Advertisment

ଟସ୍ ଜିତିଲେ ଧୋନି, ଖେଳିବେନି ରୋହିତ୍ ଓ ହାର୍ଦ୍ଦିକ

ଦୁବାଇ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୪ଶ ସଂସ୍କରଣ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଟୁର୍ଣ୍ଣାମେଣ୍ଟର ୩୦ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର୍ କିଙ୍ଗସ। ଉକ୍ତ ମ୍ୟାଚରେ ଚେନ୍ନାଇ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସର ନିୟମିତ କ୍ୟାପଟେନ୍ ରୋହିତ୍ ଶର୍ମା ବିଶ୍ରାମ ନେଇଛନ୍ତି। ତାଙ୍କ ସ୍ଥାନରେ କାଇରନ୍ ପୋଲାର୍ଡ ଟିମର ନେତୃତ୍ୱ ନେଉଛନ୍ତି। ସେହିପରି […]

ଅଦ୍ୟତନ ହୋଇଛି
ଟସ୍ ଜିତିଲେ ଧୋନି, ଖେଳିବେନି ରୋହିତ୍ ଓ ହାର୍ଦ୍ଦିକ

mi-vs-csk

Advertisment

ଦୁବାଇ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୪ଶ ସଂସ୍କରଣ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଟୁର୍ଣ୍ଣାମେଣ୍ଟର ୩୦ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର୍ କିଙ୍ଗସ। ଉକ୍ତ ମ୍ୟାଚରେ ଚେନ୍ନାଇ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Advertisment

ଆଜି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସର ନିୟମିତ କ୍ୟାପଟେନ୍ ରୋହିତ୍ ଶର୍ମା ବିଶ୍ରାମ ନେଇଛନ୍ତି। ତାଙ୍କ ସ୍ଥାନରେ କାଇରନ୍ ପୋଲାର୍ଡ ଟିମର ନେତୃତ୍ୱ ନେଉଛନ୍ତି। ସେହିପରି ମୁମ୍ବାଇର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଆଜି ମ୍ୟାଚରୁ ବାଦ୍ ପଡ଼ିଛନ୍ତି।

ଉକ୍ତ ମ୍ୟାଚରେ ଚେନ୍ନାଇ ତା’ର ଚୂଡ଼ାନ୍ତ ଏକାଦଶରେ ବିଶେଷ ପରିବର୍ତ୍ତନ କରିନାହିଁ। ଚେନ୍ନାଇ ଟିମର ୪ ବିଦେଶୀ ଖେଳାଳି ଫାଫ୍ ଡୁପ୍ଲେସିସ୍, ମୋଇନ୍ ଅଲୀ, ଡ୍ୱେନ୍ ବ୍ରାଭୋ ଓ ଜୋଶ ହେଜଲଉଡ୍ ସ୍ଥାନ ପାଇଛନ୍ତି। ତେବେ ଟିମରେ ଭାରତୀୟ ଖେଳାଳିମାନେ ସ୍ଥାନ ବଜାୟ ରଖିଛନ୍ତି। ସେହିପରି ମୁମ୍ବାଇ ଟିମରେ ୪ ବିଦେଶୀ ଖେଳାଳି ଭାବେ କ୍ୱିଣ୍ଟନ୍ ଡି'କକ୍, ପୋଲାର୍ଡ, ଆଡାମ୍ ମିଲନେ ଓ ଟ୍ରେଣ୍ଟ ବୋଲ୍ଟ ଖେଳୁଛନ୍ତି। ମୁମ୍ବାଇ ପକ୍ଷରୁ ଆଜି ଡେବ୍ୟୁ କରିଛନ୍ତି ଅନମୋଲପ୍ରୀତ ସିଂହ।

Advertisment

ସୂଚନାଯୋଗ୍ୟ, ଚଳିତ ସଂସ୍କରଣରେ ମୁମ୍ବାଇ ଓ ଚେନ୍ନାଇ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ରୋହିତଙ୍କ ଟିମ୍ ବିଜୟୀ ହୋଇଥିଲା। ମେ' ୧ ତାରିଖରେ ଖେଳାଯାଇଥିବା ଏହି ମ୍ୟାଚରେ ଚେନ୍ନାଇ ୪ ୱିକେଟରେ ପରାସ୍ତ ହୋଇଥିଲା। ତେବେ ଆଜି ମ୍ୟାଚ୍ ଜିତି ଚେନ୍ନାଇ ପ୍ରତିଶୋଧ ନେବାକୁ ଚାହିଁବ।

ଚେନ୍ନାଇ ସୁପର୍ କିଙ୍ଗସ୍: ଫାଫ୍ ଡୁ ପ୍ଲେସିସ୍, ଋତୁରାଜ ଗାଏକ୍ୱାଡ୍, ମୋଇନ୍ ଅଲୀ, ସୁରେଶ ରାଇନା, ଅମ୍ବାତି ରାୟୁଡୁ, ରବୀନ୍ଦ୍ର ଜାଡେଜା, ଡ୍ୱେନ୍ ବ୍ରାଭୋ, ମହେନ୍ଦ୍ର ସିଂ ଧୋନି (କ୍ୟାପଟେନ୍), ଶାର୍ଦ୍ଦୁଲ ଠାକୁର, ଦୀପକ ଚହର୍, ଜୋଶ ହେଜଲଉଡ୍।

ମୁମ୍ବାଇ ଇଣ୍ଡିଆନ୍ସ: କ୍ୱିଣ୍ଟନ୍ ଡି’କକ୍, ସୂର୍ଯ୍ୟକୁମାର ଯାଦବ, ଈଶାନ୍ କିଶନ, ଅନମୋଲପ୍ରୀତ ସିଂହ, ସୌରଭ ତିୱାରୀ, କାଇରନ୍ ପୋଲାର୍ଡ (କ୍ୟାପଟେନ୍), କୃନାଲ୍ ପାଣ୍ଡ୍ୟା, ଆଡାମ୍ ମିଲନେ, ରାହୁଲ୍ ଚହର୍, ଯଶପ୍ରୀତ ବୁମ୍ରା, ଟ୍ରେଣ୍ଟ ବୋଲ୍ଟ।

IPL 2021
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe