Advertisment

ବ୍ୟାଟିଂ କରୁଥିବା ବେଳେ ଟଳି ପଡ଼ିଲେ କ୍ରିକେଟର, ସାମ୍ନାକୁ ଆସିଲା ମୃତ୍ୟୁର ଭିଡିଓ

ଖେଳାଳି ଜଣଙ୍କ ବ୍ୟାଟିଂ କରୁଥିବା ବେଳେ ପିଚ୍‌ ମଝିରେ ହିଁ ଟଳି ପଡ଼ିଛନ୍ତି। କ୍ରିକେଟ ପଡ଼ିଆରେ ଖେଳାଳି ଜଣଙ୍କ ହୃଦଘାତର ଶିକାର ହୋଇ ସବୁ ଦିନ ପାଇଁ ଆଖି ବୁଜିଛନ୍ତି।

Heart Attack

Heart Attack

Advertisment

ମୃତ୍ୟୁ କେତେବେଳେ ଓ କେଉଁଠି ଆସେ, ସେକଥା କାହାକୁ ଜଣାନଥାଏ। ହଠାତ୍‌ ମୃତ୍ୟୁ ଆସେ ଓ ସବୁ କିଛି ଓଲଟପାଲଟ କରିଦିଏ। ଏହାର ଏକ ନିଚ୍ଛକ ଉଦାହରଣ ଏବେ ଦେଖିବାକୁ ମିଳିଛି। କ୍ରିକେଟ ମ୍ୟାଚ୍‌ ବେଳେ ଚାଲି ଯାଇଛି ଜଣେ ଖେଳାଳିଙ୍କ ଜୀବନ।

Advertisment

ଖେଳାଳି ଜଣଙ୍କ ବ୍ୟାଟିଂ କରୁଥିବା ବେଳେ ପିଚ୍‌ ମଝିରେ ହିଁ ଟଳି ପଡ଼ିଛନ୍ତି। କ୍ରିକେଟ ପଡ଼ିଆରେ ଖେଳାଳି ଜଣଙ୍କ ହୃଦଘାତର ଶିକାର ହୋଇ ସବୁ ଦିନ ପାଇଁ ଆଖି ବୁଜିଛନ୍ତି। ରବିବାର ନୋଏଡାର ଗୋଟିଏ ପଡ଼ିଆରେ ମ୍ୟାଚ୍‌ ଚାଲିଥିବା ବେଳେ ଏପରି ଘଟଣା ଘଟିଛି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିବା ବିକାଶ ନେଗୀ ଟଳି ପଡ଼ିବା ବେଳର ପୂରା ଦୃଶ୍ୟ ଭିଡିଓରେ ରହିଛି। ମ୍ୟାଚ୍‌ ବେଳେ ବିକାଶ ନନଷ୍ଟ୍ରାଇକରେ ଥିଲେ। ତାଙ୍କ ପାର୍ଟନର ଶଟ ମାରିବା ପରେ ବିକାଶ ରନ ନେବାକୁ ଚେଷ୍ଟା କରିଥିଲେ। ହେଲେ ଭଲ ସମ୍ଭବତଃ ବାଉଣ୍ଡରୀ ବାହାରକୁ ଚାଲି ଯାଇଥିଲା।

Advertisment

ବିକାଶ ଷ୍ଟ୍ରାଇକ ଏଣ୍ଡରେ ପାର୍ଟନରଙ୍କ ସହ କଥା ହୋଇ ଫେରୁଥିବା ବେଳେ ପିଚ୍‌ ମଝିରେ ହିଁ ଅଟକି ଯାଇଥିଲେ। ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ତଳେ ପଡ଼ି ଯାଇଥିଲେ। ଏହା ଦେଖି ସମସ୍ତେ ତାଙ୍କ ପାଖକୁ ଦୌଡ଼ି ଆସି ସହାୟତା କରିଥିଲେ। ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ବି ନିଆଯାଇଥିଲା। କିନ୍ତୁ ହସ୍ପିଟାଲରେ ପହଞ୍ଚିଲା ବେଳକୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ପୁଲିସ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା। ଏହାପରେ ଏହାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ପ୍ରାଥମିକ ରିପୋର୍ଟ ଅନୁସାରେ ବିକାଶ ନେଗୀ ହୃଦଘାତ ଯୋଗୁ ପ୍ରାଣ ହରାଇଛନ୍ତି। ମହାମାରୀ କରୋନା ବେଳେ ସେ ଭାଇରାସ ଦ୍ୱାରା ସଂକ୍ରମିତ ହୋଇଥିଲେ।

ତାଙ୍କୁ ସୁସ୍ଥ ହେବାକୁ ବେଶ ସମୟ ଲାଗିଥିଲା। ସୁସ୍ଥ ହେବା ପରେ ସେ ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ସହ ନିୟମିତ ନୋଏଡା ଓ ଦିଲ୍ଲୀରେ କ୍ରିକେଟ ମ୍ୟାଚ୍‌ ଖେଳୁଥିଲେ। ସେ ଫିଟ ଥିଲେ ମଧ୍ୟ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି।

Cricket Heart Disease Heart Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe