Advertisment

AUS vs IND: ସିରିଜ ପରାଜୟରୁ ଗିଲଙ୍କ ‘ଦିନିକିଆ ଯୁଗ’ର ଆରମ୍ଭ

ଶର୍ଟ ପ୍ରଥମେ ୨୫ ରନ ଓ ପରେ ୫୫ ରନରେ ଦୁଇଟି କ୍ୟାଚ୍‌ ଦେଇଥିଲେ ହେଁ ଏହାକୁ ଭାରତୀୟ ଖେଳାଳି ହାତ ଛଡ଼ା କରିବା ଦଳକୁ ମହଙ୍ଗା ପଡ଼ିଥିଲା। ପ୍ରଥମେ ଅକ୍ଷର ଓ ପରେ ମହମ୍ମଦ ସିରାଜ ତାଙ୍କ କ୍ୟାଚ୍‌ ଛାଡ଼ିଥିଲେ।

Conolly

ଦୁଇ ଦଳର ଅଧିନାୟକ ଓ ମ୍ୟାଚ୍‌ ୱିନର କନୋଲୀ

Advertisment

ପରାଜୟରୁ ଆରମ୍ଭ ହୋଇଛି ଶୁବମନ ଗିଲଙ୍କ ଦିନିକିଆ କ୍ୟାପ୍ଟେନ୍ସିର ଆରମ୍ଭ। ଗୋଟିଏ ମ୍ୟାଚ୍‌ ପୂର୍ବ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ହାରି ଯାଇଛି ଟିମ ଇଣ୍ଡିଆ। ଅଷ୍ଟ୍ରେଲି(Aus Vs Ind) ବିପକ୍ଷ ସିରିଜ ପୂର୍ବରୁ ରୋହିତ ଶର୍ମାଙ୍କୁ ହଟାଇ ବିସିସିଆଇ ଶୁବମନ ଗିଲ(Shubman Gill)ଙ୍କୁ ଟେଷ୍ଟ ଭଳି ଦିନିକିଆ ଅଧିନାୟକ ଦାୟିତ୍ୱ ଦେଇଥିଲା। ତାଙ୍କ କ୍ୟାପ୍ଟେନ୍ସିରେ ଭାରତ କୌଣସି ଦିନିକିଆ(ODI) ସିରିଜ ଖେଳୁଥିଲେ ହେଁ ଏଥିରେ ପରାସ୍ତ ହୋଇଛି।

Advertisment

ପର୍ଥ ଦିନିକିଆକୁ ୭ ୱିକେଟରେ ଜିତିଥିବା ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆ(India Vs Australia 2nd ODI)ରେ ମଧ୍ୟ ବିଜୟ ବାନା ଉଡ଼ାଇଛି। ଆଡିଲେଡ ଓଭାଲରେ ଖେଳା ଯାଉଥିବା ଦ୍ୱିତୀୟ ଦିନିକିଆକୁ ଘରୋଇ ଟିମ ୨ ୱିକେଟରେ ଜିତି ନେଇଛି। ରୋହିତ ଶର୍ମାଙ୍କ ୭୩ ଓ ଶ୍ରେୟସ ଆୟରଙ୍କ ୬୧ ରନ ବଳରେ ଭାରତ ୨୬୫ ରନର ଟାର୍ଗେଟ ଅଷ୍ଟ୍ରେଲିଆକୁ ଦେଇଥିଲା। 
ଅଷ୍ଟ୍ରେଲିଆ ଏହି ଟାର୍ଗେଟକୁ ୨୨ ବଲ ପୂର୍ବରୁ ୮ ୱିକେଟ ହରାଇ ହାସଲ କରି ନେଇଛି। ଦଳ ପକ୍ଷରୁ ମାଥ୍ୟୁ ଶର୍ଟ ସର୍ବାଧିକ ୭୪ ରନ ଓ  ଯୁବ ଖେଳାଳି କୁପର କନୋଲୀ ଅପରାଜିତ ୬୧ ରନର ଇନିଂସ ଖେଳି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

୨୬୫ ରନର ଟାର୍ଗେଟକୁ ପିଛା କରୁଥିବା ଅଷ୍ଟ୍ରେଲିଆ ୫୪ ରନରେ ଦୁଇଟି ୱିକେଟ ହରାଇଥିଲା। ଅଧିନାୟକ ମିଚେଲ ମାର୍ଶ(୧୧) ଓ ଟ୍ରାଭିସ ହେଡ୍‌(୨୮) ରନ କରି ପ୍ୟାଭିଲିୟନ ଫେରିଥିଲେ। ଏହାପରେ ମ୍ୟାଟ ରେନ ଶ’ ଓ ଶର୍ଟ ସ୍ଥିତି ସମ୍ଭାଳି ଦଳୀୟ ସ୍କୋରକୁ ୧୦୯ରେ ପହଞ୍ଚାଇ ଦେଇଥିଲେ। ଏତିକି ବେଳେ ୩୦ ରନ କରିଥିବା ରେନ ଶ’ଙ୍କୁ ବୋଲ୍ଡ କରି ଅକ୍ଷର ପଟେଲ ଭାରତର କମବ୍ୟା କରାଇଥିଲେ। ଆଲେକ୍ସ କେରୀ ମଧ୍ୟ ୯ ରନ କରି ୱାଶିଂଟନ ସୁନ୍ଦରଙ୍କ ବଲରେ ବୋଲ୍ଡ ହୋଇଥିଲେ। ଅଷ୍ଟ୍ରେଲିଆ ଲଗାତାର ୨ଟି ୱିକେଟ ହରାଇବାରୁ ଭାରତ ଆଟାକ ଆରମ୍ଭ କରିଥିଲା। 

