Advertisment

ମନ୍ଧାନାଙ୍କ ରେକର୍ଡ ଓ କୌରଙ୍କ ବିସ୍ଫୋରକ ଶତକ: ସିରିଜ କବଜା କଲା ଭାରତ

ଆଜିର ମ୍ୟାଚ୍‌ରେ ସ୍ମୃତି ମନ୍ଧାନାଙ୍କ ରେକର୍ଡ ଶତକ ପରେ ଅଧିନାୟକ ହରମନପ୍ରୀତ କୌର ବିସ୍ଫୋରକ ସେଞ୍ଚୁରୀ ହାସଲ କରିଥିଲେ। ଫଳରେ ଭାରତୀୟ ଟିମ ନିର୍ଦ୍ଧାରିତ ୫୦ ଓଭରରେ ୩ ୱିକେଟ ହରାଇ ୩୨୫ ରନ କରିଥିଲା।

author-image
Hemant Lenka
Kaur

Kaur

ପୁଣିଥରେ ଦକ୍ଷିଣ ଆଫ୍ରିକାକୁ ହରାଇଛି ଭାରତୀୟ ମହିଳା ଦଳ। ବେଙ୍ଗାଲୁରୁରେ ଖେଳା ଯାଉଥିବା ଦ୍ୱିତୀୟ ଦିନିକଆରେ ଭାରତୀୟ ଟିମ ମାତ୍ର ୪ ରନରେ ଭ୍ରମଣକାରୀ ଟିମକୁ ମାତ ଦେଇଛି। ଏହି ବିଜୟ ସହ ଭାରତୀୟ ଦଳ ୩ ଟିକିଆ ସିରିଜକୁ ଆଗୁଆ ୨-୦ରେ କବଜା କରି ନେଇଛି।

Advertisment

ଆଜିର ମ୍ୟାଚ୍‌ରେ ସ୍ମୃତି ମନ୍ଧାନାଙ୍କ ରେକର୍ଡ ଶତକ ପରେ ଅଧିନାୟକ ହରମନପ୍ରୀତ କୌର ବିସ୍ଫୋରକ ସେଞ୍ଚୁରୀ ହାସଲ କରିଥିଲେ। ଫଳରେ ଭାରତୀୟ ଟିମ ନିର୍ଦ୍ଧାରିତ ୫୦ ଓଭରରେ ୩ ୱିକେଟ ହରାଇ ୩୨୫ ରନ କରିଥିଲା। ମନ୍ଧାନା ୧୨୦ ବଲରେ ୧୩୬ ଓ କୌର ୮୮ ବଲରେ ଅପରାଜିତ ୧୦୩ ରନର ଇନିଂସ ଖେଳିଥିଲେ।

ପ୍ରଥମ ଦିନିକିଆରେ ମଧ୍ୟ ମନ୍ଧାନା ଶତକ ହାସଲ କରିଥିଲେ। ସେ ପ୍ରଥମ ଭାରତୀୟ ଭାବେ କ୍ରମାଗତ ଦୁଇଟି ମ୍ୟାଚ୍‌ରେ ଶତକ ହାସଲ କରିବାର ରେକର୍ଡ କରିଛନ୍ତି। ବୋଲିଂରେ ମଧ୍ୟ ମନ୍ଧାନା ଆଜି କମାଲ କରିଛନ୍ତି। ସେ ୧୧ ବର୍ଷ ପରେ ପ୍ରଥମଥର ବୋଲିଂ କରି ୱିକେଟ ଦଖଲ କରିଛନ୍ତି।

Advertisment

ଭାରତ ଦେଇଥିବା ୩୨୬ ରନ ଟାର୍ଗେଟକୁ ପିଛା କରୁଥିବା ଦକ୍ଷିଣ ଆଫ୍ରିକା ମହିଳା ଦଳ ୬୭ ରନରେ ୩ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। କିନ୍ତୁ ଅଧିନାୟକ ଲୌରା ୱଲଭାରଡଟ ଶେଷ ଯାଏ ଲଢ଼େଇ କରିଥିଲେ। ତାଙ୍କୁ ଅଭିଜ୍ଞ ମାରିଜାନେ କାପ୍ପ ସାଥ ଦେଇଥିଲେ। କାପ୍ପ ୧୧୪ ରନ କରି ଆଉଟ ହୋଇଥିଲେ ହେଁ ଲୌରା ଶେଷ ଯାଏ ୧୩୫ ରନ କରି ଅପରାଜିତ ରହିଥିଲେ। କିନ୍ତୁ ସେ ମ୍ୟାଚ୍‌ ଶେଷ କରି ପାରି ନଥିଲେ।

ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ ହରାଇ କେବଳ ୩୨୧ ରନ କରିବାକୁ ସକ୍ଷମ ହୋଇଥିଲା। ଭାରତୀୟ ଟିମ ୪ ରନରେ ମ୍ୟାଚ୍‌ ଜିତି ସିରିଜକୁ ୨-୦ରେ କବଜା କରି ନେଇଛି। ବିସ୍ଫୋରକ ଶତକୀୟ ଇନିଂସ ଖେଳିଥିବା କୌର ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଛନ୍ତି।

ଭାରତ ପାଇଁ ପୂଜା ବସ୍ତ୍ରକର ଓ ଦୀପ୍ତି ଶର୍ମା ୨ଟି ଲେଖାଏ ୱିକେଟ ନେଇଥିବା ବେଳେ ଅରୁନ୍ଧତି ରେଡ୍ଡୀ, ମନ୍ଧାନା ଗୋଟିଏ ଲେଖାଏ ସଫଳତା ପାଇଛନ୍ତି। ଶେଷ ଦିନିକିଆ ରବିବାର ଖେଳାଯିବ।

Indian Cricket Team Women Cricket Team India Indian Women Cricket Team