Advertisment

ଲକ୍ଷ୍ନୌ ସୁପର୍ ଜିଆଣ୍ଟସ୍‌କୁ ୨୧୮ ରନ୍ ଟାର୍ଗଟ ଦେଲା ଚେନ୍ନାଇ ସୁପରକିଙ୍କସ୍

ଆଜି ଚେନ୍ନାଇର ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳା ଯାଇଥିବା ଆଇପିଏଲର ୬ଷ୍ଠ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍‌ର ବ୍ୟାଟ୍ସମ୍ୟାନମାନେ ଧୂଆଁଧାର ଖେଳ ଦେଖାଇ ଲକ୍ଷ୍ନୌ ସୁପର୍ ଜିଆଣ୍ଟସ୍ ଆଗରେ ୨୧୭ର ବିଶାର ସ୍କୋର ଠିଆ କରିଛନ୍ତି।

author-image
Niranjan Mishra
ଅଦ୍ୟତନ ହୋଇଛି
 MS Dhoni

MS Dhoni

ଚେନ୍ନାଇ: ଆଜି ଚେନ୍ନାଇର ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳା ଯାଇଥିବା ଆଇପିଏଲର ୬ଷ୍ଠ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍‌ର ବ୍ୟାଟ୍ସମ୍ୟାନମାନେ ଧୂଆଁଧାର ଖେଳ ଦେଖାଇ ଲକ୍ଷ୍ନୌ ସୁପର୍ ଜିଆଣ୍ଟସ୍ ଆଗରେ ୨୧୭ର ବିଶାର ସ୍କୋର ଠିଆ କରିଛନ୍ତି। ଛକା, ଚୌକା ବର୍ଷା ଦେଖି ଦର୍ଶକ ଖୁସ୍।

Advertisment

ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ ହରାଇ ୨୧୭ ରନ୍‌ କରିଛି। ଚେନ୍ନାଇ ପକ୍ଷରୁ ଋତୁରାଜ ଗାଇକୱାଡଙ୍କ ୫୭ ରନ୍‌(୪ ଛକା, ୩ ଚୌକା), ଡିଭନ୍ କନୱେ ୪୭ ରନ୍‌(୨ ଛକା, ୫ ଚୌକା), ଶିବମ୍ ଦୁବେ ୨୭ ରନ୍‌(୩ ଛକା, ୧ ଚୌକା), ମୋଏନ ଅଲ୍ଲି ୧୯ (୩ ଚୌକା), ଅମ୍ୱାତି ରାଇଡୁ ଅପରାଜିତ ୨୭ ରନ୍(୨ ଛକା, ୨ ଚୌକା) ଓ ଧୋନି ୧୨ ରନ୍‌(୨ ଛକା) ବଳରେ ଚେନ୍ନାଇ ଏକ ବିଶାଳ ସ୍କୋର କରିବାରେ ସକ୍ଷମ ହୋଇଛି।

ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ପକ୍ଷରୁ ଖରାପ ବୋଲିଂ ଦେଖିବାକୁ ମିଳିଥିଲା। ତେବେ ମାର୍କ ଉଡ୍‌ ଓ ରବି ବିଷ୍ଣୋଇ ୩ଟି ଲେଖାଏଁ ୱିକେଟ ନେଇଥିବା ବେ‌ଳେ ଆବେଶ ଖାନ ଗୋଟିଏ ୱିକେଟ ନେଇଥିଲେ ।

Advertisment

ଲକ୍ଷ୍ନୌକୁ ଏହି ମ୍ୟାଚକୁ ଜିତିବା ପାଇଁ ୨୧୮ ରନ୍‌ ଲକ୍ଷ୍ୟକୁ ପିଛା କରୁଛି। କେଏଲ୍ ରାହୁଲ ଓ କେଇଲି ମେୟର୍‌ସ ମଧ୍ୟ ଲକ୍ଷ୍ନୌ ପକ୍ଷରୁ ଓପନିଂ କରି ଜବରଦସ୍ତ ପ୍ରହାର ଆରମ୍ଭ କରିଛନ୍ତି। ପ୍ରଥମ ମ୍ୟାଚରେ ଚେନ୍ନାଇ ଗୁଜୁରାଟଠାରୁ ପରାସ୍ତ ହୋଇଥିବାରୁ ଏହି ମ୍ୟାଚରେ ବିଜୟୀ ହୋଇ ଟେବୁଲ ତାଲିକାରେ ନିଜିର ଖାତା ଖୋଲିବାକୁ ଆଶା ରଖିଛି।

IPL