Advertisment

ଆଇପିଏଲରେ ଧୋନିଙ୍କ ଟିମକୁ ବଡ଼ ଝଟକା, ହଟିଲେ ଷ୍ଟାର୍ ପେସ୍ ବୋଲର

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୪ଶ ସଂସ୍କରଣର ଆରମ୍ଭ ହେବା ପୂର୍ବରୁ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର୍ କିଙ୍ଗସକୁ ବଡ଼ ଝଟକା ଲାଗିଛି। ଟିମର ଅଷ୍ଟ୍ରେଲିଆ ପେସ୍ ବୋଲର ଜୋଶ ହେଜଲଉଡ୍ ଲିଗରୁ ନିଜ ନାମ ପ୍ରତ୍ୟାହାର କରିନେଇଛନ୍ତି। ଚେନ୍ନାଇ ସୁପର୍ କିଙ୍ଗସ୍ ତା’ର ପ୍ରଥମ ମ୍ୟାଚ୍ ଏପ୍ରିଲ୍‌ ୧୦ ତାରିଖରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଖେଳାଯିବ। ହେଲେ ଗୁରୁବାର ହେଜଲଉଡ୍ ଲିଗରୁ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଚଳିତ ବର୍ଷ […]

ଆଇପିଏଲରେ ଧୋନିଙ୍କ ଟିମକୁ ବଡ଼ ଝଟକା, ହଟିଲେ ଷ୍ଟାର୍ ପେସ୍ ବୋଲର

MS-Dhoni-and-Josh-Hazelwood

Advertisment

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୪ଶ ସଂସ୍କରଣର ଆରମ୍ଭ ହେବା ପୂର୍ବରୁ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର୍ କିଙ୍ଗସକୁ ବଡ଼ ଝଟକା ଲାଗିଛି। ଟିମର ଅଷ୍ଟ୍ରେଲିଆ ପେସ୍ ବୋଲର ଜୋଶ ହେଜଲଉଡ୍ ଲିଗରୁ ନିଜ ନାମ ପ୍ରତ୍ୟାହାର କରିନେଇଛନ୍ତି। ଚେନ୍ନାଇ ସୁପର୍ କିଙ୍ଗସ୍ ତା'ର ପ୍ରଥମ ମ୍ୟାଚ୍ ଏପ୍ରିଲ୍‌ ୧୦ ତାରିଖରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଖେଳାଯିବ। ହେଲେ ଗୁରୁବାର ହେଜଲଉଡ୍ ଲିଗରୁ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି।

Advertisment

ଚଳିତ ବର୍ଷ ଆଇପିଏଲରୁ ହଟିବା ପଛର କାରଣ କହିଛନ୍ତି ହେଜଲଉଡ୍। ଆଶେସ୍ ସିରିଜ୍ ଓ ଚଳିତ ବର୍ଷ ଟି-୨୦ ୱାର୍ଲ୍ଡ କପ୍ ପାଇଁ ନିଜକୁ ଫିଟ୍‌ ରଖିବା ପାଇଁ ହେଜଲଉଡ୍ ଆଇପିଏଲ୍‌ ନଖେଳିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆଇପିଏଲ୍ ପାଇଁ ଜାରି ହୋଇଥିବା କଠୋର ବାୟୋ ବବଲ୍ ନିୟମଠାରୁ ନିଜକୁ ଅଲଗା ରଖି ପରିବାର ସହ କିଛି ସମୟ ବିତାଇବାକୁ ଚାହୁଥିବା ଅଷ୍ଟ୍ରେଲିଆର ଡାହାଣହାତୀ ଏହି ପେସର୍ କହିଛନ୍ତି।

ହେଜଲଉଡ୍ କହିଛନ୍ତି, 'ପାଖାପାଖି ଗତ ୧୦ମାସ ହେବ ବବଲ୍ ଓ କ୍ୱାରେଣ୍ଟାଇନରେ ରହିଆସୁଛୁ। ଏଥିପାଇଁ ମୁଁ କ୍ରିକେଟରୁ ବିଶ୍ରାମ ନେବା ପାଇଁ ନିଷ୍ପତ୍ତି ନେଇଛି। ଆଗାମୀ କିଛି ଦିନ ପରିବାର ସହ ବିତାଇବାକୁ ଚାହେଁ। ମୁଁ ଆଗାମୀ ଦୁଇମାସ ଅଷ୍ଟ୍ରେଲିଆରେ ରହିବି। ୧୨ ମାସ ପରେ ଆଇସିସି ଟି-୨୦ ୱାର୍ଲ୍ଡ ଓ ଆସେସ୍ ସିରିଜ୍ ହେବାକୁ ଯାଉଛି। ଏହି ଦୁଇଟି ବଡ଼ ଟୁର୍ଣ୍ଣାମେଣ୍ଟ ପାଇଁ ମୁଁ ନିଜକୁ ମାନସିକ ଓ ଶାରୀରିକ ଫିଟ୍‌ ରଖିବାକୁ ଚାହୁଁଛି। ଏସବୁକୁ ଆଖି ଆଗରେ ରଖି ମୁଁ ଚଳିତ ଆଇପିଏଲ୍ ନଖେଳିବାକୁ ନିଷ୍ପତ୍ତି ନେଇଛି।'

Advertisment

ଚେନ୍ନାଇ ସୁପର୍ କିଙ୍ଗସ୍ ୨୦୨୦ରେ ଆଇପିଏଲ୍ ଅକ୍ସନରେ ହେଜଲଉଡଙ୍କୁ ୨ କୋଟି ଟଙ୍କାରେ କିଣିଥିଲା। ତେବେ ଆଇପିଏଲର ଗତ ସିଜନରେ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ନିୟମିତ ସୁଯୋଗ ମିଳିନଥିଲା। ଆଇପିଏଲ୍ ୨୦୨୧ର ଅକ୍ସନ୍ ପୂର୍ବରୁ ମହେନ୍ଦ୍ର ସିଂ ଧୋନିଙ୍କ ଟିମ୍ ହେଜଲଉଡଙ୍କୁ ରିଟେନ୍ କରିଥିଲା। ଏବେ ହେଜଲଉଡ୍ ଆଇପିଏଲରୁ ଓହରିବା ପରେ ତାଙ୍କ ରିପ୍ଲେସମେଣ୍ଟ ଭାବେ କେଉଁ ବୋଲରଙ୍କୁ ଚେନ୍ନାଇ ନେବ, ତାହା ସ୍ପଷ୍ଟ ହୋଇନାହିଁ।

କେବଳ ହେଜଲଉଡ୍ ନୁହନ୍ତି, ଅଷ୍ଟ୍ରେଲିଆର ଷ୍ଟାର୍ ଅଲରାଉଣ୍ଡର ମିଚେଲ୍ ମାର୍ଶ ମଧ୍ୟ ଆଇପିଏଲରୁ ଓହରି ଯାଇଛନ୍ତି। ସନରାଇଜର୍ସ ହାଇଦ୍ରାବାଦ ଟିମରେ ରିଟେନ୍ ଥିବା ମାର୍ଶ ବୁଧବାର ନିଜ ନାଁ ପ୍ରତ୍ୟାହାର କରିଥିଲେ।

IPL 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe