Advertisment

ଚାମ୍ପିୟନ୍ସ ଟ୍ରଫି: ଶାମି ଓ ଜାଡେଜାଙ୍କୁ ନେଇ ସନ୍ଦେହ, ସାମିଲ ହେବେ ଯଶସ୍ୱୀ ଜୈସୱାଲ

ହାର୍ଦ୍ଦିକ ପାଣ୍ଡ୍ୟା ସିମ ବୋଲିଂ ଅଲରାଉଣ୍ଡର ଭାବେ ଦଳରେ ରହିଛନ୍ତି। ଏପରି ସ୍ଥିତିରେ ନୀତୀଶ କୁମାର ରେଡ୍ଡୀଙ୍କୁ ଚୟନ କରାଯାଉଛି କି ନାହିଁ, ତା’ ଉପରେ ସମସ୍ତଙ୍କ ନଜର ରହିଛି। ସଂରକ୍ଷିତ ବ୍ୟାଟର ଭାବେ ରିଙ୍କୁ ସିଂହ ଓ ତିଲକ ବର୍ମାଙ୍କ ମଧ୍ୟରୁ ଜଣଙ୍କୁ ନିଆଯାଇ ପାରେ।

shami

shami

Advertisment

ଆଉଟ ଅଫ ଫର୍ମ ଭେଟରାନ ରୋହିତ ଶର୍ମା ଓ ବିରାଟ କୋହଲି ଏବେ ବି ଦିନିକିଆରେ ଭାରତୀୟ ବ୍ୟାଟିଂ ଲାଇନ ଅପର ମେରୁଦଣ୍ଡ ହୋଇ ରହିଛନ୍ତି। ଉଭୟ ଟେଷ୍ଟ ସିରିଜରେ ନିରାଶ କରିଥିଲେ ହେଁ ଆସନ୍ତା ମାସରୁ ଆରମ୍ଭ ହେଉଥିବା ଦିନିକିଆ ଚାମ୍ପିୟନ୍ସ ଟ୍ରଫି ଖେଳିବେ। ରୋହିତ ଶର୍ମା ପୂର୍ବ ଭଳି ଭାରତର କମାଣ ମଧ୍ୟ ସମ୍ଭାଳିବେ। କିନ୍ତୁ ୩ ବରିଷ୍ଠ ଖେଳାଳିଙ୍କ ଭାଗ୍ୟ ଚାମ୍ପିୟନ୍ସ ଟ୍ରଫିରେ କ’ଣ ହେବ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Advertisment

ଜାନୁଆରୀ ୧୨ ପୂର୍ବରୁ ବିସିସିଆଇ ଚୟନ କମିଟି ଚାମ୍ପିୟନ୍ସ ଟ୍ରଫି ପାଇଁ ସ୍କ୍ୱାଡ ଘୋଷଣା କରିବ। ଏହି ସମୟରେ ଇଂଲଣ୍ଡ ବିପକ୍ଷ ୫ ଟିକିଆ ଟି-୨୦ ସିରିଜ ଓ ୩ ଟିକିଆ ଦିନିକିଆ ସିରିଜ ପାଇଁ ମଧ୍ୟ ଦଳ ଘୋଷଣା କରାଯିବ। 

ତେବେ ଚାମ୍ପିୟନ୍ସ ଟ୍ରଫି ସ୍କ୍ୱାଡରେ କେଏଲ ରାହୁଲ, ମହମ୍ମଦ ଶାମି ଓ ରବୀନ୍ଦ୍ର ଜାଡେଜା ସାମିଲ ହେବେ କି ନାହିଁ, ତା’କୁ ନେଇ ସନ୍ଦେହ ଲାଗି ରହିଛି। ଏହି ୩ ଖେଳାଳି ୨୦୨୩ ଦିନିକିଆ ବିଶ୍ୱକପ ଖେଳିଥିଲେ। ବିଶ୍ୱକପ ଫାଇନାଲ ପରଠାରୁ ଭାରତ କେବଳ ୬ଟି ଦିନିକିଆ ମ୍ୟାଚ ଖେଳିଛି। ଶାମି ଓ ଜାଡେଜାଙ୍କୁ ବିଶ୍ରାମ ମିଳିଥିବା ବେଳେ କେଏଲ ରାହୁଲ ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ରହିଥିଲେ।

Advertisment

ତେବେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ରାହୁଲଙ୍କୁ ଅଧାରୁ ଡ୍ରପ କରାଯାଇଥିଲା। ସେ ମିଡିଲ ଓଭରଗୁଡ଼ିକରେ ଆଶା ଅନୁଯାୟୀ ରନ ସଂଗ୍ରହ କରିବାରେ ବିଫଳ ହୋଇଥିଲେ। ସେହିପରି ୨୦୨୩ ନଭେମ୍ବର ୧୯ରେ ଖେଳଯାଇଥିବା ବିଶ୍ୱକପରେ ରାହୁଲ କରିଥିବା ଧିମା ବ୍ୟାଟିଂକୁ ଏବେ ବି ଲୋକ ମନେ ରଖିଛନ୍ତି। ସେ ୧୦୦ରୁ ଅଧିକ ବଲ ସାମ୍ନା କରି ୫୦ରୁ ସାମାନ୍ୟ ଅଧିକ ରନ କରିଥିଲେ। ତେଣୁ ଚାମ୍ପିୟନ୍ସ ଟ୍ରଫିରେ ସେ ସାମିଲ ହେବାର ଗ୍ୟାରେଣ୍ଟୀ ନାହିଁ।

ଭାରତର ଦିନିକିଆ ସ୍କ୍ୱାଡରେ ଯଶସ୍ୱୀ ଜୈସୱାଲ ସାମିଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ସେ ସାମିଲ ହେଲେ ଟପ୍‌ ୪ରେ ଜଣେ ବାମହାତୀ ବ୍ୟାଟର ରହିବାକୁ ସକ୍ଷମ ହେବେ। ସେହିପରି ଋଷଭ ପନ୍ତ ଯଦି ଦଳର ପ୍ରଥମ ପସନ୍ଦ ୱିକେଟ କିପର ତା’ହେଲେ ରାହୁଲଙ୍କୁ ତାଙ୍କ ବ୍ୟାକଅପ ଭାବେ ରଖିବାର କାରଣ କ’ଣ? ଯଦି ରାହୁଲ ୱିକେଟ କିପିଂ କରିବେ ନାହିଁ, ତା’ହେଲେ ବ୍ୟାଟର ଭାବେ ଚୂଡ଼ାନ୍ତ ଏକାଦଶରେ ତାଙ୍କ ସ୍ଥାନର କୌଣସି ଗ୍ୟାରେଣ୍ଟୀ ନାହିଁ।

ଅନ୍ୟ ଦୁଇ ସମ୍ଭାବ୍ୟ ୱିକେଟ କିପର ବ୍ୟାଟର ହେଉଛନ୍ତି ଈଶାନ କିଶନ ଓ ସଞ୍ଜୁ ସାମସନ। ଈଶାନ କିଶନ ବିଜୟ ହଜାରେ ଟ୍ରଫିରେ କୌଣସି ଆଖି ଦୃଶିଆ ରନ କରିନାହାନ୍ତି। ସେହିପରି ସଞ୍ଜୁ ସାମସନ କେରଳ ଦଳରେ ସ୍ଥାନ ପାଇ ନାହାନ୍ତି। ଯଦି ଗୌତମ ଗମ୍ଭୀର ପୁଣି ଚୟନ ପ୍ରକ୍ରିୟାରେ ହସ୍ତକ୍ଷେପ କରିବେ, ତା’ହେଲେ ସେ ବ୍ୟକ୍ତିଗତ ଭାବେ ପସନ୍ଦ କରୁଥିବା ସାମସନ ଚାମ୍ପିୟନ୍ସ ଟ୍ରଫି ସ୍କ୍ୱାଡରେ ରହିବେ।

ରବୀନ୍ଦ୍ର ଜାଡେଜା

ଧଳା ବଲ କ୍ରିକେଟରେ ଜାଡେଜାଙ୍କ ବ୍ୟାଟିଂର ଚମକ ଆଉ ପୂର୍ବଭଳି ନାହିଁ। ଯେଉଁମାନେ ଚୟନ କମିଟିର ଆଭିମୁଖ୍ୟକୁ ଅନୁସରଣ କରୁଛନ୍ତି ସେମାନେ ଭଲ ଭାବେ ଜାଣିଛନ୍ତି ଯେ ଏବେ ଅକ୍ଷର ପଟେଲ ଧଳା ବଲ କ୍ରିକେଟରେ ପ୍ରଥମ ପସନ୍ଦ ହୋଇ ରହିଛନ୍ତି। ଜଣେ ଅଫ ସ୍ପିନର ଭାବେ ୱାଶିଂଟନ ସୁନ୍ଦର ସ୍କ୍ୱାଡରେ ରହି ପାରନ୍ତି। କିନ୍ତୁ କୁଲଦୀପ ଯାଦବଙ୍କ ଫିଟ ନଥିବାରୁ ବିଜୟ ହଜାରେ ଟ୍ରଫି ଖେଳି ନାହାନ୍ତି। ଯଦି ସମୟ ପୂର୍ବରୁ କୁଲଦୀପ ଫିଟ ନ ହେବେ, ତା’ହେଲେ ରବି ବିଷ୍ଣୋଇ ଓ ବରୁଣ ଚକ୍ରବର୍ତ୍ତୀଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିପାରେ।

ଶାମିଙ୍କ ଫିଟନେସ ସମସ୍ୟା

ମହମ୍ମଦ ଶାମି ୨୦୨୩ ବିଶ୍ୱକପ ଫାଇନାଲ ପରଠାରୁ ଅନ୍ତର୍ଜାତୀୟ କ୍ରିକେଟ ଖେଳି ନାହାନ୍ତି। ସେ ଫିଟ ଥିଲେ ମଧ୍ୟ ତାଙ୍କୁ ଆଣ୍ଠୁ ବେଳେବେଳେ ଫୁଲୁଛି। ତଥାପି ସେ ବିଜୟ ହଜାରେ ଟ୍ରଫିର ୨ଟି ମ୍ୟାଚ୍‌ରେ ୮ ଓଭର ଲେଖାଏ ବୋଲିଂ କରିଛନ୍ତି। ଯଶପ୍ରୀତ ବୁମ୍ରା ଏବେ ପିଠି ଯନ୍ତ୍ରଣାରେ ପଡ଼ିଛନ୍ତି। ଯଦି ସେ ଫିଟ ନ ହେବେ, ତା’ହେଲେ ଶାମିଙ୍କ ଅଭିଜ୍ଞତା ଚାମ୍ପିୟନ୍ସ ଟ୍ରଫିରେ କାମ ଦେବ। ହେଲେ ସେ ମ୍ୟାଚ୍‌ ପାଇଁ କେତେ ଫିଟ ହେଉଛନ୍ତି, ତା’ ଉପରେ ସମସ୍ତଙ୍କ ନଜର।

ହାର୍ଦ୍ଦିକ ପାଣ୍ଡ୍ୟା ସିମ ବୋଲିଂ ଅଲରାଉଣ୍ଡର ଭାବେ ଦଳରେ ରହିଛନ୍ତି। ଏପରି ସ୍ଥିତିରେ ନୀତୀଶ କୁମାର ରେଡ୍ଡୀଙ୍କୁ ଚୟନ କରାଯାଉଛି କି ନାହିଁ, ତା’ ଉପରେ ସମସ୍ତଙ୍କ ନଜର ରହିଛି। ସଂରକ୍ଷିତ ବ୍ୟାଟର ଭାବେ ରିଙ୍କୁ ସିଂହ ଓ ତିଲକ ବର୍ମାଙ୍କ ମଧ୍ୟରୁ ଜଣଙ୍କୁ ନିଆଯାଇ ପାରେ।

ଚାମ୍ପିୟନ୍ସ ଟ୍ରଫି ସ୍କ୍ୱାଡ ପାଇଁ ଦୌଡ଼ରେ ଥିବା ଖେଳାଳି: ରୋହିତ ଶର୍ମା(ଅଧିନାୟକ), ଶୁବମନ ଗିଲ, ଯଶସ୍ୱୀ ଜୈସୱାଲ, ବିରାଟ କୋହଲି, କେଏଲ ରାହୁଲ, ସଞ୍ଜୁ ସାମସନ, ଋଷଭ ପନ୍ତ, ଅକ୍ଷର ପଟେଲ, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ୱାଶିଂଟନ ସୁନ୍ଦର, ରବୀନ୍ଦ୍ର ଜାଡେଜା, ହାର୍ଦ୍ଦିକ ପାଣ୍ଡ୍ୟା, ନୀତୀଶ କୁମାର ରେଡ୍ଡୀ, ଯଶପ୍ରୀତ ବୁମ୍ରା, ମହମ୍ମଦ ସିରାଜ, ଅର୍ଶଦୀପ ସିଂହ, ଆବେଶ ଖାନ, ମହମ୍ମଦ ଶାମି, ରିଙ୍କୁ ସିଂହ ଓ ତିଲକ ବର୍ମା।

Bcci Team India Champions Trophy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe