Advertisment

୬ ବର୍ଷ ପରେ ପୂଜାରାଙ୍କୁ କିଣିଲେ ଧୋନି, ହରଭଜନଙ୍କୁ କେହି ନେଲେନି

ଚେନ୍ନାଇ: ଶେଷରେ ଭାରତର ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରାଙ୍କୁ ଆଇପିଏଲ ନିଲାମରେ କ୍ରେତା ମିଳିଛନ୍ତି। ପୂଜାରାଙ୍କୁ ଚେନ୍ନାଇ ସୁପର୍ କିଙ୍ଗସ୍ ୫୦ ଲକ୍ଷ ଟଙ୍କାର ବ୍ରେସ୍ ପ୍ରାଇସରେ କିଣିଛି। ଏଥିସହ ୨୦୧୪ ପରେ ପ୍ରଥମଥର ପୂଜାରାଙ୍କୁ ଆଇପିଏଲରେ କୌଣସି ଟିମ କିଣିଛି। ପୂଜାରା ୨୦୧୦ରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ପକ୍ଷରୁ ଆଇପିଏଲ୍ ଡେବ୍ୟୁ କରିଥିଲେ। ଏହା ପରେ ୨୦୧୧, ୨୦୧୨ ଓ ୨୦୧୩ ସଂସ୍କରଣରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର (ଆରସିବି) ପକ୍ଷରୁ ଖେଳିଥିଲେ। ୨୦୧୪ରେ ପୂଜାରା […]

ଅଦ୍ୟତନ ହୋଇଛି
୬ ବର୍ଷ ପରେ ପୂଜାରାଙ୍କୁ କିଣିଲେ ଧୋନି, ହରଭଜନଙ୍କୁ କେହି ନେଲେନି

bhajji-and-pujara

Advertisment

ଚେନ୍ନାଇ: ଶେଷରେ ଭାରତର ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରାଙ୍କୁ ଆଇପିଏଲ ନିଲାମରେ କ୍ରେତା ମିଳିଛନ୍ତି। ପୂଜାରାଙ୍କୁ ଚେନ୍ନାଇ ସୁପର୍ କିଙ୍ଗସ୍ ୫୦ ଲକ୍ଷ ଟଙ୍କାର ବ୍ରେସ୍ ପ୍ରାଇସରେ କିଣିଛି। ଏଥିସହ ୨୦୧୪ ପରେ ପ୍ରଥମଥର ପୂଜାରାଙ୍କୁ ଆଇପିଏଲରେ କୌଣସି ଟିମ କିଣିଛି।

Advertisment

ପୂଜାରା ୨୦୧୦ରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ପକ୍ଷରୁ ଆଇପିଏଲ୍ ଡେବ୍ୟୁ କରିଥିଲେ। ଏହା ପରେ ୨୦୧୧, ୨୦୧୨ ଓ ୨୦୧୩ ସଂସ୍କରଣରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର (ଆରସିବି) ପକ୍ଷରୁ ଖେଳିଥିଲେ। ୨୦୧୪ରେ ପୂଜାରା ଶେଷଥର ପାଇଁ ପଞ୍ଜାବ ପକ୍ଷରୁ ଖେଳିଥିଲେ। ଫଳରେ ପୂଜାରା ୬ ବର୍ଷ ପରେ କୌଣସି ଆଇପିଏଲ୍ ଟିମ୍ ସହ ଯୋଡ଼ି ହୋଇଛନ୍ତି।

ସୂଚନାଯୋଗ୍ୟ, ପୂଜାରା ଆଇପିଏଲରେ ୩୦ ମ୍ୟାଚ୍ ଖେଳି ୩୯୧ ରନ୍ କରିଛନ୍ତି। ଯେଉଁଥିରେ ତାଙ୍କର ୨୦.୫୨ ଆଭରେଜ୍ ଓ ଷ୍ଟ୍ରାଇକରେଟ୍ ୯୯.୭୪ ରହିଛି। ଆଇପିଏଲରେ ତାଙ୍କର ସର୍ବୋଚ୍ଚ ସ୍କୋର ୫୧ ରହିଛି। ପୂଜାରା ବର୍ତ୍ତମାନ ଭାରତୀୟ ଟେଷ୍ଟ ଟିମର ସଦସ୍ୟ ଅଛନ୍ତି, କିନ୍ତୁ ସୀମିତ ଓଭର ଫର୍ମାଟରେ ସେ ଟିମରୁ ବାହାରେ ଅଛନ୍ତି।

Advertisment

ଗୋଟିଏ ପଟେ ପୂଜାରାଙ୍କୁ ଚେନ୍ନାଇ କିଣିଥିବା ବେଳେ ଅନ୍ୟ ପଟେ ଭାରତର କିମ୍ବଦନ୍ତୀ ସ୍ପିନର ହରଭଜନ ସିଂହଙ୍କୁ କୌଣସି ଟିମ୍ କିଣିନାହାନ୍ତି। ହରଭଜନ ଶେଷଥର ପାଇଁ ୨୦୧୯ରେ ଚେନ୍ନାଇ ପକ୍ଷରୁ ଖେଳିଥିଲେ। କିନ୍ତୁ ୨୦୨୦ରେ ସେ ଆଇପିଏଲରେ ନଖେଳିବାକୁ ନିଷ୍ପତ୍ତି ନେଇଥିଲେ। ଯାହା ପରେ ଚେନ୍ନାଇ ତାଙ୍କୁ ଟିମରୁ ରିଲିଜ୍ କରିଥିଲା। ସେହିପରି ଭେଟେରାନ୍ ବ୍ୟାଟ୍ସମ୍ୟାନ୍ କେଦାର ଯାଦବ ମଧ୍ୟ ଅକ୍ସନରେ ଅଲୋଡ଼ା ହୋଇଛନ୍ତି। ଗତ ସଂସ୍କରଣରେ କେଦାର ଚେନ୍ନାଇ ସୁପର୍ କିଙ୍ଗସ୍ ପକ୍ଷରୁ ଖେଳିଥିଲେ।

IPL Auction 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe