Advertisment

ଚେନ୍ନାଇ ସୁପର୍ କିଙ୍ଗସ୍ ପାଇଁ ଦୁଃଖଦ ଖବର, ପରଲୋକରେ ଟିମ୍‌ର ଚେୟାରମ୍ୟାନ୍

ଚେନ୍ନାଇ: ଆଇପିଏଲ୍ ଚାଲିଥିବା ବେଳେ ଚେନ୍ନାଇ ସୁପର୍ କିଙ୍ଗସ୍ ଟିମ୍ ପାଇଁ ଆସିଲା ଦୁଃଖଦ ଖବର। ଟିମର ନିର୍ଦ୍ଦେଶକ ଓ ଚେୟାରମ୍ୟାନ୍ ଏଲ୍ ସବାରତ୍ନମଙ୍କର ୮୦ ବର୍ଷ ବୟସରେ ପରଲୋକ ହୋଇଯାଇଛି। ରବିବାର ଅପରାହ୍ଣ ସାଢ଼େ ୧୨ଟା ବେଳେ ସବାରତ୍ନମଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କ ନିକଟରେ ଦୁଇ ପୁଅ ଓ ଜଣେ ପୁଅ ଉପସ୍ଥିତ ଥିଲେ। ସବାରତ୍ନମ ସିମେଣ୍ଟ ଇଣ୍ଡଷ୍ଟ୍ରୀରେ ଦୀର୍ଘ ବର୍ଷ ଧରି କାମ କରୁଥିଲେ। ସେ ଚେଟିନାଡ ସିମେଣ୍ଟ […]

ଚେନ୍ନାଇ ସୁପର୍ କିଙ୍ଗସ୍ ପାଇଁ ଦୁଃଖଦ ଖବର, ପରଲୋକରେ ଟିମ୍‌ର ଚେୟାରମ୍ୟାନ୍

csk1

Advertisment

ଚେନ୍ନାଇ: ଆଇପିଏଲ୍ ଚାଲିଥିବା ବେଳେ ଚେନ୍ନାଇ ସୁପର୍ କିଙ୍ଗସ୍ ଟିମ୍ ପାଇଁ ଆସିଲା ଦୁଃଖଦ ଖବର। ଟିମର ନିର୍ଦ୍ଦେଶକ ଓ ଚେୟାରମ୍ୟାନ୍ ଏଲ୍ ସବାରତ୍ନମଙ୍କର ୮୦ ବର୍ଷ ବୟସରେ ପରଲୋକ ହୋଇଯାଇଛି। ରବିବାର ଅପରାହ୍ଣ ସାଢ଼େ ୧୨ଟା ବେଳେ ସବାରତ୍ନମଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କ ନିକଟରେ ଦୁଇ ପୁଅ ଓ ଜଣେ ପୁଅ ଉପସ୍ଥିତ ଥିଲେ।

Advertisment

ସବାରତ୍ନମ ସିମେଣ୍ଟ ଇଣ୍ଡଷ୍ଟ୍ରୀରେ ଦୀର୍ଘ ବର୍ଷ ଧରି କାମ କରୁଥିଲେ। ସେ ଚେଟିନାଡ ସିମେଣ୍ଟ କର୍ପୋରେସନରେ ମଧ୍ୟ କାମ କରିଛନ୍ତି। ସେଠାରେ ସେ ଏକଜିକ୍ୟୁଟିଭ୍ ଡାଇରେକ୍ଟର ଭାବେ କାମ କରୁଥିଲେ। ଏହାସହ ସବାରତ୍ନମ ଚେନ୍ନାଇ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ ଓ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡର ମଧ୍ୟ ଡାଇରେକ୍ଟର ରହିଆସିଥିଲେ।

ସବାରତ୍ନମ ଇଣ୍ଡିଆ ସିମେଣ୍ଟସର ମଧ୍ୟ ଆଡଭାଇଜର୍ ଥିଲେ। ଚେନ୍ନାଇ ସୁପର୍ କିଙ୍ଗସ୍ ଟିମର ମାଲିକାନାସତ୍ତ୍ୱ ଇଣ୍ଡିଆ ସିମେଣ୍ଟସ ପାଖରେ ରହିଛି। ଏବେ ଏନ୍ ଶ୍ରୀନିବାସନ୍ ଇଣ୍ଡିଆ ସିମେଣ୍ଟସର ମୁଖ୍ୟ ଅଛନ୍ତି।

Advertisment

ସୂଚନାଯୋଗ୍ୟ, ଆଇପିଏଲର ଗତ ସଂସ୍କରଣରେ ଚେନ୍ନାଇର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା। କିନ୍ତୁ ଚଳିତ ବର୍ଷ ଚେନ୍ନାଇ ଜବରଦସ୍ତ ଆରମ୍ଭ କରିଛି। ରବିବାର ଚେନ୍ନାଇ ସୁପର୍ କିଙ୍ଗସ୍ ତା'ର ପଞ୍ଚମ ମ୍ୟାଚରେ ଅପରାଜେୟ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୬୯ ରନରେ ପରାସ୍ତ କରି ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe