Advertisment

ପାକିସ୍ତାନକୁ ଆଇସିସି ଝଟକା: ପିଓକେରେ ହୋଇପାରିବନି ଚାମ୍ପିୟନ୍ସ ଟ୍ରଫି ଟୁର୍‌

ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫିକୁ ପିଓକେ ନେବାକୁ ଚାହୁଁଥିବାରୁ ଏହାକୁ ବିସିସିଆଇ ବିରୋଧ କରିଥିଲା। ଏହାପରେ ଆଇସିସି ନିକଟରେ ଏନେଇ ଅଭିଯୋଗ କରିଥିଲା। ଆଇସିସି ଏବେ ପାକିସ୍ତାନକୁ ଝଟକା ଦେଇଛି।

Pakistan

Pakistan

Advertisment

ଚାମ୍ପିୟନ୍ସ ଟ୍ରଫିକୁ ନେଇ ବିବାଦ ଚାଲିଥିବା ବେଳେ ଏବେ ପାକିସ୍ତାନକୁ ଆଉ ଏକ ଝଟକା ଦେଇଛି ଆଇସିସି। ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରୁଥିବା ବେଳେ ଏହାର ଟ୍ରଫି ପାକ୍ ଅଧିକୃତ କଶ୍ମୀର ବା ପିଓକେକୁ ନେବାକୁ ଚାହୁଁଛି। ହେଲେ ବିସିସିଆଇର ଆପତ୍ତି ପରେ ଏବେ ପାକିସ୍ତାନକୁ ତାଗିଦ କରିଛି ଆଇସିସି।

Advertisment

ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫିକୁ ପିଓକେର ସକ୍ରଦୁ, ମୁରୀ ଓ ମୁଜାଫରବାଦରେ ବୁଲାଇବାକୁ ଚାହୁଁଥିଲା। ହେଲେ ଚାମ୍ପିୟନ୍ସ ଟ୍ରଫି ପିଓକେକୁ ଯାଇ ପାରିବ ନାହିଁ ବୋଲି ଆଇସିସି ସ୍ପଷ୍ଟ ଭାବେ ପାକିସ୍ତାନକୁ କହି ଦେଇଛି। ଏହି ୩ ଅଞ୍ଚଳରେ ହେବାକୁ ଥିବା ଟ୍ରଫି ଟୁରକୁ ଆଇସିସି ବାତିଲ କରିଦେଇଛି। ଏହାର ଅର୍ଥ ଚାମ୍ପିୟନ୍ସ ଟ୍ରଫି ଆଉ ପିଓକେ ଯାଇ ପାରିବ ନାହିଁ।

ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫିକୁ ପିଓକେ ନେବାକୁ ଚାହୁଁଥିବାରୁ ଏହାକୁ ବିସିସିଆଇ ବିରୋଧ କରିଥିଲା। ଏହାପରେ ଆଇସିସି ନିକଟରେ ଏନେଇ ଅଭିଯୋଗ କରିଥିଲା। ଆଇସିସି ଏବେ ପାକିସ୍ତାନକୁ ଝଟକା ଦେଇଛି।

Advertisment

ଦେଶବ୍ୟାପୀ ଟ୍ରଫି ଟୁର କାର୍ଯ୍ୟକ୍ରମ ପିସିବି ଆସନ୍ତାକାଲି ଠାରୁ ଆରମ୍ଭ କରିବ। ଆସନ୍ତା ୨୪ ଯାଏ ଏହା ଚାଲିବ। କିନ୍ତୁ ଆଇସିସି ଟ୍ରଫିକୁ ପିଓକେରୁ ଦୂରେଇ ରଖିବା ପାଇଁ ପିସିବିକୁ କହିଛି। ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତୀୟ ଟିମ ପାକିସ୍ତାନ ଯିବ ନାହିଁ ବୋଲି କହିବାରୁ ବିବାଦ ଦେଖାଯାଇଛି।

ପାକିସ୍ତାନ ପକ୍ଷରୁ ଏନେଇ ଆଇସିସିକୁ ଲିଖିତ ଭାବେ ଜବାବ ମଗାଯାଇଛି। ଏହି ବିବାଦ ଯୋଗୁ ଚାମ୍ପିୟନ୍ସ ଟ୍ରଫିର ଭବିଷ୍ୟତ ଅନିଶ୍ଚିତା ମଧ୍ୟରେ ରହିଛି। ଏବେ ପୁଣିଥରେ ଟ୍ରଫି ଟୁରକୁ ନେଇ ବିବାଦ ଦେଖାଯାଇଛି।

Pakistan Champions Trophy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe