Advertisment

୧୦୦୦ତମ ଦିନିକିଆରେ ଭାରତର ଦମଦାର ବୋଲିଂ, ୱେଷ୍ଟଇଣ୍ଡିଜ୍ ୧୭୬ ରନରେ ଅଲଆଉଟ୍

ଅହମଦାବାଦ: ଅନ୍ତର୍ଜାତୀୟ ଦିନିକିଆରେ ଭାରତୀୟ କ୍ରିକେଟ୍ ଟିମ୍ ତା’ର ୧୦୦୦ତମ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ଭେଟିଛି। ଅହମଦାବାଦରେ ଖେଳାଯାଉଥିବା ଏହି ଐତିହାସିକ ମ୍ୟାଚରେ ଭାରତୀୟ ବୋଲରମାନେ ଦମଦାର ପ୍ରଦର୍ଶନ କରି ଭ୍ରମଣକାରୀ ଟିମକୁ ୪୩.୫ ଓଭରରେ୧୭୬ ରନରେ ଅଲଆଉଟ୍ କରିଦେଇଛି। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଜେସନ୍ ହୋଲ୍ଡର ସର୍ବାଧିକ ୫୭ ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିନାହାନ୍ତି। ଭାରତ ପକ୍ଷରୁ ୟୁଜବେନ୍ଦ୍ର ଚହଲ ୪ଟି ଓ ୱାଶିଂଟନ୍ ସୁନ୍ଦର ୩ଟି ୱିକେଟ୍ ହାସଲ କରିଛନ୍ତି। […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
୧୦୦୦ତମ ଦିନିକିଆରେ ଭାରତର ଦମଦାର ବୋଲିଂ, ୱେଷ୍ଟଇଣ୍ଡିଜ୍ ୧୭୬ ରନରେ ଅଲଆଉଟ୍

india

ଅହମଦାବାଦ: ଅନ୍ତର୍ଜାତୀୟ ଦିନିକିଆରେ ଭାରତୀୟ କ୍ରିକେଟ୍ ଟିମ୍ ତା’ର ୧୦୦୦ତମ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ଭେଟିଛି। ଅହମଦାବାଦରେ ଖେଳାଯାଉଥିବା ଏହି ଐତିହାସିକ ମ୍ୟାଚରେ ଭାରତୀୟ ବୋଲରମାନେ ଦମଦାର ପ୍ରଦର୍ଶନ କରି ଭ୍ରମଣକାରୀ ଟିମକୁ ୪୩.୫ ଓଭରରେ୧୭୬ ରନରେ ଅଲଆଉଟ୍ କରିଦେଇଛି। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଜେସନ୍ ହୋଲ୍ଡର ସର୍ବାଧିକ ୫୭ ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିନାହାନ୍ତି। ଭାରତ ପକ୍ଷରୁ ୟୁଜବେନ୍ଦ୍ର ଚହଲ ୪ଟି ଓ ୱାଶିଂଟନ୍ ସୁନ୍ଦର ୩ଟି ୱିକେଟ୍ ହାସଲ କରିଛନ୍ତି।

Advertisment

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଭାରତର ନୂଆ ଦିନିକିଆ କ୍ୟାପଟେନ୍ ରୋହିତ୍ ଶର୍ମା ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ୱେଷ୍ଟଇଣ୍ଡିଜ୍ ଆରମ୍ଭରୁ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା। ଦୁଇ ଓପ୍ନର ଶାଇ ହୋପ୍ (୮) ଓ ବ୍ରାଣ୍ଡନ୍ କିଙ୍ଗ୍ (୧୩) ନିରାଶ କରିଥିଲେ। ଡାରେନ୍ ବ୍ରାଭୋ (୧୮) ଓ ଶାମରା ବ୍ରୁକ୍ସ (୧୨) ମଧ୍ୟ କିଛି ଖାସ୍ କରିପାରିନଥିଲେ। ଯୁବ ବ୍ୟାଟ୍ସମ୍ୟାନ୍ ନିକୋଲାସ୍ ପୁରନ୍ ୧୮ ରନ୍ କରି ୟୁଜବେନ୍ଦ୍ର ଚହଲଙ୍କ ଶିକାର ହୋଇଥିଲେ। କ୍ୟାପଟେନ୍ କାଇରନ୍ ପୋଲାର୍ଡ କ୍ରିଜକୁ ଆସିବା ମାତ୍ରକେ ପ୍ୟାଭିଲିୟନ୍ ଫେରିଥିଲେ। ଚହଲଙ୍କ ଗୁଗଲୀଙ୍କୁ ବୁଝି ନପାରି ପୋଲାର୍ଡ କ୍ଲିନ୍ ବୋଲ୍ଡ ହୋଇଥିଲେ। ତାଙ୍କ ପରେ ଅକିଲ୍ ହୋସେନ୍ ମଧ୍ୟ ଖାତା ଖୋଲିପାରିନଥିଲେ।

ଏହିପରି ଏକ ସମୟରେ ଭ୍ରମଣକାରୀ ଦଳ ୭୯ ରନରେ ୭ ୱିକେଟ୍ ହରାଇ ସଂକଟରେ ପଡ଼ିଥିଲା ବେଳେ ଜେସନ୍ ହୋଲ୍ଡର ଓ ଫାବିଆନ୍ ଆଲେନ୍ ଜବରଦସ୍ତ ବ୍ୟାଟିଂ କରିଥିଲେ। ଦୁହେଁ ଅଷ୍ଟମ ୱିକେଟ୍ ପାଇଁ ୭୮ ରନର ଲଢ଼ୁଆ ଭାଗିଦାରୀ କରି ଦଳକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ।

Advertisment

ଏହି ସେଟ୍ ଯୋଡ଼ିକୁ ୱାଶିଂଟନ୍ ସୁନ୍ଦର ଭାଙ୍ଗିଥିଲେ। ଆଲେନ୍ ବ୍ୟକ୍ତିଗତ ୨୯ ରନ୍ କରି ଆଉଟ୍ ହୋଇଥିଲେ। ତାଙ୍କ ପରେ ପରେ ଅର୍ଦ୍ଧଶତକ ମାରିଥିବା ହୋଲ୍ଡର ମଧ୍ୟ ପ୍ୟାଭିଲିୟନ୍ ଫେରିଥିଲେ। ହୋଲ୍ଡର ୭୧ ବଲର ସାମ୍ନା କରି ୪ ଛକା ସହ ୫୭ ରନ୍ କରି ପ୍ରସିଦ୍ଧ କ୍ରିଷ୍ଣାଙ୍କ ଶିକାର ହୋଇଥିଲେ। ଶେଷ ୱିକେଟ୍ ଭାବେ ଅଲଜାରୀ ଜୋସେଫ୍ (୧୩)ଙ୍କୁ ଚହଲ୍ ପ୍ୟାଭିଲିୟନ୍ ପଠାଥିଲେ।