carlos-brathwaight
ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ କ୍ରିକେଟ୍ ଟିମର ଅଲରାଉଣ୍ଡର କାର୍ଲସ୍ ବ୍ରାଥୱେଟ୍ ନିଜ ଝିଅର ନାଁ ଐତିହାସିକ କ୍ରିକେଟ୍ ଗ୍ରାଉଣ୍ଡ ଇଡେନ ଗାର୍ଡେନ୍ସ ରଖିଛନ୍ତି। ୨୦୧୬ରେ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଅନୁଷ୍ଠିତ ଆଇସିସି ଟି-୨୦ ବିଶ୍ୱକପ୍ ଫାଇନାଲରେ ଇଂଲଣ୍ଡର ବେନ୍ ଷ୍ଟୋକ୍ସଙ୍କୁ ଲଗାତର ୪ଟି ଛକା ମାରି ବ୍ରାଥୱେଟ୍ ୱେଷ୍ଟଇଣ୍ଡିଜକୁ ଚାମ୍ପିୟନ୍ କରାଇଥିଲେ। ଏହି ଐତିହାସିକ ସଫଳତା ପାଇଁ ସେ ନିଜ ଝିର ନାଁ ଇଡେନ୍ ଗାର୍ଡେନ୍ସ ରଖିଛନ୍ତି।
୩୩ ବର୍ଷୀୟ ବ୍ରାଥୱେଟ୍ ନିଜ ଝିଅର ନାମକରଣର ଘୋଷଣା କରିବା ପାଇଁ ଇନଷ୍ଟାଗ୍ରାମର ସହାୟତା ନେଇଛନ୍ତି। ସେ ଏଥିରେ ଉଲ୍ଲେଖ କରିଛନ୍ତି ଯେ କୋଲକାତାର ଇଡେନ୍ ଗାର୍ଡେନ୍ସ ନାମରେ ତାଙ୍କ ଝିଅର ନାଁ ଇଡେନ୍ ରୋଜ୍ ରଖିଛନ୍ତି, ଯାହା ତାଙ୍କ କ୍ରିକେଟ୍ କ୍ୟାରିୟରର ସବୁଠାରୁ ସ୍ମରଣୀୟ ଭେନ୍ୟୁ ଥିଲା। ବ୍ରାଥୱେଟ୍ କ୍ୟାପସନ୍ ସହ ନିଜ ଝିଅର ଫଟୋ ଶେଆର୍ କରିଛନ୍ତି।
ବ୍ରାଥୱେଟ୍ ଲେଖିଛନ୍ତି, ନାମ ମନେ ରଖନ୍ତୁ ଇଡେନ୍ ରୋଜ୍ ବ୍ରାଥୱେଟ୍। ଏହି ଅବସରରେ ସେ ନିଜ ଝିଅକୁ କହିଛନ୍ତି, ତୁମେ ଅପେକ୍ଷା କରିବା ଯୋଗ୍ୟ ଥିଲ। ଆପଣ ବହୁତ ସୁନ୍ଦର। ଡ୍ୟାଡି ତୁମକୁ ଅନ୍ତରରୁ ଭଲପାଇବା ପାଇଁ ପ୍ରତିଶ୍ରୁତି କରିଛନ୍ତି। ସେହିପରି ବ୍ରାଥୱେଟ୍ ନିଜ ପତ୍ନୀଙ୍କ ପ୍ରଶଂସା କରି କହିଛନ୍ତି, ତୁମେ ବହୁତ ମଜଭୁତ୍ ଏବଂ ସୁନ୍ଦର ପତ୍ନୀ। ମୁଁ ଜାଣିଛି ତୁମେ ଜଣେ ଭଲ ମା’ ହେବ। ମୁଁ ତୁମ ଦୁହିଁଙ୍କୁ ବହୁତ ଭଲପାଏ।
ବ୍ରାଥୱେଥ୍ ୨୦୧୯ରେ ଭାରତରେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ବ୍ରାଥୱେଟ୍ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ, କୋଲକାତା ନାଇଟ୍ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳିଛନ୍ତି। ସେହିପରି ବିଗ୍ ବ୍ୟାଶ୍ ଲିଗରେ ସେ ସିଡନୀ ସିକ୍ସର୍ସ ଦଳ ପକ୍ଷରୁ ଖେଳିଛନ୍ତି। ଆଗାମୀ ଆଇପିଏଲ୍ ନିଲାମ ପାଇଁ ସେ ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/02/carlos-brathwaight.jpg)