Advertisment

‘ଏବେ ଅଧା ରିଟାୟର୍ଡ ହୋଇଛି, ଆହୁରି ଖେଳିବି’

ଆବୁ ଧାବି: ‘ୟୁନିଭର୍ସ ବସ୍’ ନାମରେ ପରିଚିତ କ୍ରିସ୍ ଗେଲ୍ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଖବରକୁ ଖଣ୍ଡନ କରିଛନ୍ତି। ଶନିବାର ଅଷ୍ଟ୍ରେଲିଆ ବିପକ୍ଷ ମୁକାବିଲା ପରେ ଗେଲଙ୍କ ଅବସରକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହି ମୁକାବିଲାରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିବା ଡ୍ୱେନ୍ ବ୍ରାଭୋଙ୍କ ସହ କ୍ରିସ୍ ଗେଲଙ୍କୁ ମଧ୍ୟ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା। ଆଉ ସମସ୍ତେ ଭାବିଲେ ଯେ ଗେଲ୍ କ୍ରିକେଟରୁ ସନ୍ନ୍ୟାସ ନେଇଗଲେ। ତେବେ ଗେଲ୍ ସିଧା ସିଧା କହିଛନ୍ତି ଯେ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
‘ଏବେ ଅଧା ରିଟାୟର୍ଡ ହୋଇଛି, ଆହୁରି ଖେଳିବି’

gayle

ଆବୁ ଧାବି: ‘ୟୁନିଭର୍ସ ବସ୍’ ନାମରେ ପରିଚିତ କ୍ରିସ୍ ଗେଲ୍ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଖବରକୁ ଖଣ୍ଡନ କରିଛନ୍ତି। ଶନିବାର ଅଷ୍ଟ୍ରେଲିଆ ବିପକ୍ଷ ମୁକାବିଲା ପରେ ଗେଲଙ୍କ ଅବସରକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହି ମୁକାବିଲାରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିବା ଡ୍ୱେନ୍ ବ୍ରାଭୋଙ୍କ ସହ କ୍ରିସ୍ ଗେଲଙ୍କୁ ମଧ୍ୟ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା। ଆଉ ସମସ୍ତେ ଭାବିଲେ ଯେ ଗେଲ୍ କ୍ରିକେଟରୁ ସନ୍ନ୍ୟାସ ନେଇଗଲେ। ତେବେ ଗେଲ୍ ସିଧା ସିଧା କହିଛନ୍ତି ଯେ ଅବସର କଥା ଏଯାଏ ଚିନ୍ତା କରିନାହାନ୍ତି।

Advertisment

ଗେଲ୍ କହିଛନ୍ତି, ମୁଁ ଅଧା ରିଟାୟର୍ ନେଇଛି। ମୁଁ ରିଟାୟରମେଣ୍ଟର ଘୋଷଣା କରିନାହିଁ। କିନ୍ତୁ ବାସ୍ତବରେ ମୋତେ ଜାମାଇକାରେ ଘରୋଇ ଦର୍ଶକଙ୍କ ସାମ୍ନାରେ ଯଦି ଗୋଟିଏ ମ୍ୟାଚ୍ ଖେଳିବାକୁ ମିଳେ, ତାହେଲେ ମୁଁ ସମସ୍ତଙ୍କୁ ଧନ୍ୟବାଦ କହିପାରିବି। ଦେଖିବା ଆଗକୁ କ’ଣ ହେଉଛି। ଯଦି ଏଭଳି ନହୁଏ, ତାହେଲେ ମୁଁ ଅବସର ଘୋଷଣା କରିବି।

ଗେଲ୍ କହିଛନ୍ତି, ମୁଁ ମଧ୍ୟ ଡିଜେ ବ୍ରାଭୋଙ୍କ କ୍ଲବରେ ସାମିଲ୍ ହେବାକୁ ଚାହେଁ। କିନ୍ତୁ ଏବେ ଅବସର ପାଇଁ ଯୋଜନା କରିନାହିଁ। ଆଜି ମୁଁ ମଜାକିଆ ଅନ୍ଦାଜରେ ଏଭଳି କରିଛି। ଯାହା କିଛି ବି ହେଲା, ତାକୁ ଗୋଟିଏ ସାଇଡରେ ରଖି ଦିଅନ୍ତୁ। ସତ କହିବାକୁ ଗଲେ ଆଜି ମୁଁ ଯେଉଁ ସ୍ଥିତିରେ ଛିଡ଼ା ହୋଇଛି, ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ। ୪୨ ବର୍ଷର ହେବା ସତ୍ତ୍ୱେ ମୁଁ ମଜଭୁତ୍ ଅଛି। ମୋ କ୍ୟାରିୟର ବାସ୍ତବରେ ବହୁତ ଭଲ ରହିଆସିଛି। ମୁଁ ରକ୍ତ ବୁହାଇଛି, ୱେଷ୍ଟଇଣ୍ଡିଜ୍ ପାଇଁ ଝାଳ ଲୁହ ବୁହାଇଛି, ତେଣିକି ଆପଣମାନେ ତାକୁ ଗୋଟିଏ ଗୋଡ଼ କିମ୍ବା ଗୋଟିଏ ହାତ ନାମକରଣ ଦେଇପାରିବେ। ଏବେ ୱେଷ୍ଟଇଣ୍ଡିଜ୍ ପାଇଁ ବ୍ୟାଟିଂ କରୁଛି।

Advertisment

ଗେଲ୍ ଆହୁରି କହିଛନ୍ତି, ୱେଷ୍ଟଇଣ୍ଡିଜ୍ ପାଇଁ ପ୍ରତିନିଧିତ୍ୱ କରିବା ମୋ ପାଇଁ ଗର୍ବର କଥା। ଯେତେବେଳେ ଆମେ ହାରୁ, ଆମକୁ ବହୁତ ବାଧିଥାଏ। ପ୍ରଶଂସକ ମୋ ପାଇଁ ବହୁତ ଗୁରୁତ୍ୱ ରଖନ୍ତି। ଯେତେବେଳେ ସେମାନଙ୍କୁ ମନୋରଞ୍ଜନ କରିବାକୁ ସୁଯୋଗ ମିଳେ ନାହିଁ, ମୋତେ ବହୁତ କଷ୍ଟ ହୋଇଥାଏ। ଚଳିତ ବିଶ୍ୱକପରେ ଆମର ପ୍ରଦର୍ଶନ ପାଇଁ ଫ୍ୟାନଙ୍କ ଭଳି ମୁଁ ମଧ୍ୟ ଦୁଃଖିତ ବୋଲି ଗେଲ୍ କହିଛନ୍ତି।