/odisha-reporter/media/post_attachments/uploads/2021/02/pujata.jpg)
pujata
ଚେନ୍ନାଇ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚେନ୍ନାଇ ଟେଷ୍ଟରେ ଘରୋଇ ଦଳ ବ୍ୟାକଫୁଟରେ ରହିଛି। ଏହି ମ୍ୟାଚରେ ଏକ ସମୟରେ ଜବରଦସ୍ତ ବ୍ୟାଟିଂ କରୁଥିବା ଚେତେଶ୍ୱର ପୂଜାରା ଭାଗ୍ୟଶାଳୀ ରହିନାହାନ୍ତି ଏବଂ ଅଜବ ଢଙ୍ଗରେ ଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରିଛନ୍ତି। ଏହିପରି ଭାବେ ପୂଜାରାଙ୍କ ଆଉଟ୍ ହେବାର ଭିଡିଓ ସୋଶାଲ ମିଡିଆରେ ଟ୍ରେଣ୍ଡ କରୁଛି।
https://twitter.com/Ritesh_7l/status/1358358459633213441?s=20
ଇଂଲଣ୍ଡର ବିଶାଳ ସ୍କୋର ଜବାବରେ ଭାରତର ଆରମ୍ଭ ନୈରାଶ୍ୟଜନକ ରହିଥିଲା। ଭାରତ ୭୩ ରନ୍ ଭିତରେ ୪ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ଯାହା ପରେ ପୂଜାରା ଓ ଋଷଭ ପନ୍ତ ଦମଦାର ବ୍ୟାଟିଂ କରୁଥିଲେ। ତେବେ ଇନିଂସର ୫୧ତମ ଓଭରରେ ଡମ୍ ବେସଙ୍କ ତୃତୀୟ ବଲରେ ପୂଜାରା ଲେଗ୍ ସାଇଡକୁ ଜୋରଦାର ଶଟ୍ ମାରିଥିଲେ। କିନ୍ତୁ ପୂଜାରାଙ୍କ ଏହି ଶଟ୍ ଶର୍ଟ ଲେଗରେ ଫିଲ୍ଡିଂ କରୁଥିବା ଓଲି ପୋପଙ୍କ କାନ୍ଧରେ ବାଜି ରୋରୀ ବର୍ନସଙ୍କ ହାତକୁ ଚାଲିଯାଇଥିଲା। ଏଥିସହ ପୂଜାରା ଦୁର୍ଭାଗ୍ୟଜନକ ଭାବେ ଆଉଟ୍ ହୋଇଯାଇଥିଲେ। ପୂଜାରା ୧୪୩ ବଲରେ ୭୩ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ପୂଜାରାଙ୍କ ଏହି ଆଉଟ୍ ହେବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି।
ସୂଚନାଯୋଗ୍ୟ, ଉକ୍ତ ମ୍ୟାଚରେ ଜୋ ରୁଟଙ୍କ ଦ୍ୱିଶତକ ବଳରେ ଇଂଲଣ୍ଡ ପ୍ରଥମ ଇନିଂସରେ ୫୭୮ ରନ୍ କରି ଅଲଆଉଟ୍ ହୋଇଥିଲା। ଜବାବରେ ଭାରତ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୬ ୱିକେଟ୍ ହରାଇ ୨୫୭ ରନ୍ କରିଛି। ପନ୍ତ ଆକ୍ରମଣାତ୍ମକ ବ୍ୟାଟିଂ କରି ୯୧ ରନର ଇନିଂସ୍ ଖେଳିଛନ୍ତି। ୱାଶିଂଟନ୍ ସୁନ୍ଦର ୩୩ ଓ ରବିଚନ୍ଦ୍ରନ୍ ଅଶ୍ୱିନ୍ ୮ ରନ୍ କରି ଅପରାଜିତ ରହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
