Advertisment

ଛକା, ଚୌକା ବର୍ଷା କଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

ଫଳରେ ଲକ୍ଷ୍ନୌ ସୁପର ଜାୟାଣ୍ଟସ ଆଗରେ ୨୧୩ ରନର ବିଜୟ ଲକ୍ଷ୍ୟ ରଖିଥିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର।

ଅଦ୍ୟତନ ହୋଇଛି
Glenn Maxwell

Glenn Maxwell

Advertisment

ବେଙ୍ଗାଲୁରୁ : ଆଜି ବେଙ୍ଗାଲୁରୁର ଏମ.ଚିନ୍ନାସ୍ୱାମୀ ଷ୍ଟାଡିୟମଠାରେ ଲକ୍ଷ୍ନୌ ସୁପର ଜାୟାଣ୍ଟସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଉଥିବା ଆଇପିଏଲ ମ୍ୟାଚ୍‌ରେ ଛକା ଚୌକା ବର୍ଷା ଦେଖି ଦର୍ଶକ ଖୁସ୍। ବେଙ୍ଗାଲୁରୁ ପକ୍ଷରୁ ଓପନର ବିରାଟ କୋହଲି, କ୍ୟାପଟେନ୍ ଫାଫ ଡୁପ୍ଲେସିସ ଓ ଗ୍ଲେନ ମାକ୍ସଓ୍ୱେଲ ରନ୍‌ ବର୍ଷା କରିଥିଲେ। ଫଳରେ ଲକ୍ଷ୍ନୌ ସୁପର ଜାୟାଣ୍ଟସ ଆଗରେ ୨୧୩ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଥିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ।

Advertisment

ଏହି ମ୍ୟାଚରେ ଲକ୍ଷ୍ନୌ ସୁପର ଜାୟାଣ୍ଟସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେଣୁ ପ୍ରଥମେ ବ୍ୟାଟିଂ କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୨୦ ଓଭରରେ ମାତ୍ର ୨ଟି ଓ୍ୱିକେଟ ହରାଇ ୨୧୨ରନ କରିଥିଲା। ଦଳର ଦୁଇ ଓପନର ବିରାଟ କୋହଲି ଓ ଫାଫ ଡୁପ୍ଲେସିସ ଆରମ୍ଭରୁ ହିଁ ବିସ୍ଫୋରକ ବ୍ୟାଟିଂ କରିଥିଲେ । ଉଭୟ ପ୍ରଥମ ଓ୍ୱିକେଟ ଯୋଡ଼ିରେ ୯୬ରନ କରିଥିଲେ।

କୋହଲି ୪୪ଟି ବଲ୍‌ରେ ୬୧ ରନ(୪ ଚୌକା, ୪ ଛକା), ଡୁପ୍ଲେସିସ ମାତ୍ର ୪୬ଟି ବଲରେ ଅପରାଜିତ ୭୯ରନ(୫ ଛକା, ୫ ଚୌକା) କରିଥିଲେ। କୋହଲି ଆଉଟ ହେବା ପରେ ଆସିଥିଲେ ଗ୍ଲେନ ମାକ୍ସଓ୍ୱେଲ। ସେ ମଧ୍ୟ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୨୯ଟି ବଲରୁ ୫୯ରନ(୫୬ ଛକା, ୩ ଚୌକା) କରିଥିଲେ।

Advertisment

ଲକ୍ଷ୍ନୌ ପକ୍ଷରୁ ଅମିତ ମିଶ୍ରା ଓ ମାର୍କ ଉଡ୍ ଗୋଟିଏ ଲେଖାଏଁ ଓ୍ୱିକେଟ ନେଇଥିଲେ। ଲକ୍ଷ୍ନୌର ଖରାପ ବୋଲିଂ ବେଙ୍ଗାଲୁରୁକୁ ବଡ଼ ସ୍କୋର କରିବାରେ ସହାୟକ ହୋଇଥିଲା।

IPL
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe