Advertisment

ଚାମ୍ପିୟନ୍ସ ଟ୍ରଫି : ପାକିସ୍ତାନ ବଦଳରେ ଦୁବାଇରେ ମ୍ୟାଚ୍‌ ଖେଳିବ ଭାରତ, କିନ୍ତୁ ହରାଇବ ବହୁତ କିଛି!

ସୁରକ୍ଷା ଦୃଷ୍ଟିରୁ ଭାରତୀୟ ଟିମ ପାକିସ୍ତାନ ଯିବାକୁ ଚାହୁଁ ନଥିଲା। ତେଣୁ ଆଇସିସି ଦେଇଥିବା ହାଇବ୍ରିଡ ମଡେଲକୁ ପାକିସ୍ତାନ ଗ୍ରହଣ କରି ନେଇଥିବା ରିପୋର୍ଟ ପ୍ରକାଶ ପାଇଛି।

india

india

Advertisment

ଆସନ୍ତା ବର୍ଷ ଆଇସିସିର ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ଭାରତୀୟ ଟିମ ପାକିସ୍ତାନ ଯିବ ନାହିଁ। ପାକିସ୍ତାନ ଟୁର୍ଣ୍ଣାମେଣ୍ଟର ଆୟୋଜନ ଅଧିକାର ନିଜ ପାଖରେ ରଖିଥିଲେ ହେଁ ଭାରତୀୟ ଟିମ ତା’ର ମ୍ୟାଚ୍‌ ଗୁଡ଼ିକ ଦୁବାଇରେ ଖେଳିବ।

Advertisment

ସୁରକ୍ଷା ଦୃଷ୍ଟିରୁ ଭାରତୀୟ ଟିମ ପାକିସ୍ତାନ ଯିବାକୁ ଚାହୁଁ ନଥିଲା। ତେଣୁ ଆଇସିସି ଦେଇଥିବା ହାଇବ୍ରିଡ ମଡେଲକୁ ପାକିସ୍ତାନ ଗ୍ରହଣ କରି ନେଇଥିବା ରିପୋର୍ଟ ପ୍ରକାଶ ପାଇଛି।

ତେବେ ଆଇସିସି ନେଇଥିବା ଏପରି ନିଷ୍ପତ୍ତି ୨୦୨୭ ଯାଏ କାର୍ଯ୍ୟକାରୀ ହେବ। ଏହାର ଅର୍ଥ ଏହି ସମୟସୀମା ମଧ୍ୟରେ ପାକିସ୍ତାନ କିମ୍ବା ଭାରତ କୌଣସି ଆଇସିସି ଇଭେଣ୍ଟର ଆୟୋଜନ କରନ୍ତି, ତା’ହେଲେ ଉଭୟ ଦଳ ନିରପେକ୍ଷ ଭେନ୍ୟୁରେ ମ୍ୟାଚ୍‌ ଖେଳିବେ। ଭାରତ ଯେମିତି ପାକିସ୍ତାନ ଯାଇ ଆଇସିସି ଇଭେଣ୍ଟ ଖେଳିବ ନାହିଁ, ଠିକ ସେହିପରି ପାକିସ୍ତାନ ମଧ୍ୟ ଭାରତ ଆସିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି।

Advertisment

ଆଇସିସିର ନୂଆ ଅଧ୍ୟକ୍ଷ ଜୟ ଶାହ ଓ ପାକିସ୍ତାନ ସମେତ ବୋର୍ଡ ଅଫ ଡିରେକ୍ଟର୍ସ ମିଟିଂରେ ଚାମ୍ପିୟନ୍ସ ଟ୍ରଫି ହାଇବ୍ରିଡ ମଡେଲରେ ଖେଳାଯିବ ବୋଲି ସ୍ଥିର ହୋଇଥିବା ଜଣାପଡ଼ିଛି। ଖୁବଶୀଘ୍ର ଔପଚାରିକ ଭାବେ ଏହାର ଘୋଷଣା କରାଯିବ। ସେହିପରି ମ୍ୟାଚ୍‌ ସୂଚୀ ମଧ୍ୟ ପ୍ରକାଶ ପାଇବ। 

୨୦୩୧ ଯାଏ ଭାରତ ଓ ପାକିସ୍ତାନ ଆୟୋଜନ କରିବାକୁ ଥିବା ସମସ୍ତ ପ୍ରକାରର ଆଇସିସି ଇଭେଣ୍ଟ ନିରପେକ୍ଷ ଭେନ୍ୟୁରେ କରିବାକୁ ଇସଲାମାବାଦ ପ୍ରସ୍ତାବ ଦେଇଥିଲା। କିନ୍ତୁ ଆଇସିସି ୨୦୨୭ ଯାଏ ଏହା କାର୍ଯ୍ୟକାରୀ ହେବ ବୋଲି କହିଛି।

ଏହି ସମୟସୀମା ମଧ୍ୟରେ ଭାରତରେ ମହିଳା ଦିନିକିଆ ବିଶ୍ୱକପ(୨୦୨୫ ଅକ୍ଟୋବର) ଖେଳାଯିବାକୁ ଅଛି। ସେହିପରି ୨୦୨୬ରେ ଭାରତ ଓ ଶ୍ରୀଲଙ୍କାରେ ପୁରୁଷ ଟି-୨୦ ବିଶ୍ୱକପ ଆୟୋଜନ କରିବାକୁ ଧାର୍ଯ୍ୟ ହୋଇଛି। ଏହାର ଅର୍ଥ ଏହି ଦୁଇ ବଡ଼ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ପାକିସ୍ତାନ ମଧ୍ୟ ଭାରତ ଆସିବ ନାହିଁ। ଭାରତ ବଦଳରେ ଦଳ ନିରପେକ୍ଷ ଭେନ୍ୟୁରେ ମ୍ୟାଚ୍‌ ଖେଳିବ।

୨୦୨୬ ପୁରୁଷ ଟି-୨୦ ବିଶ୍ୱକପରେ ପାକିସ୍ତାନ ତା’ର ମ୍ୟାଚ୍‌ଗୁଡ଼ିକ ଶ୍ରୀଲଙ୍କାରେ ଖେଳିବ। ଯଦି ପାକିସ୍ତାନ ଫାଇନାଲକୁ ଯାଉଛି, ତା’ହେଲେ ଉକ୍ତ ମ୍ୟାଚ ମଧ୍ୟ ଭାରତ ବାହାରେ ହେବ। ତେଣୁ ଏଥିପାଇଁ ଭାରତକୁ ଅନେକ ପ୍ରକାରର କ୍ଷତି ସହିବାକୁ ପଡ଼ିବ ବୋଲି କୁହାଯାଉଛି।

ICC Champions Trophy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe