Advertisment

Sarfaraz Khan: ସର୍ଫରାଜ ଖାନଙ୍କୁ ଅଣଦେଖା: ଚୟନ ପ୍ରକ୍ରିୟାରେ ସାଂପ୍ରଦାୟିକ ରଙ୍ଗ ମାରିଲେ କଂଗ୍ରେସ ନେତ୍ରୀ

ମଙ୍ଗଳବାର ବିସିସିଆଇ ଚୟନ କମିଟି ଇଣ୍ଡିଆ ଏ ସ୍କ୍ୱାଡ ଘୋଷଣା କରିଥିଲା। ହେଲେ ଏହି ସ୍କ୍ୱାଡରେ ଘରୋଇ କ୍ରିକେଟରେ ବର୍ଷବର୍ଷ ଧରି ସ୍ଥିର ପ୍ରଦର୍ଶନ କରି ଆସୁଥିବା ସର୍ଫରାଜ ଖାନଙ୍କୁ ସାମିଲ କରାଯାଇ ନାହିଁ।

Khan

ସର୍ଫରାଜ-ଶାମା-ଗମ୍ଭୀର (ଫାଇଲ ଫଟୋ)

Advertisment

ଭାରତୀୟ କ୍ରିକେଟ ଟିମର ଚୟନ ପ୍ରକ୍ରିୟାକୁ ସାଂପ୍ରଦାୟକ ରଙ୍ଗ ଦେବାକୁ ଚେଷ୍ଟା କରିଛନ୍ତି କଂଗ୍ରେସ ନେତ୍ରୀ ଶାମା ମହମ୍ମଦ। ସେ ଟିମ ଇଣ୍ଡିଆର ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କୁ ଧାର୍ମିକ ପକ୍ଷପାତିତା ଆଭିମୁଖ୍ୟ ରଖୁଥିବା ଜଣେ ବ୍ୟକ୍ତି ବୋଲି କହିବାକୁ ପଛାଇ ନାହାନ୍ତି। ଜାତୀୟ ଟିମରେ ବାରମ୍ବାର ଯୁବ କ୍ରିକେଟର ସର୍ଫରାଜ ଖାନ(Sarfaraz Khan)ଙ୍କୁ ଅଣଦେଖା କରାଯାଉଥିବାରୁ ଶାମା ମହମ୍ମଦ ଏହାକୁ ସମାଲୋଚନା କରିଛନ୍ତି।

Advertisment

ମଙ୍ଗଳବାର ବିସିସିଆଇ ଚୟନ କମିଟି ଇଣ୍ଡିଆ ଏ ସ୍କ୍ୱାଡ ଘୋଷଣା କରିଥିଲା। ହେଲେ ଏହି ସ୍କ୍ୱାଡରେ ଘରୋଇ କ୍ରିକେଟରେ ବର୍ଷବର୍ଷ ଧରି ସ୍ଥିର ପ୍ରଦର୍ଶନ କରି ଆସୁଥିବା ସର୍ଫରାଜ ଖାନଙ୍କୁ ସାମିଲ କରାଯାଇ ନାହିଁ। ମୁମ୍ବାଇ ପାଇଁ କ୍ରମାଗତ ଭଲ ପ୍ରଦର୍ଶନ କରୁଥିଲେ ହେଁ ସର୍ଫରାଜଙ୍କୁ ଇଣ୍ଡିଆ ଏ ଟିମ ପାଇଁ ମଧ୍ୟ ଚୟନ ନ କରାଯିବା ସମସ୍ତଙ୍କୁ ଚକିତ କରିଛି। 

