Advertisment

ଗାଙ୍ଗୁଲିଙ୍କ ଘରେ ମମତା ବାନାର୍ଜୀ

କୋଲକାତା: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଅଧ୍ୟକ୍ଷ ଓ ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲି ଆଜି ୪୯ ବର୍ଷ ବସୟରେ ପାଦ ଥାପିଛନ୍ତି। ଏହି ଅବସରରେ ତାଙ୍କୁ ଶୁଭକାମନା ଜଣାଇବା ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ବାସଭବନରେ ପହଞ୍ଚିଛନ୍ତି। ପ୍ରଥମଥର ଲାଗି ମମତା ବାନାର୍ଜୀ ଦାଦାଙ୍କ ଘରକୁ ଯାଇଛନ୍ତି। ଏହି ଅବସରରେ ସୌରଭ ଗାଙ୍ଗୁଲି ମୁଖ୍ୟମନ୍ତ୍ରୀ ମମତାଙ୍କୁ ଏକ ଶାଢୀ ଉପହାର ଦେଇଥିବା ସୂଚନା ମିଳିଛି। ଗାଙ୍ଗୁଲି ଓ ମମତାଙ୍କ ଏହି ସାକ୍ଷାତକାର […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଗାଙ୍ଗୁଲିଙ୍କ ଘରେ ମମତା ବାନାର୍ଜୀ

ganguly-and-mamata

କୋଲକାତା: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଅଧ୍ୟକ୍ଷ ଓ ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲି ଆଜି ୪୯ ବର୍ଷ ବସୟରେ ପାଦ ଥାପିଛନ୍ତି। ଏହି ଅବସରରେ ତାଙ୍କୁ ଶୁଭକାମନା ଜଣାଇବା ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ବାସଭବନରେ ପହଞ୍ଚିଛନ୍ତି। ପ୍ରଥମଥର ଲାଗି ମମତା ବାନାର୍ଜୀ ଦାଦାଙ୍କ ଘରକୁ ଯାଇଛନ୍ତି। ଏହି ଅବସରରେ ସୌରଭ ଗାଙ୍ଗୁଲି ମୁଖ୍ୟମନ୍ତ୍ରୀ ମମତାଙ୍କୁ ଏକ ଶାଢୀ ଉପହାର ଦେଇଥିବା ସୂଚନା ମିଳିଛି। ଗାଙ୍ଗୁଲି ଓ ମମତାଙ୍କ ଏହି ସାକ୍ଷାତକାର ପରେ ରାଜନୀତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Advertisment

ଘରେ ପହଞ୍ଚିବା ପାଇଁ ମମତା ଓ ଗାଙ୍ଗୁଲିଙ୍କ ମଧ୍ୟରେ କିଛି ସମୟ ଧରି କଥାବାର୍ତ୍ତା ହୋଇଥିଲା। ଏହି ଅବସରେ ଗାଙ୍ଗୁଲିଙ୍କ ପତ୍ନୀ ଡୋନା ଓ ଝିଅ ଉପସ୍ଥିତ ଥିଲେ। ମମତା ଓ ଗାଙ୍ଗୁଲିଙ୍କ ଏହି ସାକ୍ଷାତକାରକୁ ବହୁତ ଗୁରୁତ୍ୱପୂର୍ଣ୍ଣ କୁହାଯାଉଛି। ନିକଟରେ ପଶ୍ଚିମବଙ୍ଗରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ସୌରଭ ଗାଙ୍ଗୁଲିଙ୍କୁ ନିଜ ପାର୍ଟିରେ ସାମିଲ୍ କରିବାକୁ ପ୍ରୟାସ କରିଥିଲା। ସେହି ସମୟରେ ଗାଙ୍ଗୁଲି ରାଜନୀତିକ ମଇଦାନକୁ ଓହ୍ଲାଇବାକୁ ସମ୍ପୂର୍ଣ୍ଣ ମନା କରିଦେଇଥିଲେ। ସୌରଭ ଗାଙ୍ଗୁଲି ମମତା ବାନାର୍ଜୀଙ୍କ ବିରୋଧରେ ନିର୍ବାଚନ ଲଢ଼ନ୍ତୁ ବୋଲି ବିଜେପି ଚାହୁଁଥିଲା।

[caption id="" align="alignleft" width="1064"]mamata banerjee & family of Sourav ganguly ମମତା ବାନାର୍ଜୀ ଓ ସୌରଭ ଗାଙ୍ଗୁଲିଙ୍କ ପରିବାର[/caption]

Advertisment

ମମତା ବାନାର୍ଜୀ ଓ ସୌରଭ ଗାଙ୍ଗୁଲିଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ରହିଛି। ଚଳିତ ବର୍ଷ ଜାନୁଆରୀରେ ଯେତେବେଳେ ଗାଙ୍ଗୁଲିଙ୍କୁ ହାର୍ଟ ଆଟାକ୍ ହୋଇଥିଲା, ସେହି ସମୟରେ ମମତା ତାଙ୍କ ହାଲଚାଲ୍ ବୁଝିବା ପାଇଁ ହସ୍ପିଟାଲ୍ ଯାଇଥିଲେ। ଗାଙ୍ଗୁଲିଙ୍କ ବେଙ୍ଗଲ୍ କ୍ରିକେଟ୍ ଆସୋସିଏସନର ଅଧ୍ୟକ୍ଷ କରାଯିବା ପଛରେ ମମତାଙ୍କ ଭୂମିକା ରହିଥିଲା। ତେବେ ବିସିସିଆଇ ଅଧ୍ୟକ୍ଷ ପଦ ମିଳିବା ପରେ ଗାଙ୍ଗୁଲି ରାଜ୍ୟ ପଦ ଛାଡ଼ି ଦେଇଥିଲେ।

ଏହା ପୂର୍ବରୁ ଦାଦାଙ୍କ ଜନ୍ମଦିନରେ ଅନେକ କ୍ରିକେଟର ଶୁଭକାମନା ଜଣାଇଛନ୍ତି। କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ୍ ତେନ୍ଦୁଲକର, ବୀରେନ୍ଦ୍ର ସେହ୍ୱାଗ, ହରଭଜନ ସିଂହ, ସୁରେଶ ରାଇନା, ଭିଭିଏସ୍ ଲକ୍ଷ୍ମଣ, ମହମ୍ମଦ କୈଫ୍, ଦିନେଶ କାର୍ତ୍ତିକ, ୱାସିମ୍ ଜାଫରଙ୍କ ସମେତ ଆଉ କିଛି କ୍ରିକେଟର୍ ମଧ୍ୟ ଗାଙ୍ଗୁଲିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

Mamata Banerjee Sourabh Ganguly