Advertisment

ଆଇପିଏଲ ଫାଇନାଲ: କେଉଁ ଖେଳାଳି କ’ଣ ସବୁ ଜିତିଲେ

ଫାଇନାଲ ମ୍ୟାଚ୍‌ରେ ଦଳ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟନ୍ସକୁ ୫ ୱିକେଟ(ଡିଏଲ ମେଥଡ)ରେ ହରାଇ ଚାମ୍ପିୟନ ହୋଇଛି। ମୁମ୍ବାଇ ଇଣ୍ଡିଆନ୍ସ ୫ଥର ଟ୍ରଫି ଜିତିଥିବା ବେଳେ ଚେନ୍ନାଇ ଏହି ରେକର୍ଡର ସମକକ୍ଷ ହୋଇଛି।

CSK

CSK

Advertisment

ଚଳିତ ବର୍ଷ ଆଇପିଏଲର ଫାଇନାଲ ମେ’ ୨୮ରୁ ଆରମ୍ଭ ହୋଇଛି ମେ’ ୩୦ ତାରିଖରେ ଶେଷ ହୋଇଛି। ଫାଇନାଲ ମ୍ୟାଚ୍‌ରେ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ରୋମାଞ୍ଚକର ବିଜୟ ହାସଲ କରି ୫ମଥର ପାଇଁ ଆଇପିଏଲ ଟ୍ରଫି ଜିତିଛି।

Advertisment

ଫାଇନାଲ ମ୍ୟାଚ୍‌ରେ ଦଳ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟନ୍ସକୁ ୫ ୱିକେଟ(ଡିଏଲ ମେଥଡ)ରେ ହରାଇ ଚାମ୍ପିୟନ ହୋଇଛି। ମୁମ୍ବାଇ ଇଣ୍ଡିଆନ୍ସ ୫ଥର ଟ୍ରଫି ଜିତିଥିବା ବେଳେ ଚେନ୍ନାଇ ଏହି ରେକର୍ଡର ସମକକ୍ଷ ହୋଇଛି।

ତେବେ ଫାଇନାଲ ମ୍ୟାଚ୍‌ ଓ ପୂରା ସିଜିନରେ ଦମଦାର ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି। ଅନେକ ଯୁବକ ଖେଳାଳି ନିଜର ଦମ ଦେଖାଇଥିବା ବେଳେ ଭେଟରାନ ମଧ୍ୟ ଚଳିତ ସିଜିନରେ ନିଜର ବଳିଷ୍ଠତା ପ୍ରମାଣ କରିଛନ୍ତି।

Advertisment

କାହାକୁ ମିଳିଲା କେତେ ଟଙ୍କା

୧- ଫାଇନାଲ ମ୍ୟାଚ୍‌ରେ ସୁପର ଷ୍ଟ୍ରାଇକର: ଅଜିଙ୍କ୍ୟ ରାହାଣେ(ଚେନ୍ନାଇ) - ୧ ଲକ୍ଷ

୨- ଫାଇନାଲ ମ୍ୟାଚ୍‌ର ଗେମ ଚେଞ୍ଜର: ସାଇ ସୂଦର୍ଶନ(ଗୁଜରାଟ) - ୧ ଲକ୍ଷ

୩- ଫାଇନାଲ ମ୍ୟାଚର ମୂଲ୍ୟବାନ ଖେଳାଳି: ସାଇ ସୂଦର୍ଶନ(ଗୁଜରାଟ) – ୧ ଲକ୍ଷ

୪- ଫାଇନାଲ ମ୍ୟାଚ୍‌ରେ ସବୁଠାରୁ ଅଧିକ ଚୌକା: ସାଇ ସୂଦର୍ଶନ(ଗୁଜରାଟ)- ୧ ଲକ୍ଷ

୫- ଫାଇନାଲ ମ୍ୟାଚ୍‌ରେ ସବୁଠାରୁ ବଡ଼ ଛକା: ସାଇ ସୂଦର୍ଶନ(ଗୁଜରାଟ) – ୧ ଲକ୍ଷ

୬- ଫାଇନାଲରେ ଶ୍ରେଷ୍ଠ କ୍ୟାଚ: ମହେନ୍ଦ୍ର ସିଂହ ଧୋନି (ଚେନ୍ନାଇ) – ୧ ଲକ୍ଷ

୭- ପ୍ଲେୟାର ଅଫ ଦି ଫାଇନାଲ: ଡେଭୋନ କନୱେ(ଚେନ୍ନାଇ) – ୫ ଲକ୍ଷ

ଆଇପିଏଲ ପୁରସ୍କାର ରାଶି

୧- ବିଜେତା-ଚେନ୍ନାଇ-୨୦ କୋଟି

୨- ରନର୍ସ ଅପ-ଗୁଜରାଟ- ୧୨.୫ କୋଟି

୩- ଏମର୍ଜିଂ ପ୍ଲେୟାର ଅ‍ଫ ଦି ଟୁର୍ଣ୍ଣାମେଣ୍ଟ – ଯଶସ୍ୱୀ ଜୈସୱାଲ(ରାଜସ୍ଥାନ ରୟାଲ୍ସ) – ୧୦ ଲକ୍ଷ

୪- ଷ୍ଟ୍ରାଇକର ଅଫ ଦି ଟୁର୍ଣ୍ଣାମେଣ୍ଟ- ଗ୍ଲେନ ମ୍ୟାକ୍ସୱେଲ (ଆରସିବି) – ୧୦ ଲକ୍ଷ

୫- ଗେମ ଚେଞ୍ଜର ଅଫ ଦି ସିଜିନ- ଶୁବମନ ଗିଲ(ଗୁଜରାଟ)- ୧୦ ଲକ୍ଷ

୬- ଟୁର୍ଣ୍ଣାମେଣ୍ଟର ସବୁଠାରୁ ମୂଲ୍ୟବାନ ଖେଳାଳି - ଶୁବମନ ଗିଲ(ଗୁଜରାଟ)- ୧୦ ଲକ୍ଷ

୭- ଟୁର୍ଣ୍ଣାମେଣ୍ଟରେ ସବୁଠାରୁ ଅଧିକ ଚୌକା - ଶୁବମନ ଗିଲ(ଗୁଜରାଟ)- ୧୦ ଲକ୍ଷ (୮୫ ଚୌକା)

୮- ଟୁର୍ଣ୍ଣାମେଣ୍ଟର ସବୁଠାରୁ ବଡ଼ ଛକା- ଫାଫ ଡୁପ୍ଲେସିସ(ଆରସିବି) – ୧୦ ଲକ୍ଷ (୧୧୫ ମିଟର)

୯- ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ କ୍ୟାଚ୍‌- ରାଶିଦ ଖାନ(ଗୁଜରାଟ) – ୧୦ ଲକ୍ଷ

୧୦- ସବୁଠାରୁ ଶୃଙ୍ଖଳିତ ଦଳ – ଦିଲ୍ଲୀ କ୍ୟାପିଟାଲ୍ସ – ୧୦ ଲକ୍ଷ

୧୧- ବାଇଗଣ(ସର୍ବାଧିକ ୱିକେଟ) ଟୋପି ବିଜେତା – ମହମ୍ମଦ ଶାମି(ଗୁଜରାଟ) – ୧୦ ଲକ୍ଷ ( ୨୮ ୱିକେଟ)

୧୨- କମଳା (ସର୍ବାଧିକ ରନ) ଟୋପି ବିଜେତା - ଶୁବମନ ଗିଲ(ଗୁଜରାଟ)- ୧୦ ଲକ୍ଷ (୮୯୦ ରନ)

୧୩- ଶ୍ରେଷ୍ଠ ପିଚ ଓ ଗ୍ରାଉଣ୍ଡ- ଇଡେନ ଗାର୍ଡେନ୍ସ ଓ ୱାଙ୍ଖେଡେ ଷ୍ଟାଡିୟମ- ୫୦ ଲକ୍ଷ

IPL CSK GT
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe