Advertisment

ନୂଆ ରେକର୍ଡ କଲେ ଗେଲ୍, ଆଖପାଖରେ କେହି ନାହାନ୍ତି

ମୁମ୍ବାଇ: ପଞ୍ଜାବ କିଙ୍ଗସର ବିସ୍ଫୋରକ ଓପ୍ନର କ୍ରିସ୍ ଗେଲ୍ ଆଇପିଏଲରେ ନୂଆ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ଗେଲ୍ ପ୍ରଥମ କ୍ରିକେଟର୍ ଭାବେ ଆଇପିଏଲରେ ୩୫୦ ଛକା ମାରିଛନ୍ତି। ଆଜି ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସଙ୍କୁ ଛକା ମାରି ଗେଲ୍ ଏହି ବଡ଼ ରେକର୍ଡ ନିଜ ନାଁରେ କରିଛନ୍ତି। ଏହି ମ୍ୟାଚ୍ ପୂର୍ବରୁ ଗେଲଙ୍କ ନାଁରେ ୩୪୯ ଛକା ରହିଥିଲା। କିନ୍ତୁ ଆଜି ମ୍ୟାଚରେ ସେ ଦୁଇଟି ଛକା ମାରି ୩୫୦ ମାର୍କକୁ ଛୁଇଁଛନ୍ତି। […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ନୂଆ ରେକର୍ଡ କଲେ ଗେଲ୍, ଆଖପାଖରେ କେହି ନାହାନ୍ତି

gayle

ମୁମ୍ବାଇ: ପଞ୍ଜାବ କିଙ୍ଗସର ବିସ୍ଫୋରକ ଓପ୍ନର କ୍ରିସ୍ ଗେଲ୍ ଆଇପିଏଲରେ ନୂଆ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ଗେଲ୍ ପ୍ରଥମ କ୍ରିକେଟର୍ ଭାବେ ଆଇପିଏଲରେ ୩୫୦ ଛକା ମାରିଛନ୍ତି। ଆଜି ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସଙ୍କୁ ଛକା ମାରି ଗେଲ୍ ଏହି ବଡ଼ ରେକର୍ଡ ନିଜ ନାଁରେ କରିଛନ୍ତି।

Advertisment

ଏହି ମ୍ୟାଚ୍ ପୂର୍ବରୁ ଗେଲଙ୍କ ନାଁରେ ୩୪୯ ଛକା ରହିଥିଲା। କିନ୍ତୁ ଆଜି ମ୍ୟାଚରେ ସେ ଦୁଇଟି ଛକା ମାରି ୩୫୦ ମାର୍କକୁ ଛୁଇଁଛନ୍ତି। ଆଇପିଏଲରେ ଏବେ ଗେଲଙ୍କ ଛକା ସଂଖ୍ୟା ୩୫୧ ହୋଇଯାଇଛି। ଗେଲ୍ ମ୍ୟାଚରେ ୨୮ ବଲରେ ୪୦ ରନ କରିଛନ୍ତି, ଯେଉଁଥିରେ ୪ ଚୌକା ଓ ୨ ଛକା ସାମିଲ୍ ଅଛି।

https://twitter.com/IPL/status/1381619809612296195?s=20

ଆଇପିଏଲରେ ସର୍ବାଧିକ ଛକା ମାରିବା ମାମଲାରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଡି'ଭିଲିୟର୍ସ ୨୩୭ ଛକା ମାରିଥିବା ବେଳେ ଚେନ୍ନାଇ ସୁପର୍ କିଙ୍ଗସ୍ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ୨୧୬ ଛକା ସହ ତୃତୀୟ ସ୍ଥାନରେ ରହିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ୍ ରୋହିତ୍ ଶର୍ମା (୨୧୪) ଓ ଆରସିବି କ୍ୟାପଟେନ୍ ବିରାଟ୍ କୋହଲି (୨୦୧) ଟପ୍-୫ରେ ଅଛନ୍ତି।

Advertisment

ଆଇପିଏଲରେ ଗେଲଙ୍କ ନାଁରେ ଏକାଧିକ ରେକର୍ଡ ରହିଛି। ଗେଲ୍ ଆଇପିଏଲର ସପ୍ତମ ସର୍ବାଧିକ ସ୍କୋରର ଭାବେ ୧୩୩ ମ୍ୟାଚରେ ୪୮୧୨ ରନ୍ କରିଛନ୍ତି। ସେ ଆଇପିଏଲରେ ରେକର୍ଡ ୬ଟି ଶତକ ଓ ୩୧ ଅର୍ଦ୍ଧଶତକ ମାରିଛନ୍ତି। ଗେଲଙ୍କ ନାଁରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର (୧୭୫*)ର ରେକର୍ଡ ମଧ୍ୟ ରହିଛି।

IPL 2021