ଏସବୁ ଭିତରେ ମହମ୍ମଦ ଏକ୍ସରେ ଗୋଟିଏ ପୋଷ୍ଟ କରି କ’ଣ ସର୍ଫରାଜଙ୍କୁ ତାଙ୍କ ସାଙ୍ଗିଆ ବା ସରନେମ ପାଇଁ ଚୟନ କରାଯାଇ ନାହିଁ କି ବୋଲି ପ୍ରଶ୍ନ କରିଛନ୍ତି। 
ସେ କହିଛନ୍ତି, “କ’ଣ ସର୍ଫରାଜ ଖାନ ତାଙ୍କ ସରନେମ ପାଇଁ ଚୟନ ହୋଇନାହାନ୍ତି? କେବଳ ପଚାରିଲି। ଏହି ପ୍ରସଙ୍ଗରେ ଗୌତମ ଗମ୍ଭୀର ଆଭିମୁଖ୍ୟ କ’ଣ, ସେକଥା ଆମେ ସମସ୍ତେ ଜାଣିଛେ।” ଗମ୍ଭୀର ଏକଦା ବିଜେପିରେ ରହିଥିବାରୁ ତାଙ୍କୁ ଟାର୍ଗେଟ କରି ମହମ୍ମଦ ଏପରି କଥା କହିଛନ୍ତି। 

Advertisment

ସର୍ଫରାଜ ଶେଷ ଥର ଘରୋଇ ମାଟିରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭାରତ ପାଇଁ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ। ୨୦୨୪ରେ ନ୍ୟୁଜିଲ୍ୟାଣ୍ଡ ସିରିଜ ପରେ ଭାରତ ବର୍ଡର-ଗାଭାସ୍କର ଟ୍ରଫି ଅଷ୍ଟ୍ରେଲିଆରେ ଖେଳିଥିଲା। କିନ୍ତୁ ସର୍ଫରାଜ ଗୋଟିଏ ହେଲେ ବି ମ୍ୟାଚ୍‌ ଖେଳିବାକୁ ସୁଯୋଗ ପାଇ ନଥିଲେ। 

ଏସବୁ ଭିତରେ ସର୍ଫରାଜ କଠିନ ପରିଶ୍ରମ କରି ନିଜ ଓଜନ କମାଇ ଥିଲେ। ତଥାପି ତାଙ୍କୁ ଇଂଲଣ୍ଡ ଟୁର ପାଇଁ ଚୟନ କରାଯାଇ ନଥିଲା। ସେହିପରି ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରେ ତାଙ୍କ ନାଁ ବିଚାରକୁ ନିଆ ଯାଇ ନଥିଲା। ଜାତୀୟ ଟିମରୁ ବାଦ ପଡ଼ିଥିବା ସର୍ଫରାଜଙ୍କ ଦକ୍ଷିଣ ଆଫ୍ରିକା ଏ ବିପକ୍ଷ ଭାରତୀୟ ଏ ଟିମରେ ସୁଯୋଗ ମିଳିବ ବୋଲି ସମସ୍ତେ ଆଶା କରିଥିଲେ। କିନ୍ତୁ ଏହି ଟିମ ପାଇଁ ମଧ୍ୟ ବିସିସିଆଇ ତାଙ୍କୁ ଚୟନ କରିନାହିଁ। 

ବହୁ ବଳିମ୍ବରେ ଭାରତ ପାଇଁ ଟେଷ୍ଟ(Test Cricket) କ୍ରିକେଟରେ ଡେବ୍ୟୁ କରିଥିବା ସର୍ଫରାଜ ଏଯାଏ ୬ଟି ମ୍ୟାଚ୍‌ରେ ୩୭୧ ରନ କରିଛନ୍ତି। ତାଙ୍କ ବ୍ୟାଟିଂ ହାର ପ୍ରାୟ ୪୦ ରହିଛି। ଗତବର୍ଷ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜରେ ସେ ୧୫୦ ରନର ଇନିଂସ ଖେଳିଥିଲେ।

ଏହାପରେ ତାଙ୍କୁ ଜାତୀୟ ଟିମରୁ ବାହାର ରଖାଯିବାରୁ ଶାମା ମହମ୍ମଦ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏହାପୂର୍ବରୁ ସେ ରୋହିତ ଶର୍ମା ଅତ୍ୟଧିକ ମୋଟା ଖେଳାଳି ବୋଲତ କହି ବିବାଦ ଘେରକୁ ଆସିଥିଲେ। 

Test Cricket Sarfaraz Khan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe