Advertisment

ଗୁଜରାଟ ଆଗରେ ୧୭୯ ରନର ଲକ୍ଷ୍ୟ ରଖିଛି ଚେନ୍ନାଇ

ଧମାକାଦାର ଖେଳ ଦେଖାଇ ଗୁଜରାଟ ଆଗରେ ୧୭୮ ରନର ଏକ ବଡ଼ ସ୍କୋର ଛିଡ଼ା କରିଛି ଚେନ୍ନାଇ।

author-image
Niranjan Mishra
Ruturaj Gaikwad

Ruturaj Gaikwad

ଅହମ୍ମଦାବାଦ : କ୍ରିକେଟ୍ ମହାକୁମ୍ଭ ଇଣ୍ଡିଆନ ପ୍ରିମିୟର ଲିଗ ବା ଆଇପିଏଲ ଆଜି ଠାରୁ ଆରମ୍ଭ ହୋଇଛି। ସନ୍ଧ୍ୟାରେ ଚେନ୍ନାଇ ସୁପରକିଙ୍ଗସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯାଉଛି ପ୍ରଥମ ମ୍ୟାଚ। ଧମାକାଦାର ଖେଳ ଦେଖାଇ ଗୁଜରାଟ ଆଗରେ ୧୭୮ ରନର ଏକ ବଡ଼ ସ୍କୋର ଛିଡ଼ା କରିଛି ଚେନ୍ନାଇ।

Advertisment

ଏହି ମ୍ୟାଚରେ ଚେନ୍ନାଇ ବ୍ୟାଟର ଋତୁରାଜ ଗାଇକ୍ୱାଡଙ୍କ ବ୍ୟାଟିଂ ବିସ୍ଫୋରଣ ଦେଖିବାକୁ ମିଳିଥିଲା। ମାତ୍ର ୫୦ ବଲରୁ ସେ ବିସ୍ଫୋରକ ୯୨ ରନ(୯ ଛକା, ୪ ଚୌକା) କରିଛନ୍ତି। ଏହା ବଳରେ ହିଁ ଚେନ୍ନାଇ ବଡ଼ ସ୍କୋର କରିପାରିଥିଲା।

ଏହି ମ୍ୟାଚରେ ଗୁଜରାଟ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୨୦ ଓଭରରେ ୭ ଓ୍ୱିକେଟ ହରାଇ ୧୭୮ ରନ କରିଥିଲା। କିନ୍ତୁ ଦଳର ଅନ୍ୟ ବ୍ୟାଟରମାନେ ବିଫଳ ହୋଇଥିଲେ। ମୋଇନ ଅଲ୍ଲି ୨୩ରନ କରିଥିବାବେଳେ ଶୁଭମ ଦୁବେ ୧୯ ରନ କରିଥିଲେ। ୮ ନମ୍ବର ସ୍ଥାନରେ ଖେଳିବାକୁ ଆସିଥିବା ଧୋନୀ ଅପରାଜିତ ୧୪ ରନ୍ କରିଥିଲେ।

Advertisment

ଗୁଜରାଟ ପକ୍ଷରୁ ମହମ୍ମଦ ସମ୍ମି, ରସିଦ ଖାଁ ଓ ଅଲଜାରି ଜୋସେଫ ୨ଟି ଲେଖାଏଁ ଓ୍ୱିକେଟ ନେଇଥିଲେ।

IPL