Advertisment

କିନ୍ତୁ ଶର୍ଟ ଏହି ସମୟରେ ସେସବୁକୁ କାଣ୍ଟକର କରିଥିଲେ। ସେ କନୋଲୀଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ତେବେ ଶର୍ଟ ପ୍ରଥମେ ୨୫ ରନ ଓ ପରେ ୫୫ ରନରେ ଦୁଇଟି କ୍ୟାଚ୍‌ ଦେଇଥିଲେ ହେଁ ଏହାକୁ ଭାରତୀୟ ଖେଳାଳି ହାତ ଛଡ଼ା କରିବା ଦଳକୁ ମହଙ୍ଗା ପଡ଼ିଥିଲା। ପ୍ରଥମେ ଅକ୍ଷର ଓ ପରେ ମହମ୍ମଦ ସିରାଜ ତାଙ୍କ କ୍ୟାଚ୍‌ ଛାଡ଼ିଥିଲେ। ଶେଷରେ ସେ ୭୪ ରନର ଦମଦାର ଇନିଂସ ଖେଳି ହର୍ଷିତ ରାଣାରଙ୍କ ବଲରେ ଆଉଟ ହୋଇଥିଲେ। ସଆ ଆଉଟ ହେବା ବେଳକୁ ଅଷ୍ଟ୍ରେଲିଆ ୧୮୭ ରନ କରିଥିଲା। 

ଏହି ସମୟରେ ବି ଭାରତ(India Vs Australia) ପାଖରେ ମ୍ୟାଚ୍ ଜିତିବାର ସୁଯୋଗ ରହିଥିଲା। କିନ୍ତୁ ମିଚେଳ ଓୱେନ ବଡ଼ବଡ଼ ଶଟ ଖେଳିଥିଲେ। କନୋଲୀ ବି ଚୌକା ପରେ ଚୌକା ମାରି ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଦଳକୁ ଜିତିବା ପାଇଁ ୨୧ ରନ ଦରକାର ଥିବା ବେଳେ ବଡ଼ ଶଟ ଖେଳିବାକୁ ଯାଇ ଓୱେନ ୩୬ ରନରେ ଆଉଟ ହୋଇଥିଲେ। ସେ ୨୩ ବଲରେ ୩ ଛକା ଓ ୨ଟି ଚୌକା ବଳରେ ୩୬ ରନର ଇନିଂସ ଖେଳିଛନ୍ତି।

ଓୱେନଙ୍କ ପରେ ଜାଭିୟର ବାର୍ଟଲେଟ ୩ ରନ କରି ପ୍ୟାଭିଲିୟନ ଫେରିଥିଲେ। ତାଙ୍କ ୱିକେଟ ଅର୍ଶଦୀପ ନେଇଥିଲେ। ସେ ଆଉଟ ହେବା ବେଳକୁ ଅଷ୍ଟ୍ରେଲିଆକୁ ଜିତିବା ପାଇଁ ୧୦ ରନ ଆବଶ୍ୟକ ଥିଲା। ମିଚେଲ ଷ୍ଟାର୍କ ବ୍ୟାଟିଂ କରିବାକୁ ଆସି ସିରାଜଙ୍କୁ ଚୌକା ମାରି ବିଜୟ ବ୍ୟବଧାନକୁ ଆହୁରି କମାଇ ଦେଇଥିଲେ। କିନ୍ତୁ ସେହି ଓଭରରେ ସିରାଜ ତାଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ। 

ତେବେ ପରବର୍ତ୍ତୀ ଓଭରରେ ବାକି କାମ କନୋଲୀ ଶେଷ କରି ଦେଇଥିଲେ। ଶେଷରେ ଅର୍ଶଦୀପ ସିଂହଙ୍କ ୱାଇଡ ବଲ ପକାଇ ଅଷ୍ଟ୍ରେଲିଆକୁ ମ୍ୟାଚ୍‌ ସହ ସିରିଜ ଭେଟି ଦେଇଥିଲେ। କନୋଲୀ ଶେଷ ଯାଏ ଅପରାଜିତ ୬୧ ରନର ଇନିଂସ ଖେଳିଛନ୍ତି। ଏହି ଇନିଂସରେ ସେ ୫ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି। ଏହି ବିଜୟ ସହ ଅଷ୍ଟ୍ରେଲିଆ ୩ଟିକିଆ ଦିନିକିଆ ସିରିଜକୁ ଆଗକୁଆ ୨-୦ରେ କବଜା କରିନେଇଛି। 

ଭାରାତ ପକ୍ଷରୁ ଅର୍ଶଦୀପ, ହର୍ଷିତ ଓ ୱାଶିଂଟନ ଦୁଇଟି ଲେଖାଏ ୱିକେଟ ନେଇଥିବା ବେଳେ ଅକ୍ଷର ଓ ସିରାଜଙ୍କୁ ଗୋଟିଏ ଲେଖାଏ ସଫଳତା ମିଳିଛି। 

India Vs Australia Shubman Gill India Vs Australia 2nd ODI ODI Aus Vs Ind
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe