/odisha-reporter/media/post_attachments/uploads/2021/02/gayle.jpg)
gayle
ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜର ଭେଟେରାନ୍ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ ଦୁନିଆର ସବୁ ଟି-୨୦ ଲିଗରେ ନିଜର ଜଲୱା ଦେଖାଇ ସାରିଛନ୍ତି। ବର୍ତ୍ତମାନ ପାକିସ୍ତାନରେ ଚାଲିଥିବା ପାକିସ୍ତାନ ସୁପର୍ ଲିଗ୍ (ପିଏସଏଲ)ରେ ଗେଲ୍ ଆଉ ଏକ ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି।
ଗେଲ୍ ପାକିସ୍ତାନରେ ନିଜର ପ୍ରଥମ ଅର୍ଦ୍ଧଶତକ ମାରିଛନ୍ତି। ସୋମବାର ଖେଳାଯାଇଥିବା ପିଏସଏଲର ଏକ ମ୍ୟାଚରେ କ୍ୱେଟା ଗ୍ଲାଡିଏଟର୍ସ ପକ୍ଷରୁ ଖେଳୁଥିବା ଗେଲ୍ ଲାହୋର କଲନ୍ଦର୍ସ ବିପକ୍ଷରେ ଅର୍ଦ୍ଧଶତକୀୟ ଇନିଂସ୍ ଖେଳି ଏହି ବିଶ୍ୱ କରିଛନ୍ତି। ଏଥିସହ ଗେଲ୍ ଦୁନିଆର ଏକମାତ୍ର ଖେଳାଳି ଭାବେ ୧୨ଟି ଦେଶରେ ୫୦ରୁ ଅଧିକ କରିସାରିଛନ୍ତି।
ଗେଲ୍ ନିଜ ଟି-୨୦ କ୍ୟାରିୟରରେ କେବଳ ଭାରତ ବିପକ୍ଷରେ ୩୭ଥର ୫୦ରୁ ଅଧିକ ରନ୍ କରିଛନ୍ତି। ଏହା ପୂର୍ବରୁ ଗେଲ୍ ଭାରତୀୟ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମାଙ୍କ ସହ ଯୁଗ୍ମ ଭାବେ ୧୧ଟି ଲେଖାଏ ଦେଶରେ ଏହି କାରନାମା କରିଥିଲେ। କିନ୍ତୁ ଗେଲ୍ ପାକିସ୍ତାନରେ କ୍ୱେଟା ଗ୍ଲାଡିଏଟର୍ସ ପକ୍ଷରୁ ୬୮ ରନର ଇନିଂସ୍ ଖେଳି ଏହି ବିଶ୍ୱ ରେକର୍ଡକୁ ନିଜ ନାଁରେ କରିଛନ୍ତି।
ଗେଲ୍ ଭାରତ ବ୍ୟତୀତ ୱେଷ୍ଟଇଣ୍ଡିଜରେ ୨୦, ଇଂଲଣ୍ଡରେ ୭, ଦକ୍ଷିଣ ଆଫ୍ରିକାରେ ୭, ନ୍ୟୁଜିଲ୍ୟାଣ୍ଡରେ ୧, ଅଷ୍ଟ୍ରେଲିଆରେ ୭, ଜିମ୍ବାୱେରେ ୩, ବାଂଲାଦେଶରେ ୧୧, ଆମେରିକାରେ ୩, ଶ୍ରୀଲଙ୍କାରେ ୩, ୟୁଏଇରେ ୮ ଏବଂ ପାକିସ୍ତାନରେ ଥରେ ୫୦ରୁ ଅଧିକ ସ୍କୋର କରିସାରିଛନ୍ତି।
ରୋହିତ୍ ଯେଉଁ ୧୧ ଦେଶରେ ଏହି କାରନାମା କରିଛନ୍ତି, ସେଥିରୁ ଭାରତ ବ୍ୟତୀତ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ୱେଷ୍ଟଇଣ୍ଡିଜ୍, ଶ୍ରୀଲଙ୍କା, ବାଂଲାଦେଶ, ୟୁଏଇ, ଅଷ୍ଟ୍ରେଲିଆ, ଆମେରିକା, ଆୟର୍ଲ୍ୟାଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ସାମିଲ୍ ଅଛି। ରୋହିତ୍ ସର୍ବାଧିକ ୪୪ଥର ନିଜ ଦେଶରେ ୫୦ରୁ ଅଧିକ ସ୍କୋର କରିଛନ୍ତି।
ଓଭରଅଲ୍ ଟି-୨୦ ରେକର୍ଡରେ ଗେଲଙ୍କ ରେକର୍ଡ ଆଗରେ ଦୁନିଆର କୌଣସି ଖେଳାଳି ନାହାନ୍ତି। ଗେଲ୍ ନିଜ କ୍ୟାରିୟରରେ ୪୧୩ ମ୍ୟାଚରୁ ୩୮ ହାରରେ ୧୩୬୯୧ ରନ୍ କରିଛନ୍ତି। ଅପରାଜିତ ୧୭୫ ରନ୍ ତାଙ୍କ କ୍ୟାରିୟରର ସର୍ବୋଚ୍ଚ ସ୍କୋର।
ସେ ନିଜ କ୍ୟାରିୟରରେ ୨୨ ଶତକ ଓ ୮୬ ଅର୍ଦ୍ଧଶତକ ମାରିଛନ୍ତି। ସେ ମଧ୍ୟ ୧ହଜାରରୁ ଅଧିକ ସଂଖ୍ୟକ ଛକା ଏବଂ ୧ହଜାରରୁ ଅଧିକ ଚୌକା ମାରିଛନ୍ତି। ଏହାବ୍ୟତୀ ସେ ୮୦ ୱିକେଟ୍ ମଧ୍ୟ ନେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
