Advertisment

ଅପ୍ରତ୍ୟାଶିତ! ୬ ବଲରେ ୬ ୱିକେଟ ନେଇ ମ୍ୟାଚ୍‌ ଜିତାଇଲେ ଅଧିନାୟକ ମୋର୍ଗାନ

ମ୍ୟାଚ୍‌ର ଶେଷ ଓଭର୍‌ ବୋଲିଂ କରିବା ସହ ୬ ବଲରେ ୬ ୱିକେଟ ନେଇ ନିଜ ଦଳକୁ ଗୋଟିଏ ଅସମ୍ଭବ ବିଜୟ ଭେଟି ଦେଇଛନ୍ତି।

Morgan

Morgan

Advertisment

ଅବିଶ୍ୱସନୀୟ ଓ ଅପ୍ରତ୍ୟାଶିକ। କ୍ରିକେଟ ଗୋଟିଏ ଅନିଶ୍ଚିତତାର ଖେଳ ହୋଇଥିବା ବେଳେ ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଜଣେ କ୍ରିକେଟର। ସେ ମ୍ୟାଚ୍‌ର ଶେଷ ଓଭର୍‌ ବୋଲିଂ କରିବା ସହ ୬ ବଲରେ ୬ ୱିକେଟ ନେଇ ନିଜ ଦଳକୁ ଗୋଟିଏ ଅସମ୍ଭବ ବିଜୟ ଭେଟି ଦେଇଛନ୍ତି। ଦିନିକିଆ କ୍ରିକେଟରେ ଏଭଳି ଘଟଣା ପ୍ରଥମଥର ପାଇଁ ଘଟିଛି।

Advertisment

ଅଷ୍ଟ୍ରେଲୀୟ କ୍ଲବ କ୍ରିକେଟର ଗାରେଥ ମୋର୍ଗାନ ୬ ବଲରେ ୬ ୱିକେଟ ଦଖଲ କରିଛନ୍ତି। ମୋର୍ଗାନ ହେଉଛନ୍ତି ମୁଡଗୀରାବା ଟିମର ଅଧିନାୟକ। ତାଙ୍କ ଟିମ ଗୋଲ୍ଡ କୋଷ୍ଟର ପ୍ରିମିୟର ଲିଗ ଡିଭିଜନର ୩ରେ ଭାଗ ନେଇଥିଲା। ଦଳ ଏକ ନିଶ୍ଚିତ ପରାଜୟ ଆଡ଼କୁ ଯାଉଥିବା ବେଳେ ମୋର୍ଗାନ ଶେଷ ଓଭରରେ ସବୁ କିଛି ଓଲଟପାଲଟ କରିଦେଇଛନ୍ତି। ଏଥିସହ ନିଜ ଦଳକୁ ଅପ୍ରତ୍ୟାଶିତ ବିଜୟ ଭେଟି ମଧ୍ୟ ଦେଇଛନ୍ତି।

ଶେଷ ଓଭରରେ ସର୍ଫେରସ ପାରାଡାଇଜକୁ ଜିତିବା ପାଇଁ ୫ ରନ ଦରକାର ଥିବା ବେଳେ ହାତରେ ୬ ୱିକେଟ ରହିଥିଲା। ମୁଡଗୀରାବା ଟିମର ପରାଜୟ ଏକପ୍ରକାରର ନିଶ୍ଚିତ ହୋଇ ସାରିଥିଲା। ତେବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ମୋର୍ଗାନ ନିଜେ ଶେଷ ଓଭର ବୋଲିଂ କରିବାକୁ ଆସିଥିଲେ।

Advertisment

ପଡ଼ିଆ ଓ ଷ୍ଟାଡିୟମରେ ଉପସ୍ଥିତ ସମସ୍ତେ ଜାଣିଥିଲେ ଯେ ମୁଡଗୀରାବା ମ୍ୟାଚ ହାରିବ। କିନ୍ତୁ ମୋର୍ଗାନ ଶେଷ ଓଭରର ପ୍ରଥମ ବଲରେ ୬୫ ରହି କରିଥିବା ଜ୍ୟାକ ଗେରାଲ୍ଡଙ୍କୁ ଆଉଟ କରିଥିଲେ। ଏହାର ପରବର୍ତ୍ତୀ ବଲରେ ସେ ୫ ୱିକେଟ ନେଇ ଦଳକୁ ବିଜୟ ଭେଟି ଦେଇଥିଲେ। ଏଥିସହ ୬ ବଲରେ ୬ ୱିକେଟ ଦଖଲ କରିବାର ବିରଳ ରେକର୍ଡ ମଧ୍ୟ ସେ ନିଜ ନାଁରେ କରି ଦେଇଥିଲେ।

ଐତିହାସିକ ରେକର୍ଡ କରିବା ପୂର୍ବରୁ ମୋର୍ଗାନଙ୍କୁ ଅମ୍ପାୟାର ମଧ୍ୟ ତାଚ୍ଛଲ୍ୟ କରିଥିଲେ। ମ୍ୟାଚ୍‌ ଜିତିବାକୁ ହେଲେ ତାଙ୍କୁ ହ୍ୟାଟ୍ରିକ କିମ୍ବା ଆଉ କିଛି ଚମତ୍କାର କରିବାକୁ ପଡ଼ିବ ବୋଲି କହିଥିଲେ। ତାଙ୍କ କଥାକୁ ସକାରାତ୍ମକ ଢଙ୍ଗରେ ନେଇ ମୋର୍ଗାନ ବୋଲିଂ କରିଥିଲେ।

ସେ କେବଳ ରନ ରଖି ନଥିଲେ ବରଂ ୬ ବଲରେ ୬ ୱିକେଟ ଦଖଲ କରିଥିଲେ। ମୋର୍ଗାନଙ୍କ ଏହି ରେକର୍ଡ ବ୍ରେକିଂ ବୋଲିଂ ଦେଖି ଅମ୍ପାୟାର ମଧ୍ୟ ପୂରା ଜଳକା ହୋଇଯାଇଥିଲେ।

ମ୍ୟାଚ୍‌ ଜିତିବା ପରେ ମୋର୍ଗାନ କହିଛନ୍ତି, “ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ହ୍ୟାଟ୍ରିକ ୱିକେଟ ନେବା ପରେ ମୁଁ ମ୍ୟାଚ୍‌ କେମିତି ଆମେ ନ ହାରିବୁ, ସେକଥା ଚିନ୍ତା କରିଥିଲି। ଏହାପରେ ସବୁ କିଛି ଆମ ହିସାବରେ ହୋଇଥିଲେ। ଶେଷ ବଲରେ ଯେତେବେଳେ ଷ୍ଟମ୍ପ ଉଡ଼ିଲା ସେତେବେଳେ ମୁଁ ମୋ ନିଜକୁ ବିଶ୍ୱାସ କରି ପାରି ନଥିଲି। ପୂର୍ବରୁ ମୁଁ କେବେ ହେଲେ ଏମିତି ଘଟଣା ଦେଖି ନଥିଲି। ଆମ ଟିମର ସେଲିବ୍ରେସନ ଅତ୍ୟନ୍ତ ନିଆରା ଥିଲା।”

ମୋର୍ଗାନଙ୍କୁ ପ୍ରଥମ ୪ ୱିକେଟ କ୍ୟାଚ୍‌ ଆଉଟରୁ ମିଳିଥିଲା। ବାକି ଦୁଇ ୱିକେଟ ସେ ବୋଲ୍ଡ କରି ହାସଲ କରିଥିଲେ। ପ୍ରଫେସନାଲ କ୍ରିକେଟ ଅର୍ଥାତ କ୍ଲବ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ କୌଣସି ବୋଲର ୬ ବଲରେ ୬ ୱିକେଟ ନେଇ ନଥିଲେ।

ଗୋଟିଏ ୱିକେଟରେ ସର୍ବାଧିକ ୫ ୱିକେଟ ନେବାର ରେକର୍ଡ ରହିଛି। ୨୦୧୧ରେ ନ୍ୟୁଜିଲ୍ୟାଣ୍ଡର ନେଲ ୱାଙ୍ଗନର, ୨୦୧୩ରେ ବାଂଲାଦେଶ ଅଲ ଅମୀନ ହୁସେନ ଓ ୨୦୧୯ରେ ଭାରତର ଅଭିମନ୍ୟୁ ମିଥୁନ ଗୋଟିଏ ଓଭର୍‌ରେ ୫ଟି ଲେଖାଏ ୱିକେଟ ନେଇଥିଲେ।

Cricket Australia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe