Advertisment

ଚେନ୍ନାଇକୁ ଝଟକା,୧୦ ଦିନ ପାଇଁ ଖେଳିପାରିବେନି ଏହି ଷ୍ଟାର ଅଲରାଉଣ୍ଡର!

ଚେନ୍ନାଇ ତା’ର ପ୍ରଥମ ମ୍ୟାଚ୍‌ରେ ଗୁଜରାଟ ଠାରୁ ହାରିଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଠାରୁ ୧୨ ରନରେ ଜିତିଥିଲା।

Chenai Super Kings

Chenai Super Kings

Advertisment

ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଛି ଝଟକା। ଆଜି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଦଳ ପାଇଁ ଆସିଛି ଖରାପ ଖବର। ଦଳ ଷ୍ଟାର ଅଲରାଉଣ୍ଡର ତଥା ଅଭିଜ୍ଞ ଖେଳାଳି ବେନ ଷ୍ଟୋକ୍ସ ଆହତ ହୋଇଛନ୍ତି। ଏଥିପାଇଁ ସେ ପ୍ରାୟ ୧୦ ଦିନ କ୍ରିକେଟ ମୈଦାନକୁ ଦୂରେଇ ରହିବେ ବୋଲି ଜଣାପଡ଼ିଛି।

Advertisment

ଚେନ୍ନାଇ ତା’ର ପ୍ରଥମ ମ୍ୟାଚ୍‌ରେ ଗୁଜରାଟ ଠାରୁ ହାରିଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଠାରୁ ୧୨ ରନରେ ଜିତିଥିଲା। ଆଜି ଦଳ ଚଳିତ ଆଇପିଏଲରେ ନିଜର ତୃତୀୟ ମ୍ୟାଚ୍‌ ଖେଳିବାକୁ ୱାଙ୍ଖେଡେ ଷ୍ଟାଡିୟମକୁ ଓହ୍ଲାଇବ। ସାମ୍ନାରେ ରହିବ ଚୀରପ୍ରତିଦ୍ୱନ୍ଦ୍ୱୀ ମୁମ୍ବାଇ ଇଣ୍ଡିଆନ୍ସ। କିନ୍ତୁ ଏହା ପୂର୍ବରୁ ଷ୍ଟୋକ୍ସ ଆହତ ହେବା ଦଳକୁ ଅଡ଼ୁଆରେ ପକାଇଛି।

ମୁମ୍ବାଇ ବିପକ୍ଷ ମ୍ୟାଚ୍‌ ପାଇଁ ଷ୍ଟୋକ୍ସ ୱାଙ୍ଖେଡେରେ ଅଭ୍ୟାସ କରୁଥିଲେ। ଏହି ସମୟରେ ସେ ତାଙ୍କ ଗୋଇଠିରେ ଯନ୍ତ୍ରଣା ଅନଭୁବ କରିଥିଲେ। ଏଥିପାଇଁ ସେ ୧୦ ଦିନ ଯାଏ ମ୍ୟାଚ୍‌ ଖେଳିପାରିବେ ନାହିଁ ବୋଲି ଦି ଇଣ୍ଡିଆନ ଏକ୍ସପ୍ରେସରେ ଖବର ପ୍ରକାଶ ପାଇଛି। ତେବେ ଷ୍ଟୋକ୍ସଙ୍କ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଠିକ୍‌ ମ୍ୟାଚ୍‌ ପୂର୍ବରୁ ନିଆଯିବ ବୋଲି ଟିମ ମ୍ୟାନେଜମେଣ୍ଟ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଷ୍ଟୋକ୍ସ ପ୍ରଥମଥର ପାଇଁ ଚଳିତ ବର୍ଷ ଆଇପିଏଲରେ ଚେନ୍ନାଇ ପାଇଁ ଖେଳୁଛନ୍ତି। ତାଙ୍କୁ ଦଳ ୧୬.୨୫ କୋଟି ଟଙ୍କାରେ କିଣିଛି। ସେ ଚେନ୍ନାଇ ପାଇଁ ଆଇପିଏଲରେ ସବୁଠାରୁ ଦାମୀ ଖେଳାଳିର ମାନ୍ୟତା ପାଇଛନ୍ତି। ତେବେ ଏଯାଏ ତାଙ୍କ ଠାରୁ ଆଶା ଅନୁଯାୟୀ ଖେଳ ଫ୍ୟାନ୍ସ ଦେଖିବାକୁ ପାଇ ନାହାନ୍ତି।

ଏବେ ଆହତ ସମସ୍ୟା ଫ୍ୟାନ୍ସଙ୍କ ଅପେକ୍ଷାକୁ ଆହୁରି ବଢ଼ାଇ ଦେଇଛି। ଯଦି ଷ୍ଟୋକ୍ସ ମ୍ୟାଚ ନ ଖେଳନ୍ତି, ତା’ହେଲେ ଡ୍ୱେନ ପ୍ରିଟୋରିୟସ ତାଙ୍କ ସ୍ଥାନ ନେଇ ପାରନ୍ତି। ଅନ୍ୟପକ୍ଷରେ ମୁମ୍ବାଇ ତା’ର ପ୍ରଥମ ମ୍ୟାଚ୍‌ରେ ଆରସିବି ଠାରୁ ଏକତରଫା ଭାବେ ପରାସ୍ତ ହୋଇଥିଲା। ତେଣୁ ଆଜି ଦଳ ନିଜର ହୋମ ଗ୍ରାଉଣ୍ଡରେ କମବ୍ୟାକ୍‌ ଲକ୍ଷ୍ୟରେ ରହିବ।

Mumbai Cricket IPL M.S. Dhoni
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe