Advertisment

ଶ୍ରୀଲଙ୍କା ଓ ପାକିସ୍ତାନ ବିପକ୍ଷ ସିରିଜରୁ ବାଦ ପଡ଼ିଲେ ଏହି ଷ୍ଟାର ବୋଲର୍‌

କେବଳ ଶ୍ରୀଲଙ୍କା ନୁହେଁ, ଡିସେମ୍ବର ୧୦ରୁ ଜାନୁଆରୀ ୭ ଯାଏ ପାକିସ୍ତାନ ବିପକ୍ଷ ଟି-୨୦, ଦିନିକିଆ ଓ ଟେଷ୍ଟ ସିରିଜରେ ମଧ୍ୟ ସେ ନଜର ଆସିବେ ନାହିଁ।

author-image
Hemant Lenka
SA

SA

ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ବଡ଼ ଝଟକା ଲାଗିଛି। ଦ୍ୱିତୀୟ ଟେଷ୍ଟରୁ ବାଦ ପଡ଼ିଛନ୍ତି ଦଳର ଷ୍ଟାର ଦ୍ରୁତ ବୋଲର ଗେରାଲ୍ଡ କୋଏଜି। କେବଳ ଶ୍ରୀଲଙ୍କା ନୁହେଁ, ଡିସେମ୍ବର ୧୦ରୁ ଜାନୁଆରୀ ୭ ଯାଏ ପାକିସ୍ତାନ ବିପକ୍ଷ ଟି-୨୦, ଦିନିକିଆ ଓ ଟେଷ୍ଟ ସିରିଜରେ ମଧ୍ୟ ସେ ନଜର ଆସିବେ ନାହିଁ।

Advertisment

ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ କୋଏଜି ନଜର ଆସିଥିଲେ। ତେବେ ଏହି ମ୍ୟାଚ୍‌ ଅଧାରେ ସେ ଜଙ୍ଘ ଜନିତ ସମସ୍ୟାରେ ପଡ଼ିଥିଲେ। ପ୍ରଥମ ଟେଷ୍ଟର ୪ର୍ଥ ଦିନରେ କୋଏଜି ବୋଲିଂ କରୁଥିବା ବେଳେ ଅସହଜ ଅନୁଭବ କରିଥିଲେ। ଏହାପରେ ସେ ପଡ଼ିଆ ବାହାରକୁ ଯାଇଥିଲେ। ପରବର୍ତ୍ତୀ ଅବସ୍ଥାରେ ସ୍କାନ କରାଯାଇଥିଲା। ଏହି ସମୟରେ ଜଣାପଡ଼ିଛି ଯେ ତାଙ୍କ ଡାହାଣ ପଟ ଜଙ୍ଘର ଶୀରାରେ ସମସ୍ୟା ଦେଖାଯାଇଛି।

ଏଥିରୁ ମୁକୁଳିବା ପାଇଁ ତାଙ୍କୁ ୪ରୁ ୬ ସପ୍ତାହ ସମୟ ଲାଗିଛି। ଏହାର ଅର୍ଥ ସେ ୬ ସପ୍ତାହ ଯାଏ କ୍ରିକେଟରୁ ଦୂରେଇ ରହିବେ। ଜାନୁଆରୀ ୯ରୁ ଦକ୍ଷିଣ ଆଫ୍ରିକା ଟି-୨୦ ଲିଗ ଆରମ୍ଭ ହେଉଛି। ଜୋବର୍ଗ ସୁପର କିଙ୍ଗସ ପକ୍ଷରୁ ଖେଳୁଥିବା କୋଏଜି ଏମଆଇ କେପ ଟାଉନ ବିପକ୍ଷ ଜାନୁଆର ୧୧ ମ୍ୟାଚ୍‌ ମଧ୍ୟ ଖେଳିବେ ନାହିଁ।

Advertisment

କୋଏଜି ବାଦ ପଡ଼ିଥିବାରୁ ତାଙ୍କ ସ୍ଥାନରେ ଯୁବ ବୋଲର କ୍ୱେନା ଏଫାକାଙ୍କୁ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରେ ସାମିଲ କରାଯାଇଛି। ଡିସେମ୍ବର ୫ରୁ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ। ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ଦକ୍ଷିଣ ଆଫ୍ରିକା ୧-୦ରେ ଆଗରେ ରହିଛି।

South Africa Test Cricket Test Match