇକୁ ମ୍ୟାଚ୍‌ ଜିତିବା ପାଇଁ ୧୭୨ ରନର ଟାର୍ଗେଟ ମିଳିଛି।

WPL

WPL

Advertisment

ରଙ୍ଗାରଙ୍ଗା କାର୍ଯ୍ୟକ୍ରମ ସହ ଆଜି ଠାରୁ ଆରମ୍ଭ ହୋଇଛି ମହିଳା ପ୍ରିମିୟର ଲିଗ ବା WPLର ଦ୍ୱିତୀୟ ସଂସ୍କରଣ। ପ୍ରଥମ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସର ମୁକାବିଲା ରନର୍ସଅପ ଦିଲ୍ଲୀ କ୍ୟାପିଟାଲ୍ସ ସହ ହେଉଛି।

Advertisment

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଦିଲ୍ଲୀ ଆଲିସ କାପସୀଙ୍କ ବିସ୍ଫୋରକ ୭୫ ରନ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୭୧ ରନ କରିଛି। ଫଳରେ ମୁମ୍ବାଇକୁ ମ୍ୟାଚ୍‌ ଜିତିବା ପାଇଁ ୧୬୨ ରନର ଟାର୍ଗେଟ ମିଳିଛି।

କାପସୀଙ୍କ ବ୍ୟତିତ ଜେମିମା ରୋଡ୍ରିଗସ ମଧ୍ୟ ୨୪ ବଲରେ ୪୨ ରନର ଇନିଂସ ଖେଳିଛନ୍ତି। ବେଙ୍ଗାଲୁରୁରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ମେଗ ଲାନିଙ୍ଗଙ୍କ ଦିଲ୍ଲୀ ଆରମ୍ଭରୁ ଶେଫାଳି ବର୍ମା(୧)ଙ୍କୁ ହରାଇଥିଲା। କିନ୍ତୁ ଏହାପରେ ଲାନିଙ୍ଗ ଓ କାପସୀ ସ୍ଥିତି ସମ୍ଭାଳିଥିଲେ। ବିଶେଷ କରି କାପସୀଙ୍କ ବ୍ୟାଟରୁ ବଡ଼ବଡ଼ ଶଟ ସବୁ ଦେଖିବାକୁ ମିଳିଥିଲା।

Advertisment

ଲାନିଙ୍ଗ ଓ କାପସୀ ୧୦ ଓଭର ସୁଦ୍ଧା ଦଳୀୟ ସ୍କୋରକୁ ୬୭ ରନରେ ପହଞ୍ଚାଇ ଦେଇଥିଲେ। ଏତିକି ବେଳେ ଅଭିଜ୍ଞ ନାଟ ସ୍କିଭର ବ୍ରଣ୍ଟ ୨୫ ବଲରେ ୩୧ ରନ କରିଥିବା ମେଗ ଲାନିଙ୍ଗଙ୍କୁ ଆଉଟ କରିଥିଲେ। ଏହାପରେ କାପସୀ ଭାରତର ଜେମିମା ରୋଡ୍ରିଗସଙ୍କୁ ସାଥୀ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଏଥିସହ WPLର ଦ୍ୱିତୀୟ ସଂସ୍କରଣର ପ୍ରଥମ ମ୍ୟାଚ୍‌ରେ ହିଁ ଅର୍ଦ୍ଧଶତକ ହାସଲ କରିଥିଲେ।

ଅର୍ଦ୍ଧଶତକ ହାସଲ କରିବା ପରେ ତାଙ୍କ ବ୍ୟାଟରୁ ବଡ଼ ଶଟ ସବୁ ଦେଖିବାକୁ ମିଳିଥିଲା। ଜେମିମା ମଧ୍ୟ କିଛି ବଡ଼ ଶଟ ଖେଳିଥିଲେ। ଉଭୟ ମିଳିତ ଭାବେ ତୃତୀୟ ୱିକେଟ ପାଇଁ ଦଳୀୟ ସ୍କୋରକୁ ୬୭ରୁ ନେଇ ସିଧା ୧୪୧ରେ ପହଞ୍ଚାଇ ଦେଇଥିଲେ।

ଏତିକି ବେଳେ ୫୩ ବଲରେ ୭୫ ରନ କରିଥିବା କାପସୀଙ୍କୁ ଆମେଲିଆ କେର ଆଉଟ କରି ମୁମ୍ବାଇକୁ ତୃତୀୟ ସଫଳତା ଦେଇଥିଲେ। କାପସୀ ତାଙ୍କର ୭୫ ରନର ଇନିଂସରେ ୮ଟି ଚୌକା ଓ ୩ଟି ଛକା ମାରିଛନ୍ତି।

କାପସୀଙ୍କ ପରେ ଜେମିମା ଆଉ କିଛି ବଡ଼ ଶଟ ଖେଳିଥିଲେ। କିନ୍ତୁ ୧୯ତମ ଓଭର ବୋଲିଂ କରୁଥିବା ନାଟ ସ୍କିଭର ତାଙ୍କୁ ଆଉଟ କରି ଦେଇଥିଲେ। ସେ ୨୪ ବଲରେ ୪୨ ରନର ଇନିଂସ ଖେଳିଛନ୍ତି। ଏଥିରେ ୫ଟି ଚୌକା ଓ ୨ଟି ଛକା ରହିଛି। ୧୯ ଓଭର ଶେଷ ସୁଦ୍ଧା ଦିଲ୍ଲୀର ସ୍କୋର ୧୫୭ ରହିଥିଲା। ଶେଷ ଓଭର ବୋଲିଂ କରିବାକୁ ଆସିଥିଲେ କେର।

ତାଙ୍କର ପ୍ରଥମ ବଲକୁ ଅଲରାଉଣ୍ଡର ମାରିଜାନେ କାପ୍ପ ଚୌକା ମାରିଥିଲେ। ଦ୍ୱିତୀୟ ବଲରୁ ମଧ୍ୟ ପୁଣି ଗୋଟିଏ ଚୌକା ମିଳିଥିଲା। ତୃତୀୟ ବଲରେ କାପ୍ପ ୨ ରନ ହାସଲ କରିଥିଲେ। ୪ର୍ଥ ବଲ ଡଟ ହୋଇଥିଲା। ୫ମ ବଲରେ କାପ୍ପ ଆଉଟ ଗୋଟିଏ ଚୌକା ମାରିଥିଲେ। ଏଥିସହ ଦଳୀୟ ସ୍କୋରକୁ ୧୭୦ ପାର କରାଇଥିଲେ।

ଶେଷ ବଲରେ କିନ୍ତୁ କାପ୍ପ ଷ୍ଟମ୍ପିଂ ହୋଇ ଯାଇଥିଲେ। କାପ୍ପ ୯ ବଲରେ ୧୬ ରନ କରି ଦିଲ୍ଲୀର ୫ମ ବ୍ୟାଟର ଭାବେ ଆଉଟ ହୋଇଥିଲେ। ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୭୧ ରନ କରିଛି। ଏବେ ମୁମ୍ବାଇକୁ ମ୍ୟାଚ୍‌ ଜିତିବା ପାଇଁ ୧୭୨ ରନର ଟାର୍ଗେଟ ମିଳିଛି।

WPL Women Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe