/odisha-reporter/media/post_attachments/uploadimage/library/16_9/16_9_0/CSK_1715522206.jpg)
CSK
ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଆଜି ଚେନ୍ନାଇ ସୁପର କିଙ୍ଗସ ୫ ୱିକେଟରେ ରାଜସ୍ଥାନ ରୟାଲ୍ସକୁ ହରାଇ ଦେଇଛି। ଏହି ବିଜୟ ସହ ଚେନ୍ନାଇ ପ୍ଲେଅଫର ନିକଟତର ହୋଇଛି।
ଦଳ ଏବେ ୧୩ ବିଜୟରୁ ୭ ବିଜୟ ସହ ୧୪ ପଏଣ୍ଟ ହାସଲ କରି ଟେବୁଲର ତୃତୀୟ ସ୍ଥାନରେ ପହଞ୍ଚି ଯାଇଛି। ଦଳ ନିଜର ଶେଷ ମ୍ୟାଚ୍ରେ ଜିତିବା ମାତ୍ରେ ପ୍ଲେଅଫରେ ନିଜର ସ୍ଥାନ ପକ୍କା କରି ନେବ। ଶେଷ ମ୍ୟାଚରେ ଚେନ୍ନାଇର ମୁକାବିଲା ଆରସିବି ସହ ହେବ। ସେହିପରି ରାଜସ୍ଥାନ ପରାଜୟ ସତ୍ତ୍ୱେ ୧୬ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଦଳ ପାଖରେ ଆହୁରି ୨ଟି ମ୍ୟାଚ୍ ବାକି ରହିଛି। ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ହାଇଦ୍ରାବାଦ ରହିଛି।
ଆଜି ଚେନ୍ନାଇରେ ଖେଳା ଯାଉଥିବା ମ୍ୟାଚ୍ରେ ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇ ମାତ୍ର ୧୪୧ ରନ କରିବାକୁ ସକ୍ଷମ ହୋଇଥିଲା। ଏହାର ଜବାବରେ ଚେନ୍ନାଇ ୧୦ ବଲ ପୂର୍ବରୁ ୫ ୱିକେଟ ହରାଇ ବିଜୟ ଟାର୍ଗେଟକୁ ହାସଲ କରି ନେଇଛି। ଦଳକୁ ଜିତିବା ପାଇଁ ୧ ରନ ଦରକାର ଥିବା ବେଳେ ଇମ୍ପାକ୍ଟ ଖେଳାଳି ସମୀର ରିଜଭୀ ଚୌକା ମାରି ମ୍ୟାଚ୍ ଶେଷ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଋତୁରାଜ ଗାଏକ୍ୱାଡ ଅପରାଜିତ ୪୨ ରନ କରିଥିବା ବେଳେ ରଚିନ ରବୀନ୍ଦ୍ର ୨୭, ଡାରେଲ ମିଚେଲ ୧୩ ବଲରେ ୨୨, ମୋଇନ ଅଲୀ ୧୩ ବଲରେ ୧୦, ଶିବମ ଦୁବେ ୧୧ ବଲରେ ୧୮ ଓ ରବୀନ୍ଦ୍ର ଜାଡେଜା ୫ ରନ କରି ଆଉଟ ହୋଇଥିଲେ। ରିଜଭୀ ଶେଷ ଯାଏ ୫ ବଲରେ ୧୫ ରନ କରି ଅପରାଜିତ ରହିଥିଲେ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆଜି ଜାଡେଜା ଅବଷ୍ଟ୍ରଟିଙ୍ଗ ଦି ଫିଲ୍ଡ ବଳରେ ଆଉଟ ହୋଇଛନ୍ତି। ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ ନନ ଷ୍ଟ୍ରାଇକ ଏଣ୍ଡକୁ ଗୋଟିଏ ଥ୍ରୋ ମାରୁଥିବା ବେଳେ ଜାଡେଜା ପିଚ୍ ମଝିରେ ପଶି ଯାଇଥିଲେ। ଫଳରେ ବଲଟି ତାଙ୍କ ଦେହରେ ବାଜିଥିଲା।
ରନ ଆଉଟରୁ ବର୍ତ୍ତିବା ପାଇଁ ଜାଡେଜା ଜାଣିଶୁଣି ବଲ ସାମ୍ନାକୁ ଆସି ଯାଇଥିବାରୁ ତାଙ୍କୁ ଅବଷ୍ଟ୍ରଟିଙ୍ଗ ଦ ଫିଲ୍ଡ ବଳରେ ଆଉଟ ଘୋଷଣା କରାଯାଇଥିଲା। ତଥାପି ଚେନ୍ନାଇ ମ୍ୟାଚକୁ ଜିତି ନେଇଛି।
ଏହାପୂର୍ବରୁ ରାଜସ୍ଥାନ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଯଶସ୍ୱୀ ଜୈସୱାଲ ୨୪ ରନ, ଜୋଶ ବଟଲର ୨୧ ଓ ସଞ୍ଜୁ ସାମସନ କେବଳ ୧୫ ରନ କରିଥିଲେ। ଦୁଇ ଯୁବ ବ୍ୟାଟର ରିୟାନ ପରାଗ ଓ ଧ୍ରୁବ ଜୁରେଲ କିଛି ସମୟ ଲଢ଼େଇ କରିଥିଲେ। ଫଳରେ ରାଜସ୍ଥାନ ୨୦ ଓଭରରେ ୫ ୱିକେଟ ହରାଇ ୧୪୧ ରନ କରିପାରିଥିଲା।
ପରାଗ ଶେଷ ଯାଏ ୪୭ ରନ କରି ଅପରାଜିତ ରହିଥିବା ବେଳେ ଜୁରେଲ ୨୮ ରନ କରି ଆଉଟ ହୋଇଥିଲେ। ଶୁଭବମ ଦୁବେ ବ୍ୟାଟିଂ କରିବାକୁ ସୁଯୋଗ ପାଇଥିଲେ ହେଁ ଖାତା ଖୋଲି ପାରି ନଥିଲେ। ଚେନ୍ନାଇ ପକ୍ଷରୁ ସିମରଜୀତ ସିଂହ ସର୍ବାଧିକ ୩ଟି ଓ ତୁଷାର ଦେଶପାଣ୍ଡେ ୨ଟି ସଫଳତା ପାଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
