Advertisment

ଇଂଲଣ୍ଡ ମାଟିରେ ଶୁବମନ ଗିଲଙ୍କ ଐତିହାସିକ ଦୁଇ ଶତକ

ସେ ଭାରତର ପ୍ରଥମ ଟେଷ୍ଟ ଅଧିନାୟକ ଭାବେ ଇଂଲଣ୍ଡ ମାଟିରେ ଐତିହାସିକ ଦୁଇ ଶତକ ହାସଲ କରିଛନ୍ତି

Gill

Gill

Advertisment

ଇଂଲଣ୍ଡ ମାଟିରେ ଇତିହାସ ରଚିଛନ୍ତି ଭାରତର ନୂଆ ଟେଷ୍ଟ ଅଧିନାୟକ ଶୁବମନ ଗିଲ। ସେ ବିରାଟ କୋହଲିଙ୍କ ସମେତ ଅନେକ କିମ୍ବଦନ୍ତୀ କ୍ରିକେଟରଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି। ସେ ଭାରତର ପ୍ରଥମ ଟେଷ୍ଟ ଅଧିନାୟକ ଭାବେ ଇଂଲଣ୍ଡ ମାଟିରେ ଐତିହାସିକ ଦୁଇ ଶତକ ହାସଲ କରିଛନ୍ତି। ଏଜବାଷ୍ଟନରେ ଖେଳା ଯାଉଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ଗିଲ ଶତକ ହାସଲ କରିଥିଲେ।

Advertisment

ଦ୍ୱିତୀୟ ଦିନର ଲଞ୍ଚ ପୂର୍ବରୁ ଦୁଇ ୧୫୦ ରନ ପୂରଣ କରିଥିବା ଗିଲ ଏହାପରେ ଡବଲ ଟନ୍‌ ହାସଲ କରିଛନ୍ତି। ଏହା ଗିଲଙ୍କ ଟେଷ୍ଟ କ୍ୟାରିୟରର ପ୍ରଥମ ଦୁଇ ଶତକ। ସେହିପରି ଇଂଲଣ୍ଡ ମାଟିରେ କ୍ୟାପ୍ଟେନ ହିସାବରେ ସେ ଭାରତ ପାଇଁ ପ୍ରଥମଥ ଦୁଇ ଶତକ ହାସଲ କରିଛନ୍ତି। ଦୁଇ ଶତକ ମାରି ସେ ମହମ୍ମଦ ଆଝାରୁଦ୍ଦିନଙ୍କ ସର୍ବକାଳୀନ ରେକର୍ଡକୁ ଭାଙ୍ଗି ଦେଇଛନ୍ତି।

ଆଝାରୁଦ୍ଦିନ ଭାରତର ଟେଷ୍ଟ କ୍ୟାପ୍ଟେନ ଭାବେ ଇଂଲଣ୍ଡ ମାଟିରେ ୧୭୯ ରନ କରିଥିଲେ। ଏବେ ଗିଲ ତାଙ୍କ ରେକର୍ଡକୁ ପଛରେ ପକାଇ ଦେଇଛନ୍ତି। ସେହିପରି ସେନା ଦେଶ (ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା) ଆଝାରୁଦ୍ଦିନଙ୍କ ୧୯୨ ରନର ରେକର୍ଡକୁ ମଧ୍ୟ ଗିଲ ଅତିକ୍ରମ କରି ଯାଇଛନ୍ତି। ଆଝାରୁଦ୍ଦିନ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୧୯୨ ରନର ଇନିଂସ ଖେଳିଥିଲେ। ଆଜି ଏଜବାଷ୍ଟରେ ଗିଲ ବେଶ ଦମଦାର ଢଙ୍ଗରେ ବ୍ୟାଟିଂ କରି ଦୁଇ ଶତକ ହାସଲ କରିଛନ୍ତି।

Advertisment

ଦୁଇ ଶତକ ହାସଲ କରିବା ପୂର୍ବରୁ ହିଁ ଏଜବାଷ୍ଟନରେ ଗିଲ କିଙ୍ଗ କୋହଲିଙ୍କ ରେକର୍ଡକୁ ପଛରେ ପକାଇ ଦେଇଥିଲେ। ଏଜବାଷ୍ଟନରେ ବିରାଟ ଭାରତ ପାଇଁ ସର୍ବାଧିକ ୧୪୯ ରନର ଇନିଂସ ଖେଳିଥିଲେ। ୨୦୧୮ରେ ତାଙ୍କ ବ୍ୟାଟରୁ ଏଭଳି ରନ ଦେଖିବାକୁ ମିଳିଥିଲା। କିନ୍ତୁ ଗିଲ ୧୫୦ ରନ କରିବା କ୍ଷଣି ଏଜବାଷ୍ଟନରେ ଭାରତ ପାଇଁ ସର୍ବାଧିକ ବ୍ୟକ୍ତିଗତ ରନ କରିଥିବା ଖେଳାଳି ବନି ଯାଇଥିଲେ। 

ଏହାପରେ ସେ ଐତିହାସିକ ମାଇଲଖୁଣ୍ଟ ଦିଗରେ ବଢ଼ିଥିଲେ। ଶେଷରେ ଜୋଶ ଟଙ୍ଗଙ୍କ ବଲରେ ୧ ରନ ହାସଲ କରି ଗିଲ ନିଜ ଟେଷ୍ଟ କ୍ୟାରିୟରର ପ୍ରଥମ ଓ ଭାରତର ଟେଷ୍ଟ କ୍ୟାପ୍ଟେନ ଭାବେ ଇଂଲଣ୍ଡ ମାଟିରେ ଦୁଇ ଶତକ ହାସଲ କରିବାର ରେକର୍ଡ ନିଜ ନାଁରେ କରିଥିଲେ। ସେ ଭାରତର ପ୍ରଥମ କ୍ୟାପ୍ଟେନ ଓ ତୃତୀୟ ଭାରତୀୟ ଭାବେ ଇଂଲଣ୍ଡ ମାଟିରେ ଦୁଇ ଶତକ ହାସଲ କରିଛନ୍ତି।

ଗିଲଙ୍କ ପୂର୍ବରୁ ୧୯୭୯ରେ ସୁନୀଲ ଗାଭାସ୍କର ଓଭାଲରେ ୨୨୧ ରନ ଓ ୨୦୦୨ରେ ରାହୁଲ ଡ୍ରାଭିଡ ସେହି ଓଭାଲରେ ୨୧୭ ରନର ଇନିଂସ ଖେଳିଥିଲେ। ଏବେ ଗିଲ ଏହି ଦୁଇ ଶତକ କ୍ଲବରେ ସାମିଲ ହୋଇଛନ୍ତି। ଗିଲଙ୍କ ପଛକୁ ସଚିନ ତେନ୍ଦୁଲକର(୧୯୩) ଓ ରବି ଶାସ୍ତ୍ରୀ (୧୮୭) ରହିଛନ୍ତି। 

India Vs England Test Cricket Shubaman Gill
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe