Advertisment

୭ ବର୍ଷ ପରେ ମିଳିଲା ଆଇପିଏଲ୍ ଜର୍ସି, ଧୋନିଙ୍କୁ କହିଲେ ଏମିତି କଥା

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୪ଶ ସଂସ୍କରଣ ପାଇଁ କଠିନ ପରିଶ୍ରମ କରୁଛନ୍ତି ଚେତେଶ୍ୱର ପୂଜାରା। ବୁଧବାର ପୂଜାରାଙ୍କ ପାଇଁ ଥିଲା ବହୁତ ଖାସ୍ ଦିନ। କାରଣ ତାଙ୍କୁ ଆଇପିଏଲ ପାଇଁ ମିଳିଛି ଚେନ୍ନାଇ ସୁପର୍ କିଙ୍ଗସର ଜର୍ସି। ପୂଜାରାଙ୍କୁ ଏହି ଜର୍ସି ଆଉ କେହି ନୁହନ୍ତି ବରଂ ଖୋଦ୍ ଟିମର କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ଦେଇଛନ୍ତି। ଏହି ଅବସରରେ ଧୋନିଙ୍କ ସହ ଟିମର ମୁଖ୍ୟ କୋଚ୍‌ ଷ୍ଟିଫେନ୍ ଫ୍ଲେମିଂ ଉପସ୍ଥିତ ଥିଲେ। ଧୋନିଙ୍କଠାରୁ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
୭ ବର୍ଷ ପରେ ମିଳିଲା ଆଇପିଏଲ୍ ଜର୍ସି, ଧୋନିଙ୍କୁ କହିଲେ ଏମିତି କଥା

pujara

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୪ଶ ସଂସ୍କରଣ ପାଇଁ କଠିନ ପରିଶ୍ରମ କରୁଛନ୍ତି ଚେତେଶ୍ୱର ପୂଜାରା। ବୁଧବାର ପୂଜାରାଙ୍କ ପାଇଁ ଥିଲା ବହୁତ ଖାସ୍ ଦିନ। କାରଣ ତାଙ୍କୁ ଆଇପିଏଲ ପାଇଁ ମିଳିଛି ଚେନ୍ନାଇ ସୁପର୍ କିଙ୍ଗସର ଜର୍ସି। ପୂଜାରାଙ୍କୁ ଏହି ଜର୍ସି ଆଉ କେହି ନୁହନ୍ତି ବରଂ ଖୋଦ୍ ଟିମର କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ଦେଇଛନ୍ତି। ଏହି ଅବସରରେ ଧୋନିଙ୍କ ସହ ଟିମର ମୁଖ୍ୟ କୋଚ୍‌ ଷ୍ଟିଫେନ୍ ଫ୍ଲେମିଂ ଉପସ୍ଥିତ ଥିଲେ।

Advertisment

ଧୋନିଙ୍କଠାରୁ ଜର୍ସି ପାଇବା ପରେ ନିଜର ଟ୍ୱିଟର ଆକାଉଣ୍ଟରେ ପୂଜାରା ଫଟୋ ଶେଆର୍ କରିଛନ୍ତି। ଧୋନିଙ୍କ ହାତରୁ ଚେନ୍ନାଇ ସୁପର୍ କିଙ୍ଗସ୍ ଜର୍ସି ପାଇଥିବାରୁ ପୂଜାରା ଏହାକୁ ବହୁତ ଖାସ୍ କହିଛନ୍ତି। ପୂଜାରା ଟ୍ୱିଟୋ କରି ଲେଖିଛନ୍ତି, ଧୋନି ଭାଇଙ୍କଠାରୁ ଟିମର ଅଫିସିଆଲ୍ କିଟ୍ ମିଳିବା ଦ୍ୱାରା ମୁଁ ବହୁତ ଉତ୍ସାହିତ ଓ ନିଜକୁ ସମ୍ମାନିତ ମନେ କରୁଛି। ଆଶା କରୁଛି ଆଇପିଏଲର ଏହି ସିଜନ୍ ଭଲ ହେବ।

https://twitter.com/cheteshwar1/status/1379794516194947076?s=20

ସୂଚନାଯୋଗ୍ୟ, ଆଇପିଏଲ୍-୨୦୨୧ର ଅକ୍ସନରେ ଚେନ୍ନାଇ ସୁପର୍ କିଙ୍ଗସ୍ ପୂଜାରାଙ୍କୁ ୫୦ ଲକ୍ଷ ଟଙ୍କାର ବେସ୍ ପ୍ରାଇସରେ କିଣିଥିଲା। ପୂଜାରା ୭ ବର୍ଷ ଆଇପିଏଲ୍ ଖେଳିବେ। ପୂଜାରାଙ୍କୁ ଟେଷ୍ଟ ସ୍ପେଶାଲିଷ୍ଟ କୁହାଯାଏ। କିନ୍ତୁ ଖୋଦ ପୂଜାରା କହନ୍ତି ଯେ ସେ ଟି-୨୦ କ୍ରିକେଟରେ ମଧ୍ୟ ଭଲ ପ୍ରଦର୍ଶନ କରିପାରିବେ।

Advertisment

ଚଳିତ ଆଇପିଏଲ ପାଇଁ ପୂଜାରା ନେଟରେ ଲଗାତର ଝାଳ ବୁହାଉଛନ୍ତି। ପୂଜାରା ନିଜର ବ୍ୟାଟିଂ ଷ୍ଟାନ୍ସରେ ମଧ୍ୟ ପରିବର୍ତ୍ତନ ଆଣିଛନ୍ତି। ପୂଜାରା ନିଜ ବ୍ୟାଟର ବ୍ୟାକଲିଫ୍ଟକୁ ଅଧିକ ବଢ଼ାଇଛନ୍ତି ଏବଂ ଲମ୍ବା ଲମ୍ବା ଛକା ମାରିବାକୁ ପ୍ରୟାସ କରୁଛନ୍ତି।

ଶେଷଥର ପାଇଁ ପୂଜାରା ୨୦୧୦ରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ପକ୍ଷରୁ ଆଇପିଏଲ୍ ଡେବ୍ୟୁ କରିଥିଲେ। ଏହା ପରେ ୨୦୧୧, ୨୦୧୨ ଓ ୨୦୧୩ ସଂସ୍କରଣରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର (ଆରସିବି) ପକ୍ଷରୁ ଖେଳିଥିଲେ। ୨୦୧୪ରେ ପୂଜାରା ଶେଷଥର ପାଇଁ ପଞ୍ଜାବ ପକ୍ଷରୁ ଖେଳିଥିଲେ। ଫଳରେ ପୂଜାରା ୭ ବର୍ଷ ପରେ କୌଣସି ଆଇପିଏଲ୍ ଟିମ୍ ସହ ଯୋଡ଼ି ହୋଇଛନ୍ତି।

ପୂଜାରା ଆଇପିଏଲରେ ୩୦ ମ୍ୟାଚ୍ ଖେଳି ୩୯୧ ରନ୍ କରିଛନ୍ତି। ଯେଉଁଥିରେ ତାଙ୍କର ୨୦.୫୨ ଆଭରେଜ୍ ଓ ଷ୍ଟ୍ରାଇକରେଟ୍ ୯୯.୭୪ ରହିଛି। ଆଇପିଏଲରେ ତାଙ୍କର ସର୍ବୋଚ୍ଚ ସ୍କୋର ୫୧ ରହିଛି। ପୂଜାରା ବର୍ତ୍ତମାନ ଭାରତୀୟ ଟେଷ୍ଟ ଟିମର ସଦସ୍ୟ ଅଛନ୍ତି, କିନ୍ତୁ ସୀମିତ ଓଭର ଫର୍ମାଟରେ ସେ ଟିମରୁ ବାହାରେ ଅଛନ୍ତି।

IPL 2021