Advertisment

ଆଇପିଏଲ: ନିଜର କ୍ୟାପ୍ଟେନମାନଙ୍କୁ ରିଲିଜ କଲେ ଏହି ୫ ଦଳ

୨୦୨୪ରେ କୋଲକାତା ଆଇପିଏଲ ଟ୍ରଫି ଜିତିଥିବା ବେଳେ ଶ୍ରେୟସ ଆୟର କ୍ୟାପ୍ଟେନ ରହିଥିଲେ। କିନ୍ତୁ ତାଙ୍କୁ ଦଳ ମେଗା ଅକ୍ସନ ପୂର୍ବରୁ ରିଲିଜ କରି ଦେଇଛି।

IPL

IPL

Advertisment

ବହୁ ପ୍ରତିକ୍ଷୀତ ଆଇପିଏଲ ୨୦୨୫ର ମେଗା ଅକ୍ସନ ପୂର୍ବରୁ ଆଜି ୧୦ ପ୍ରାଞ୍ଚାଇଜ ସେମାନଙ୍କର ରିଟେନସନ ତାଲିକା ପ୍ରକାଶ କରିଛନ୍ତି। ତାଲିକାରେ ପ୍ରାଞ୍ଚାଇଜଗୁଡ଼ିକ ଅପ୍ରତ୍ୟାଶିତ ଭାବେ କିଛି ବଡ଼ ଖେଳାଳିଙ୍କୁ ରିଲିଜ କରିଥିବା ବେଳେ ଆଉ କିଛି ଖେଳାଳିଙ୍କୁ ବଡ଼ ପରିମାଣର ଟଙ୍କା ଦେଇ ନିଜ ପାଖରେ ରଖିଛନ୍ତି। ହେଲେ ୧୦ ପ୍ରାଞ୍ଚାଇଜ ମଧ୍ୟରୁ ଏମିତି ୫ ଜଣ ଅଛନ୍ତି ଯେଉଁମାନେ ନିଜ ନିଜର ଅଧିନାୟକମାନଙ୍କୁ ମଧ୍ୟ ରଖି ନାହାନ୍ତି।

Advertisment

୨୦୨୪ରେ କୋଲକାତା ଆଇପିଏଲ ଟ୍ରଫି ଜିତିଥିବା ବେଳେ ଶ୍ରେୟସ ଆୟର କ୍ୟାପ୍ଟେନ ରହିଥିଲେ। କିନ୍ତୁ ତାଙ୍କୁ ଦଳ ମେଗା ଅକ୍ସନ ପୂର୍ବରୁ ରିଲିଜ କରି ଦେଇଛି। ସେହିପରି ଲକ୍ଷ୍ନୌ ସୁପର ଜାଏଣ୍ଟସ ନିଜର ଅଧିନାୟକ କେଏଲ ରାହୁଲଙ୍କୁ ଛାଡ଼ି ଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ଋଷଭ ପନ୍ତଙ୍କୁ ନିଜ ସହ ରଖିନାହିଁ।

ଟ୍ରଫି ପାଇଁ ସଂଘର୍ଷ କରୁଥିବା ଆରସିବି ଫାଫ ଡୁପ୍ଲେସିସଙ୍କୁ ଛାଡ଼ି ବିରାଟ କୋହଲିଙ୍କୁ ପୁଣି ଅଧିନାୟକ କରିବ ବୋଲି ଜଣାପଡ଼ିଛି। ଏହାବାଦ ପଞ୍ଜାବ କିଙ୍ଗସ ଅଧିନାୟକ ଶିଖର ଧୱନଙ୍କୁ ରିଲିଜ କରି ଦେଇଛି। ଏହାର ଅର୍ଥ ଏହି ସବୁ ପ୍ରାଞ୍ଚାଇଜ ଗୁଡ଼ିକ ନୂଆ ଚେହେରାଙ୍କୁ ନେତୃତ୍ୱର ମଙ୍ଗ ଦେବେ ବୋଲି ମେଗା ଅକ୍ସନ ପୂର୍ବରୁ ସ୍ପଷ୍ଟ କରି ଦେଇଛନ୍ତି।

Advertisment

ଲକ୍ଷ୍ନୌ ରାହୁଲଙ୍କୁ ରିଲଜ କରିଥିବା ବେଳେ ନିକୋଲ୍ସ ପୂରନଙ୍କୁ ୨୧ କୋଟି ଟଙ୍କା ଦେଇ ନିଜ ପାଖରେ ରଖିଛି। ଏହାର ଅର୍ଥ ପୂରନ ଲକ୍ଷ୍ନୌର ଅଧିନାୟକ ହେବା ଏକପ୍ରକାରର ନିଶ୍ଚିତ ହୋଇଛି। ଆରସିବିର ଅଧିନାୟକ ପଦ ବିରାଟ ୨୦୨୧ ପରେ ଛାଡ଼ିଥିଲେ। ଏବେ ସେ ଫାଫଙ୍କ ସ୍ଥାନ ନେବେ। ହେଲେ କୋଲକାତା, ପଞ୍ଜାବ ଓ ଦିଲ୍ଲୀର କ୍ୟାପ୍ଟେନ କିଏ ହେବେ, ସେକଥା ଜଣାପଡ଼ିନି।

ଏହି ୩ ପ୍ରାଞ୍ଚାଇଜ ରିଟେନ କରିଥିବା ଖେଳାଳିଙ୍କ ମଧ୍ୟରେ କ୍ୟାପ୍ଟେନ୍ସି ନେବାର ଦକ୍ଷତା କାହା ପାଖରେ ନାହିଁ। ଅବଶ୍ୟ ଦିଲ୍ଲୀ ଅକ୍ଷର ପଟେଲଙ୍କ ଉପରେ ଦାୟିତ୍ୱ ହସ୍ତାନ୍ତର କରିପାରେ। ହେଲେ ପଞ୍ଜାବ ଓ କୋଲକାତା କାହାକୁ କମାଣ ଦେଉଛନ୍ତି, ତା’ ଉପରେ ନଜର ରହିଛି।

ଅନ୍ୟପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ପୂର୍ବ ବର୍ଷ ଭଳି ହାର୍ଦ୍ଦିକ ପାଣ୍ଡ୍ୟା ନେବେ। ହାଇଦ୍ରାବାଦ ପାଟ କମିନ୍ସଙ୍କୁ ୧୮ କୋଟି ଟଙ୍କା ଦେଇ ରିଟେନ କରିଛି। ଚେନ୍ନାଇ ଋତୁରାଜ ଗାଏକ୍ୱାଡଙ୍କୁ ୧୮ କୋଟି ଟଙ୍କା ଦେଇ ରଖିଥିବା ବେଳେ ଗୁଜରାଟ ଶୁବମନ ଗିଲଙ୍କୁ ରିଟେନ କରିଛି। ରାଜସ୍ଥାନ ରୟାଲ୍ସ ମଧ୍ୟ ନିଜର ଅଧିନାୟକ ସଞ୍ଜୁ ସାମସନଙ୍କୁ ୧୮ କୋଟି ଟଙ୍କାରେ ନିଜ ପାଖରେ ରଖିଛି।

Shreyas Iyer IPL 2025 IPL Rishabh Pant KL Rahul
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe