Advertisment

ବିରାଟ କୋହଲିଙ୍କ ପବ୍ ବିରୁଦ୍ଧରେ ମାମଲା ରୁଜୁ

ଚିନ୍ନାସ୍ୱାମୀ ଷ୍ଟାଡିୟମ ନିକଟରେ ଥିବା One8 କମ୍ୟୁନ ପବ୍ ସମେତ ଅନ୍ୟାନ୍ୟ ପ୍ରତିଷ୍ଠାନ ବିରୋଧରେ ମାମଲା ରୁଜୁ।

Virat Kohli

Virat Kohli

Advertisment

କ୍ରିକେଟର ବିରାଟ କୋହଲିଙ୍କ ମାଲିକାନାରେ ଥିବା One8 କମ୍ୟୁନ ପବ୍ ବିରୋଧରେ ମାମଲା ରୁଜୁ। ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଚିନ୍ନାସ୍ୱାମୀ ଷ୍ଟାଡିୟମ ନିକଟରେ ଥିବା One8 କମ୍ୟୁନ ପବ୍ ସମେତ MG ରୋଡରେ ଥିବା ଅନ୍ୟାନ୍ୟ ପ୍ରତିଷ୍ଠାନ ବିରୋଧରେ ମାମଲା ରୁଜୁ କରିଛି ବେଙ୍ଗାଲୁରୁ ପୁଲିସ।

Advertisment

କେନ୍ଦ୍ରାଞ୍ଚଳ ଡିସିପିଙ୍କ କହିବା ଅନୁସାରେ, ଏହି ପବଗୁଡିକ ବିଳମ୍ବିତ ରାତି ପ୍ରାୟ ୧.୩୦ ପର୍ଯ୍ୟନ୍ତ ଖୋଲା ରହୁଥିଲା। କିନ୍ତୁ ପବ୍ ଖୋଲା ରହିବା ପାଇଁ ରାତି ଗୋଟାଏ ପର୍ଯ୍ୟନ୍ତ ନିୟମ ରହିଛି। ଏହା ସାଙ୍ଗକୁ ପବରେ ଉଚ୍ଚ ସ୍ୱରରେ ମ୍ୟୁଜିକ୍ ବଜା ଯାଉଥିବା ମଧ୍ୟ ଅଭିଯୋଗ ଆସିଛି।

ବର୍ତ୍ତମାନ ଏହି ସବୁ ପବ୍ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି। ପୁଲିସ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଛି। ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ଅଧିକାରୀ କହିଛନ୍ତି।

Advertisment

ପ୍ରକାଶ ଥାଉକି, ବିରାଟ କୋହଲିଙ୍କ ମାଲିକାନାରେ ଥିବା One8 କମ୍ୟୁନ ପବର ବ୍ରାଞ୍ଚ ଦିଲ୍ଲୀ, ମୁମ୍ବାଇ, ପୁଣେ ଏବଂ କୋଲକାତା ଭଳି ଅନ୍ୟ ମେଟ୍ରୋ ସହରରେ ରହିଛି। ଗତ ବର୍ଷ ଡିସେମ୍ବରରେ ବେଙ୍ଗାଲୁରୁରେ ଏହାର ଶାଖା ଆରମ୍ଭ କରାଯାଇଥିଲା। ଚିନ୍ନାସ୍ୱାମୀ ଷ୍ଟାଡିୟମ ନିକଟରେ ଥିବା ରତ୍ନମ କମ୍ପ୍ଲେକ୍ସର ଷଷ୍ଠ ମହଲାରେ One8 କମ୍ୟୁନ ପବର ବ୍ରାଞ୍ଚ ରହିଛି।

ଗତ ବର୍ଷ ତାମିଲନାଡୁର ଜଣେ ବ୍ୟକ୍ତି ସୋଶାଲ ମିଡ଼ିଆ ଏକ୍ସ ପୋଷ୍ଟରେ ପବ୍ ବିରୁଦ୍ଧରେ ଅଭିଯୋଗ ଆଣିଥିଲେ। ତାଙ୍କ ପୋଷାକ ପରିଧାନକୁ ନେଇ ପବକୁ ଯିବାକୁ ବାରଣ କରା ଯାଇଥିବା ସେ ଅଭିଯୋଗ କରିଥିଲେ। ଏପରିକି ପବର ଟ୍ରିଟମେଣ୍ଟ ତାଙ୍କୁ ଆଘାତ ଦେଇଥିବା ଏବଂ ସେ ନିରାଶ ହୋଇଥିବା କହିଥିଲେ। 

ଗତ ବର୍ଷ ମଧ୍ୟ ପବ୍ ସମ୍ବନ୍ଧୀୟ ମାମଲା ଦିଲ୍ଲୀ ହାଇକୋର୍ଟରେ ପହଞ୍ଚି ଥିଲା। ଦିଲ୍ଲୀ ହାଇକୋର୍ଟ One8 କମ୍ୟୁନକୁ ଉଚ୍ଚ ସ୍ୱରରେ ଗୀତ ବଜାଇବା ଉପରେ ବାରଣ କରିଥିଲେ। 

Virat Kohli Bengaluru Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe