Advertisment

ଏଥର ଚାମ୍ପିୟନଙ୍କ ବିନା ଖେଳାଯିବ ଚାମ୍ପିୟନ୍ସ ଟ୍ରଫି!

ଆସନ୍ତା ୧୯ ତାରିଖରୁ ଆରମ୍ଭ ହେଉଛି ଆଇସିସି ଚାମ୍ପିୟନ୍ସ ଟ୍ରଫି। ଦୀର୍ଘ ୮ ବର୍ଷ ପରେ ଚାମ୍ପିୟନ୍ସ ଟ୍ରଫି ବା ମିନି ବିଶ୍ୱକପ ଖେଳା ଯାଉଛି।

Champion

Champion

Advertisment

ଆସନ୍ତା ୧୯ ତାରିଖରୁ ଆରମ୍ଭ ହେଉଛି ଆଇସିସି ଚାମ୍ପିୟନ୍ସ ଟ୍ରଫି। ଦୀର୍ଘ ୮ ବର୍ଷ ପରେ ଚାମ୍ପିୟନ୍ସ ଟ୍ରଫି ବା ମିନି ବିଶ୍ୱକପ ଖେଳା ଯାଉଛି। ପାକିସ୍ତାନ ଏହାର ଆୟୋଜନ କରୁଥିବା ବେଳେ ଭାରତ ତା’ର ମ୍ୟାଚ୍‌ ଗୁଡ଼ିକ ଦୁବାଇରେ ଖେଳିବ। ବିଶ୍ୱର ଟପ୍‌ ୮ ଟିମକୁ ନେଇ ଚାମ୍ପିୟନ୍ସ ଟ୍ରଫି ଦିନିକିଆ ଫର୍ମାଟରେ ଖେଳାଯିବ। ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି। ଆଇସିସିର ସମୟସୀମା ପୂର୍ବରୁ ସମସ୍ତ ୮ ଦଳ ସେମାନଙ୍କ ସ୍କ୍ୱାଡ ମଧ୍ୟ ଘୋଷଣା କରି ସାରିଛନ୍ତି।

Advertisment

କିନ୍ତୁ ୧୯ ତାରିଖରୁ ଆରମ୍ଭ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫିରେ ଅନେକ ଚାମ୍ପିୟନ ଖେଳାଳି ନଜର ଆସିବେ ନାହିଁ। ଷ୍ଟାର ଖେଳାଳିଙ୍କ ଅନୁପସ୍ଥିତି ବିଭିନ୍ନ ଟିମର ସନ୍ତୁଳନକୁ ବିଗାଡ଼ି ଥିବା ବେଳେ ଫ୍ୟାନ୍ସ ମଧ୍ୟ ନିରାଶ ହେବେ। ସବୁଠାରୁ ଅଧିକ ପ୍ରଭାବିତ ହେବାକୁ ଥିବା ଦଳ ହେଉଛି ଅଷ୍ଟ୍ରେଲିଆ। କଙ୍ଗାରୁ ଟିମ ବ୍ୟତୀତ ଅନ୍ୟ ଦଳ ଗୁଡ଼ିକ ମଧ୍ୟ ସେମାନଙ୍କ ଷ୍ଟାର ଖେଳାଳିଙ୍କୁ ଚାମ୍ପିୟନ୍ସ ଟ୍ରଫିରେ ମିସ କରିବେ।

ଚାମ୍ପିୟନ ଖେଳାଳିଙ୍କୁ ବାଦ ଦେଇ କେମିତି ଟୁର୍ଣ୍ଣାମେଣ୍ଟରେ ପ୍ରଦର୍ଶନ କରିବାକୁ ହେବ, ସେଥିପାଇଁ ସବୁ ଦଳ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି। ଅଧିକାଂଶ ଦଳର ଷ୍ଟାର ଖେଳାଳି ଆହତ ସମସ୍ୟା ଯୋଗୁ ଚାମ୍ପିୟନ୍ସ ଟ୍ରଫିରୁ ବାଦ ପଡ଼ିଛନ୍ତି। ସେହିପରି ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ ବ୍ୟକ୍ତିଗତ କାରଣ ପାଇଁ ମିନି ବିଶ୍ୱକପ ଖେଳିବେ ନାହିଁ ବୋଲି ଘୋଷଣା କରିଛନ୍ତି। ଏହାବାଦ ଅପ୍ରତ୍ୟାଶିତ ଅବସର ଯୋଗୁ କିଛି ବଡ଼ ଖେଳାଳି ବାଉଣ୍ଡରୀ ବାହାରେ ରହି ଚାମ୍ପିୟନ୍ସ ଟ୍ରଫି ଦେବାକୁ ବାଧ୍ୟ ହେଉଛନ୍ତି। ଫ୍ୟାନ୍ସ ନିଶ୍ଚିତ ଭାବେ ଷ୍ଟାର ଖେଳାଳିଙ୍କୁ ମିସ କରିବେ। ହେଲେ ଏହା ନୂଆ ଖେଳାଳିଙ୍କୁ ନିଜ ପ୍ରତିଭା ଦେଖାଇବାର ସୁଯୋଗ ଦେବ।

Advertisment

ଷ୍ଟାର ଖେଳାଳିଙ୍କ ଅନୁପସ୍ଥିତି ଟୁର୍ଣ୍ଣାମେଣ୍ଟ ଉପରେ ପ୍ରଭାବ ପକାଇବ। କିଛି ଦଳ ଷ୍ଟାର ଖେଳାଳିଙ୍କ ବଦଳରେ ଉପଯୁକ୍ତ ପ୍ରତିଭାକୁ ପାଇବାକୁ ସକ୍ଷମ ହୋଇଛନ୍ତି। କିନ୍ତୁ ଆଉ କିଛି ଦଳ ଷ୍ଟାର ଖେଳାଳିଙ୍କ ଅଭିଜ୍ଞତା ଓ ଦକ୍ଷତାକୁ ମ୍ୟାଚ୍‌ କରିବା ଭଳି ଖେଳାଳିଙ୍କୁ ପାଇ ନାହାନ୍ତି। ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପରେ ଷ୍ଟାର ଖେଳାଳିଙ୍କ ଅନୁପସ୍ଥିତି କେମିତି ଟିମ ଉପରେ ପଡ଼ୁଛି, ତା’ ଉପରେ ସମସ୍ତଙ୍କ ନଜର ରହିବ। ସେହିପରି ଷ୍ଟାର ଖେଳାଳିଙ୍କ ବଦଳରେ ସୁଯୋଗ ପାଇଥିବା ନୂଆ ପ୍ରତିଭାମାନେ କେମିତି ଶୂନ୍ୟସ୍ଥାନକୁ ପୂରଣ କରୁଛନ୍ତି, ତା’ ବି ଦେଖିବାର ଅଛି।

ଚାମ୍ପିୟନ୍ସ ଟ୍ରଫିରେ କେଉଁମାନେ ନଜର ଆସିବେ ନାହିଁ?

୧- ଯଶପ୍ରୀତ ବୁମ୍ରା(ଭାରତ): ଭାରତର ସ୍ପିଡଷ୍ଟର ଯଶପ୍ରୀତ ବୁମ୍ରା ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବୋଲର। ପିଠି ଜନିତ ସମସ୍ୟା ଯୋଗୁ ସେ ଚାମ୍ପିୟନ୍ସ ଟ୍ରଫିରେ ନଜର ଆସିବେ ନାହିଁ। ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିର ଶେଷ ଟେଷ୍ଟରେ ବୁମ୍ରା ଆହତ ହୋଇଥିଲେ। ଆହତ ସମସ୍ୟାରୁ ବୁମ୍ରା ଶତପ୍ରତିଶତ ମୁକୁଳି ନଥିବାରୁ ସେ ଚାମ୍ପିୟନ୍ସ ଟ୍ରଫିରୁ ବାଦ ପଡ଼ିଛନ୍ତି। ବୁମ୍ରା ବାଦ ପଡ଼ିବାରୁ ବିସିସିଆଇ ଚାମ୍ପିୟନ୍ସ ଟ୍ରଫି ସ୍କ୍ୱାଡରେ ଯୁବ ତାରକା ହର୍ଷିତ ରାଣାଙ୍କୁ ସାମିଲ କରିଛି। କିନ୍ତୁ ସେ ଯେ ବୁମ୍ରାଙ୍କ ସ୍ଥାନ ପୂରଣ କରିପାରିବେ, ତା’ହା ଅତ୍ୟନ୍ତ କଷ୍ଟକର।

Jaspritଯଶପ୍ରୀତ ବୁମ୍ରା

୨- ଜ୍ୟାକବ ବେଥେଲ(ଇଂଲଣ୍ଡ): ଇଂଲିଶ ଟିମର ଯୁବ ବ୍ୟାଟିଂ ଅଲରାଉଣ୍ଡର ଜ୍ୟାକବ ବେଥେଲ ଭାରତ ବିପକ୍ଷ ଦିନିକିଆ ସିରିଜରେ ଆହତ ହୋଇଥିଲେ। ନାଗପୁରରେ ଆହତ ହୋଇଥିବା ବେଥେଲ ଏବେ ଚାମ୍ପିୟନ୍ସ ଟ୍ରଫିରୁ ବାଦ ପଡ଼ିଛନ୍ତି। ଏହାର ଅର୍ଥ ଇଂଲଣ୍ଡ ଟିମ ଚାମ୍ପିୟନ୍ସ ଟ୍ରଫିରେ ବେଥେଲଙ୍କ ଦମଦାର ବ୍ୟାଟିଂକୁ ମିସ କରିବ। ଏଥିସହ ସ୍ପିନକୁ ସୁହାଉଥିବା ପିଚ୍‌ରେ ତାଙ୍କ ବାମହାତୀ ବୋଲିଂର ଅନୁପସ୍ଥିତି ଅନୁଭବ ହେବ। ବେଥେଲଙ୍କ ବଦଳରେ ବ୍ୟାଟର ଟମ ବାଣ୍ଟନଙ୍କୁ ଚାମ୍ପିୟନ୍ସ ଟ୍ରଫି ସ୍କ୍ୱାଡରେ ସାମିଲ କରାଯାଇଛି।

Jacobଜ୍ୟାକବ ବେଥେଲ

୩- ଅନରିଚ ନୋର୍ଖିୟା(ଦକ୍ଷିଣ ଆଫ୍ରିକା): ଦଳର ଦ୍ରୁତ ବୋଲିଂ ବାହିନୀ ନିଶ୍ଚିତ ଭାବେ ଚାମ୍ପିୟନ୍ସ ଟ୍ରଫିରେ ନୋର୍ଖିୟାଙ୍କ ଅନୁପସ୍ଥିତି ଅନୁଭବ କରିବ। ସେ କ୍ରମାଗତ ୧୫୦ରୁ ଅଧିକ ସ୍ପିଡ ବୋଲିଂ ପାଇଁ ବେଶ ଜଣାଶୁଣା। ୨୦୨୩ରୁ ପିଠି ଯନ୍ତ୍ରଣା ଦେଇ ଗତି କରୁଥିବା ନୋର୍ଖିୟା ନିକଟରେ ଫିଟ ହୋଇଯାଇଥିଲେ। କିନ୍ତୁ ଦକ୍ଷିଣ ଆଫ୍ରିକା ଟି-୨୦ ପୂର୍ବରୁ ସେ ପୁଣି ଆହତ ହୋଇଥିଲେ। ଏଥିଯୋଗୁ ତାଙ୍କୁ ଚାମ୍ପିୟନ୍ସ ଟ୍ରଫିରୁ ବାଦ ଦିଆଯାଇଛି।

Anrichଅନରିଚ ନୋର୍ଖିୟା

୪- ଗେରାଲ୍ଡ କୋଏଜି(ଦକ୍ଷିଣ ଆଫ୍ରିକା): ଭାରତରେ ଖେଳାଯାଇଥିବା ୨୦୨୩ ଦିନିକିଆ ବିଶ୍ୱକପରେ କୋଏଜି ନିଜର ବୋଲିଂ ମାଧ୍ୟମରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ୨୪ ବର୍ଷୀୟ କୋଏଜି ଅଣ୍ଟା ଜନିତ ସମସ୍ୟାରେ ପଡ଼ିଛନ୍ତି। ଏଥିଯୋଗୁ ତାଙ୍କୁ ପାକିସ୍ତାନରେ ଅନୁଷ୍ଠିତ ତ୍ରିପାକ୍ଷିକ ସିରିଜରୁ ବାଦ ଦିଆଯାଇଥିଲା। ସେ ଚାମ୍ପିୟନ୍ସ ଟ୍ରଫି ମଧ୍ୟ ଖେଳିବେ ନାହିଁ।

Geraldଗେରାଲ୍ଡ କୋଏଜି

୫- ପାଟ କମିନ୍ସି(ଅଷ୍ଟ୍ରେଲିଆ): ଚାମ୍ପିୟନ୍ସ ଟ୍ରଫିରେ ଅଷ୍ଟ୍ରେଲିଆ ତା’ର ପ୍ରଥମ ପସନ୍ଦର ପେସ୍‌ ଆଟାକ୍‌କୁ ମିସ କରିବ। ସେହିପରି ଦଳର ନିୟମିତ ଅଧିନାୟକ ପାଟ କମିନ୍ସ ମଧ୍ୟ ଚାମ୍ପିୟନ୍ସ ଟ୍ରଫିରେ ନଜର ଆସିବେ ନାହିଁ। ବର୍ଡର-ଗାଭାସ୍କର ଟ୍ରଫିରେ କମିନ୍ସ ଗୋଇଠି ଜନିତ ସମସ୍ୟାରେ ପଡ଼ିଥିଲେ। ଏଥିପାଇଁ ସେ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ଓ ଦିନିକିଆ ସିରିଜରେ ନଜର ଆସି ନଥିଲେ।

Patପାଟ କମିନ୍ସ

୬- ମିଚେଲ ଷ୍ଟାର୍କ(ଅଷ୍ଟ୍ରେଲିଆ): କଙ୍ଗାରୁ ଟିମର ବାମହାତୀ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ବ୍ୟକ୍ତିଗତ କାରଣ ପାଇଁ ଚାମ୍ପିୟନ୍ସ ଟ୍ରଫିରୁ ନିଜ ନାଁ ପ୍ରତ୍ୟାହାର ନେଇଛନ୍ତି। ଅଷ୍ଟ୍ରେଲିଆ ଟିମର ପ୍ରମୁଖ ସଦସ୍ୟ ଷ୍ଟାର୍କ ଦିନିକିଆ ବିଶ୍ୱକପରେ ଦମଦାର ପ୍ରଦର୍ଶନ କରିଥିଲେ। ଭାରତ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିରେ ବି ସେ ନିଜର ଜଲୱା ଦେଖାଇଥିଲେ। କିନ୍ତୁ ଏବେ ସେ ହଠାତ୍‌ ଚାମ୍ପିୟନ୍ସ ଟ୍ରଫିରୁ ଓହରି ଯାଇଛନ୍ତି।

Starcମିଚେଲ ଷ୍ଟାର୍କ

୭- ଜୋଶ ହାଜେଲଉଡ(ଅଷ୍ଟ୍ରେଲିଆ): ଭାରତ ବିପକ୍ଷ ଟେଷ୍ଟ ସମୟରେ ହାଜେଲଉଡ୍‌ ହିପ୍‌ ସମସ୍ୟାରେ ପଡ଼ିଥିଲେ। ଏଥିପାଇଁ ତାଙ୍କୁ ଦୀର୍ଘ ଦିନ ଧରି ରିହ୍ୟାବ କରିବାକୁ ପଡ଼ିଥିଲା। ସେ ଏଥିରୁ ମୁକୁଳିବାକୁ ଚେଷ୍ଟା କରିବେ ବେଳେ ମାଂସପେଶୀ ଜନିତ ଆହତ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ତେଣୁ ସେ ଚାମ୍ପିୟନ୍ସ ଟ୍ରଫିରୁ ବାଦ ପଡ଼ିଛନ୍ତି।

Hazelwoodଜୋଶ ହାଜେଲଉଡ୍‌

୮- ମିଚେଲ ମାର୍ଶ(ଅଷ୍ଟ୍ରେଲିଆ): ଲୋୟର ବ୍ୟାକ ପେନ୍‌ ଯୋଗୁ ଅଲରାଉଣ୍ଡର ମିଚେଲ ମାର୍ଶ ବେଶ କିଛି ମାସ ହେଲାଣି ଅଷ୍ଟ୍ରେଲିଆ ଟିମରୁ ଦୂରରେ ରହିଛନ୍ତି। ସେ ଆହତ ସମସ୍ୟାରୁ ମୁକୁଳିବାକୁ ଚେଷ୍ଟା କରିଥିଲେ ହେଁ ଏଯାଏ ସୁଫଳ ମିଳି ନାହିଁ। ଏଥିପାଇଁ ତାଙ୍କୁ କ୍ରିକେଟ ଅଷ୍ଟ୍ରେଲିଆ ଆଉ କିଛି ଦିନ ବିଶ୍ରାମ ନେବାକୁ ପରାମର୍ଶ ଦେଇଛି।

Marshମିଚେଲ ମାର୍ଶ

୯- ମାର୍କସ ଷ୍ଟୋଇନିସ(ଅଷ୍ଟ୍ରେଲିଆ): କିଛି ଦିନ ତଳେ ଅଲରାଉଣ୍ଟର ଷ୍ଟୋଇନିସ ଅପ୍ରତ୍ୟାଶିତ ଢଙ୍ଗରେ କ୍ରିକେଟର ଦିନିକିଆ ଫର୍ମାଟକୁ ଅଲବିଦା କହିଥିଲେ। ୩୫ ବର୍ଷୀୟ ଷ୍ଟୋଇନିସ ଟି-୨୦ କ୍ରିକେଟକୁ ଅଧିକ ଗୁରୁତ୍ୱ ଦେବା ଉଦ୍ଦେଶ୍ୟରେ ୫୦ ଓଭର ଫର୍ମାଟକୁ ବାଏବାଏ କହିଛନ୍ତି।

Stoinisମାର୍କସ ଷ୍ଟୋଇନିସ

୧୦- ସୈମ ଆୟୁବ(ପାକିସ୍ତାନ): ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଯୁବ ଓପନର ସୈମ ଆୟୁବ ଆହତ ହୋଇଥିଲେ। ଫିଲ୍ଡିଂ କରିବା ପରେ ତାଙ୍କ ଗୋଡ଼ ମୋଡ଼ି ହୋଇଯାଇଥିଲା। ସ୍କାନରୁ ଜଣାପଡ଼ିଛି ଯେ ତାଙ୍କ ଗୋଇଠି ଭାଙ୍ଗି ଯାଇଛି। ଏଥିଯୋଗୁ ତାଙ୍କୁ ୧୦ ସପ୍ତାହ ଯାଏ କ୍ରିକେଟ ପଡ଼ିଆରେ ଦେଖିବାକୁ ମିଳିବ ନାହିଁ। ବର୍ତ୍ତମାନ ସେ ଇଂଲଣ୍ଡରେ ରିହ୍ୟାବ କରୁଛନ୍ତି।

ayubସୈମ ଆୟୁବ

୧୧- ମୁଜିବ ଉର ରହମନ(ଆଫଗାନିସ୍ତାନ): ଦୀର୍ଘ ବର୍ଷ ହେଲାଣି ଆଫଗାନିସ୍ତାନ କ୍ରିକେଟର ପ୍ରମୁଖ ସଦସ୍ୟ ରହିଥିଲେ ମୁଜିବ ଉର ରହମନ। ନିକଟରେ ତାଙ୍କ ଡାହାଣ ହାତର ମଝି ଆଙ୍ଗୁଠିରେ ସମସ୍ୟା ଦେଖାଯାଇଥିଲା। ଏଥିଯୋଗୁ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ରହିଛନ୍ତି। 

Mujeebମୁଜିବ ଉର ରହମନ

୧୨- ଆଲ୍ଲା ଗଜନଫର(ଆଫଗାନିସ୍ତାନ): ମାତ୍ର ୧୮ ବର୍ଷ ବୟସରେ ଗଜନଫର ନିଜ ସ୍ପିନ ବୋଲିଂରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ଗତ ବର୍ଷ ଡିସେମ୍ବର ମାସରେ ସେ ଜିମ୍ବାୱେ ବିପକ୍ଷ ସିରିଜ ବେଳେ ଆହତ ହୋଇଥିଲେ। ଏଯାଏ ସେ ଏଥିରୁ ମୁକୁଳି ପାରି ନଥିବାରୁ ତାଙ୍କୁ ଚାମ୍ପିୟନ୍ସ ଟ୍ରଫିରେ ମଧ୍ୟ ଦେଖିବାକୁ ମିଳିବ ନାହିଁ। 

allahଆଲ୍ଲା ଗଜନଫର
Pakistan India Australia Champions Trophy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe