Advertisment

ଆଉ ଟି-୨୦ ବିଶ୍ୱକପ୍ ଜିତିପାରିବେନି ବିରାଟ୍ କୋହଲି

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ପରେ ବିରାଟ୍ କୋହଲି ଏହି ଫର୍ମାଟର କ୍ୟାପଟେନ୍ ପଦରୁ ଇସ୍ତଫା ଦେବେ। ଟୁର୍ଣ୍ଣାମେଣ୍ଟରେ ରବିବାର ଖେଳାଯାଇଥିବା ଏକ ମୁକାବିଲାରେ ନ୍ୟୁଜିଲ୍ୟାଣ୍ଡ ୮ ୱିକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ଏଥିସହ ଭାରତ ଟି-୨୦ ବିଶ୍ୱକପରୁ ବାଦ୍ ପଡ଼ିଛି। କ୍ୟାପଟେନ୍ ଭାବେ କୋହଲି ଏବେ ଟି-୨୦ ବିଶ୍ୱକପ୍ ଟାଇଟଲ ଆଉ ଜିତିପାରିବେ ନାହିଁ। ସେ ଆଇପିଏଲ୍ ଟିମ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର କ୍ୟାପଟେନ୍ ମଧ୍ୟ ଛାଡ଼ି ସାରିଛନ୍ତି। କ୍ୟାପଟେନ୍ ଭାବେ କୋହଲି ଆଇପିଏଲର ଟାଇଟଲ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଆଉ ଟି-୨୦ ବିଶ୍ୱକପ୍ ଜିତିପାରିବେନି ବିରାଟ୍ କୋହଲି

virat-kohli

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ପରେ ବିରାଟ୍ କୋହଲି ଏହି ଫର୍ମାଟର କ୍ୟାପଟେନ୍ ପଦରୁ ଇସ୍ତଫା ଦେବେ। ଟୁର୍ଣ୍ଣାମେଣ୍ଟରେ ରବିବାର ଖେଳାଯାଇଥିବା ଏକ ମୁକାବିଲାରେ ନ୍ୟୁଜିଲ୍ୟାଣ୍ଡ ୮ ୱିକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ଏଥିସହ ଭାରତ ଟି-୨୦ ବିଶ୍ୱକପରୁ ବାଦ୍ ପଡ଼ିଛି। କ୍ୟାପଟେନ୍ ଭାବେ କୋହଲି ଏବେ ଟି-୨୦ ବିଶ୍ୱକପ୍ ଟାଇଟଲ ଆଉ ଜିତିପାରିବେ ନାହିଁ। ସେ ଆଇପିଏଲ୍ ଟିମ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର କ୍ୟାପଟେନ୍ ମଧ୍ୟ ଛାଡ଼ି ସାରିଛନ୍ତି। କ୍ୟାପଟେନ୍ ଭାବେ କୋହଲି ଆଇପିଏଲର ଟାଇଟଲ ମଧ୍ୟ ଜିତିପାରିନାହାନ୍ତି। ତେବେ କ୍ୟାପଟେନ୍ ଭାବେ କୋହଲି ଆସନ୍ତାକାଲି ତାଙ୍କର ଶେଷ ମ୍ୟାଚ୍ ଖେଳିବେ।

Advertisment

ବିରାଟ୍ କୋହଲି କ୍ୟାପଟେନ୍ ଓ ଖେଳାଳି ଭାବେ ଟି-୨୦ ବିଶ୍ୱକପ୍ ଜିତିବାରେ ବିଫଳ ହୋଇଛନ୍ତି। ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନର ରେକର୍ଡ କୋହଲିଙ୍କ ନାଁରେ ରହିଛି, କିନ୍ତୁ ଟି-୨୦ ବିଶ୍ୱକପ୍ ଟାଇଟଲ ନଜିତିବାର ଦୁଃଖ ତାଙ୍କୁ ସବୁବେଳେ ବ୍ୟଥିତ କରିବ। ଭାରତ ୨୦୦୭ରେ ଟି-୨୦ ବିଶ୍ୱକପ୍ ଟାଇଟଲ୍ ଜିତିଥିଲା। ସେତେବେଳେ କୋହଲି ଭାରତୀୟ ଟିମରେ ନଥିଲେ। ଆସନ୍ତାବର୍ଷ ଆଉ ଏକ ଟି-୨୦ ବିଶ୍ୱକପ୍ ଅଷ୍ଟ୍ରେଲିଆରେ ଆୟୋଜିତ ହେବ। ଆଉ ସେଥିରେ ନୂଆ କ୍ୟାପଟେନ୍ ଟିମର ନେତୃତ୍ୱ ନେବେ। ରୋହିତ୍ ଶର୍ମାଙ୍କୁ ଭାରତର ନୂଆ କ୍ୟାପଟେନ୍ କରାଯାଇପାରେ। ରାହୁଲ୍ ଦ୍ରାବିଡଙ୍କୁ ଟିମର ନୂଆ କୋଚ୍ କରାଯାଇଛି।

ଚଳିତ ଟି-୨୦ ବିଶ୍ୱକପର ସେମିଫାଇନାଲିଷ୍ଟ ଚୂଡ଼ାନ୍ତ ହୋଇଛନ୍ତି। ଇଂଲଣ୍ଡ, ଅଷ୍ଟ୍ରେଲିଆ, ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ଅନ୍ତିମ-୪ରେ ସ୍ଥାନ ହାସଲ କରିଛନ୍ତି। ଇଂଲଣ୍ଡ ୨୦୧୦ରେ ଚାମ୍ପିୟନ୍ ହୋଇଥିବା ବେଳେ ପାକିସ୍ତାନ ୨୦୦୯ରେ ବିଜେତା ହୋଇଥିଲା। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ଏପର୍ଯ୍ୟନ୍ତ ଟାଇଟଲ୍ ଜିତିପାରିନାହାନ୍ତି। ଏଭଳି ସ୍ଥିତିରେ ଏଥର ନୂଆ ଚାମ୍ପିୟନ୍ ଦେଖିବାକୁ ମିଳିପାରେ। ୱେଷ୍ଟଇଣ୍ଡିଜ୍ ସର୍ବାଧିକ ଦୁଇଥର ଟାଇଟଲ୍ ଜିତିଛି। ଶ୍ରୀଲଙ୍କା ଓ ଭାରତ ଥରେ ଲେଖାଏ ଚାମ୍ପିୟନ୍ ହୋଇଛନ୍ତି।

Advertisment

ଚଳିତ ବିଶ୍ୱକପରେ ପାକିସ୍ତାନ ଏକମାତ୍ର ଟିମ୍, ଯିଏ ଗୋଟିଏ ବି ମ୍ୟାଚ୍ ହାରିନାହିଁ। ଟିମ୍ ଏପର୍ଯ୍ୟନ୍ତ ଖେଳିଥିବା ୪ଟି ଯାକ ମ୍ୟାଚ୍ ଜିତିଛି। ଶନିବାର ଇଂଲଣ୍ଡ ତା’ର ଶେଷ ଲିଗ୍ ମ୍ୟାଚରେ ଦକ୍ଷିଣ ଆଫ୍ରିକା ନିକଟରୁ ପରାସ୍ତ ହୋଇଥିଲା। ଏଥିସହ ଇଂଲଣ୍ଡ ଟୁର୍ଣ୍ଣାମେଣ୍ଟରେ ୫ରୁ ୪ ମ୍ୟାଚ୍ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି।

ICCT20 World Cup 2021