Advertisment

ନଗେଶ ଟ୍ରଫି ପାଇଁ ଓଡ଼ିଶା ଦୃଷ୍ଟିବାଧିତ କ୍ରିକେଟ୍ ଟିମ୍ ଘୋଷିତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ୧୭ରୁ ୨୫ ତାରିଖ ଯାଏ ଅନୁଷ୍ଠିତ ହେବ ଜାତୀୟ ଦୃଷ୍ଟିବାଧିତ ଟି-୨୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ନଗେଶ ଟ୍ରଫି। ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ପାଇଁ ୧୬ ଜଣିଆ ଓଡ଼ିଶା ଦଳର ଘୋଷଣା କରାଯାଇଛି। ଟିମର ନେତୃତ୍ୱ ନେବେ ମହମ୍ମଦ ଜାଫର ଇକବାଲ। ଗତ ସଂସ୍କରଣରେ ରନର୍ସଅପ୍ ହୋଇଥିବା ଓଡ଼ିଶା ଟିମ୍ ଏଥର ବିଜେତା ହେବାକୁ ଲକ୍ଷ୍ୟ ରଖିଛି। ସେଥିପାଇଁ ସିଏଭିଆଇ ଏକ ମଜଭୁତ୍ ଟିମର ଘୋଷଣା କରିଛି। ଓଡ଼ିଶା ଟିମରେ ୬ ଜଣ […]

ଅଦ୍ୟତନ ହୋଇଛି
ନଗେଶ ଟ୍ରଫି ପାଇଁ ଓଡ଼ିଶା ଦୃଷ୍ଟିବାଧିତ କ୍ରିକେଟ୍ ଟିମ୍ ଘୋଷିତ

ODISHA

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ୧୭ରୁ ୨୫ ତାରିଖ ଯାଏ ଅନୁଷ୍ଠିତ ହେବ ଜାତୀୟ ଦୃଷ୍ଟିବାଧିତ ଟି-୨୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ନଗେଶ ଟ୍ରଫି। ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟ ପାଇଁ ୧୬ ଜଣିଆ ଓଡ଼ିଶା ଦଳର ଘୋଷଣା କରାଯାଇଛି। ଟିମର ନେତୃତ୍ୱ ନେବେ ମହମ୍ମଦ ଜାଫର ଇକବାଲ।

Advertisment

ଗତ ସଂସ୍କରଣରେ ରନର୍ସଅପ୍ ହୋଇଥିବା ଓଡ଼ିଶା ଟିମ୍ ଏଥର ବିଜେତା ହେବାକୁ ଲକ୍ଷ୍ୟ ରଖିଛି। ସେଥିପାଇଁ ସିଏଭିଆଇ ଏକ ମଜଭୁତ୍ ଟିମର ଘୋଷଣା କରିଛି। ଓଡ଼ିଶା ଟିମରେ ୬ ଜଣ ଅନ୍ତର୍ଜାତୀୟ ଖେଳାଳିଙ୍କୁ ସାମିଲ କରାଯାଇଛି। ଟୁର୍ଣ୍ଣାମେଣ୍ଟରେ ମୋଟ ୨୪ଟି ଟିମ୍ ଭାଗ ନେଉଥିବା ବେଳେ ଏମାନଙ୍କୁ ୪ଟି ଗ୍ରୁପରେ ଭାଗ କରାଯାଇଛି। ପ୍ରତି ଗ୍ରୁପରୁ ୨ଟି ଲେଖାଏ ଟିମ୍ କ୍ୱାର୍ଟର୍ ଫାଇନାଲକୁ କ୍ୱାଲିଫାଏ କରିବେ। ଓଡ଼ିଶା ଟିମ୍ ଗ୍ରୁପ୍-ବି’ରେ ସ୍ଥାନ ପାଇଛି। ଏହି ଗ୍ରୁପରେ ଓଡ଼ିଶା ବ୍ୟତୀତ ହରିୟାଣା, ଝାଡ଼ଖଣ୍ଡ, ତାମିଲନାଡୁ, ଦିଲ୍ଲୀ ଓ ଉତ୍ତର ପ୍ରଦେଶ ରହିଛନ୍ତି।

ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ତା’ର ପ୍ରଥମେ ମ୍ୟାଚରେ ତାମିଲନାଡୁକୁ ନଭେମ୍ବର ୧୭ ତାରିଖରେ ଭେଟିବ। ଏହା ପରେ ଓଡ଼ିଶା ଝାଡ଼ଖଣ୍ଡକୁ ୧୮ରେ, ଦିଲ୍ଲୀକୁ ୧୯ରେ, ଉତ୍ତର ପ୍ରଦେଶକୁ ୨୦ ଏବଂ ହରିୟାଣାକୁ ୨୧ ତାରିଖରେ ଭେଟିବ। କ୍ୱାର୍ଟର୍ ଫାଇନାଲ୍ ମୁକାବିଲା ନଭେମ୍ବର ୨୩ ତାରିଖରେ ଖେଳାଯିବ। ସେହିପରି ସେମିଫାଇନାଲ୍ ୨୪ ଏବଂ ଫାଇନାଲ୍ ୨୫ ତାରିଖରେ ଅନୁଷ୍ଠିତ ହେବ।

Advertisment

ଓଡ଼ିଶା ସ୍କ୍ୱାଡ୍: ମହମ୍ମଦ ଜାଫର୍ ଇକବାଲ୍ (କ୍ୟାପଟେନ୍), ତପନ କୁମାର ଗୌଡ, ଦେବରାଜ ବେହେରା, ଅନୀଲ ମଲ୍ଲିକ, ଆକାଶ ରାଉତ, ସିଙ୍ଗରାଇ ମାଝୀ, ନକୁଳ ବଡ଼ନାୟକ, ଲାଲପ୍ରସାଦ ସୋରେନ୍, ଅର୍ଜୁନ ଭତ୍ରା, ସୁଖରାଜ ମାଝୀ (ୱିକେଟ୍ କିପର), ପଙ୍କଜ ଭୁଏ (ଭାଇସ୍ କ୍ୟାପଟେନ୍), ଲିଙ୍ଗରାଜ ରାଉତରା, ଧନପତି ଗୌଡ (ୱିକେଟ୍ କିପର), ଚନ୍ଦ୍ରଶେଖର ପଟ୍ଟନାୟକ (କୋଚ୍) ଓ ଦେବାଶିଷ ଜେନା (ସହକାରୀ କୋଚ୍)।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe