Advertisment

ପ୍ଲେଅଫରେ ଧୋନିଙ୍କ ଚେନ୍ନାଇ, ଶେଷ ମ୍ୟାଚ୍‌ରେ ବି ହାରିଲା ଦିଲ୍ଲୀ

ଆଜି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ ହରାଇ ୨୨୩ ରନ କରିଥିଲା। ଏହାର ଜବାବରେ ଦିଲ୍ଲୀ ୯ ୱିକେଟ ହରାଇ କେବଳ ୧୪୬ ରନ କରିବାକୁ ସକ୍ଷମ ହୋଇଛି।

author-image
Hemant Lenka
CSK

CSK

ଚଳିତ ଆଇପିଏଲରେ ଦ୍ୱିତୀୟ ଦଳ ଭାବେ ଟପ୍‌ ୪ ବା ପ୍ଲେଅଫରେ ସ୍ଥାନ ପକ୍କା କରିଛି ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ। ଆଜି ଦଳ ଶେଷ ଲିଗ୍‌ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୭୭ ରନରେ ହରାଇଛି। ଚେନ୍ନାଇ ୧୪ଟି ମ୍ୟାଚ୍‌ରୁ ୧୭ ପଏଣ୍ଟ ସହ ପ୍ଲେଅଫ ଟିକେଟ ହାତେଇଛି।

Advertisment

ଆଜି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ ହରାଇ ୨୨୩ ରନ କରିଥିଲା। ଏହାର ଜବାବରେ ଦିଲ୍ଲୀ ୯ ୱିକେଟ ହରାଇ କେବଳ ୧୪୬ ରନ କରିବାକୁ ସକ୍ଷମ ହୋଇଛି। ଦିଲ୍ଲୀ ନିଜର ଶେଷ ଲିଗ୍‌ ମ୍ୟାଚ୍‌ରେ ମଧ୍ୟ ପରାସ୍ତ ହୋଇଛି। ଚଳିତ ବର୍ଷ ଦିଲ୍ଲୀ ୧୪ଟି ମ୍ୟାଚ୍‌କୁ ୫ଟିରେ ଜିତିବାକୁ ସକ୍ଷମ ହୋଇଥିବା ବେଳେ ୯ଟିରେ ହାରିଛି।

ଆଜିର ମ୍ୟାଚ୍‌ ଚେନ୍ନାଇ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଥିଲା। ଦଳକୁ ପ୍ଲେଅଫ ଟିକେଟ ପାଇଁ ଆଜିର ମ୍ୟାଚ୍‌ ଜିତିବା ଅତ୍ୟନ୍ତ ଜରୁରୀ ଥିଲା। ଠିକଣା ସମୟରେ ମଧ୍ୟ ଚେନ୍ନାଇ ବ୍ୟାଟରମାନେ କମାଲ କରିଥିଲା। ଦଳର ଦୁଇ ଓପନର ଋତୁରାଜ ଗାଏକ୍ୱାଡ ଓ ଡେଭୋନ କନୱେ ଦମଦାର ବ୍ୟାଟିଂ କରିଥିଲେ। ଉଭୟ ପ୍ରଥମ ୱିକେଟ ପାଇଁ ୧୪୧ ରନ ଯୋଡ଼ିଥିଲେ।

Advertisment

ଏଥିସହ ଉଭୟ ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଗାଏକ୍ୱାଡ ୫୦ ବଲରେ ୭୯ ରନ କରି ଆଉଟ ହେବା ପରେ କନୱେଙ୍କ ସହ ମିଶି ଶିବମ ଦୁବେ ସ୍ଥିତି ସମ୍ଭାଳିଥିଲେ। ଦୁବେ ୯ ବଲରେ ୨୨ ରନର ଇନିଂସ ଖେଳିଛନ୍ତି। ଦଳୀୟ ସ୍କୋର ୧୯୫ ଥିବା ବେଳେ କନୱେ ୫୨ ବଲରେ ୮୭ ରନ କରି ଆଉଟ ହୋଇଥିଲେ। ଶେଷ ଭାଗରେ ରବୀନ୍ଦ୍ର ଜାଡେଜା ୭ ବଲରେ ଅପରାଜିତ ୨୦ ଓ ଧୋନି ୪ ବଲରେ ୫ ରନ କରିବାରୁ ଚେନ୍ନାଇ ୩ ୱିକେଟ ହରାଇ ୨୨୩ ରନ କରିଥିଲା।

୨୨୪ ରନର ବିଶାଳ ଲକ୍ଷ୍ୟକୁ ପିଛା କରୁଥିବା ଦିଲ୍ଲୀ ଦ୍ୱିତୀୟ ଓଭର୍‌ରେ ପୃଥ୍ୱୀ ଶ’(୫)ଙ୍କୁ ହରାଇଥିଲା। ଫିଲ ସଲ୍ଟ(୩) ଓ ରିଲେ ରୁସୋ ଖାତା ଖୋଲିବା ଆଗରୁ ପ୍ୟାଭିଲିୟନ ଫେରିଥିଲେ। ଅଧିନାୟକ ଡେଭିଡ ୱାର୍ଣ୍ଣରଙ୍କ ସହ ମିଶ ୟଶ ଧୂଲ ସ୍ଥିତି ସମ୍ଭାବଳିବାକୁ ଚେଷ୍ଟା କରିଥିଲେ। ତେବେ ଦଳୀୟ ସ୍କୋର ୭୫ ଥିବା ବେଳେ ୟଶ ୧୩ ରନ କରି ଆଉଟ ହୋଇଥିଲେ।

ଗୋଟିଏ ପଟେ ୱିକେଟ ଯାଉଥିଲେ ମଧ୍ୟ ୱାର୍ଣ୍ଣର ବଡ଼ବଡ଼ ଶଟ ଖେଳି ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ତାଙ୍କୁ ଅକ୍ଷର ପଟେଲ(୧୫) ଓ ଅମନ ଖାନ(୭) କିଛି ସମୟ ସାଥ ଦେଇଥିଲେ। ତେବେ ଲକ୍ଷ୍ୟ ବିଶାଳ ଥିବାରୁ ୱାର୍ଣ୍ଣର ବଡ଼ ଶଟ ଖେଳିବାକୁ ଯାଇ ୮୬ ରନରେ ଆଉଟ ହୋଇଯାଇଥିଲେ।

ଏହି ସମୟରେ ଦଳର ସ୍କୋର ୧୪୪ ଥିଲା। ଲଳିତ ଯାଦବ ୬ ଓ କୁଲଦୀପ ଯାଦବ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲେ। ଶେଷରେ ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ କେବଳ ୧୪୯ ରନ କରିବାକୁ ସକ୍ଷମ ହୋଇଥିଲା।

ଚେନ୍ନାଇ ପକ୍ଷରୁ ଦୀପକ ଚହର ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ମହୀଶ ତିକଶାନା ଓ ମଥିଶା ପଥିରାଣା ୨ଟି ଲେଖାଏ ସଫଳତା ପାଇଛନ୍ତି। ତୁଷାର ଦେଶପାଣ୍ଡେ ଓ ଜାଡେଜାଙ୍କୁ ଗୋଟିଏ ଲେଖାଏ ୱିକେଟ ମିଳିଛି। ୫୦ ବଲରେ ୭୯ ରନ ଓ ଦୁଇଟି କ୍ୟାଚ୍‌ ଧରିଥିବା ଗାଏକ୍ୱାଡଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି।

Cricket IPL