Advertisment

IPLରେ ଘାରିଲା କରୋନା ଭୟ, କ୍ୱାରେଣ୍ଟାଇନ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ: ଚଳିତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ତଥା ଆଇପିଏଲ୍‌ରେ ଘାରିଲା କରୋନା ଭୟ। ପୁଣି ଥରେ ଆଇପିଏଲ୍‌ରେ ପଶିଲା ଏହି ଭାଇରସ୍‌। ନିକଟରେ ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍‌ର ଫିଜିୟୋ ପ୍ୟାଟ୍ରିକ୍‌ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହା ପରେ ଏବେ ପୂରା ଟିମ୍‌କୁ କ୍ୱାରେଣ୍ଟାଇନ୍‌ କରାଯାଇଛି। ଦିଲ୍ଲୀ କ୍ୟାପିଟାଲ୍ସର ପରବର୍ତ୍ତୀ ମ୍ୟାଚ୍ ପୁଣେରେ ଅନୁଷ୍ଠିତ ହେବ। ଏଥିପାଇଁ ଦଳ ପୁଣେ ଯାଇଥାନ୍ତା, କିନ୍ତୁ କରୋନା ପାଇଁ ଏହି ଟିମ୍‌ର ଖେଳାଳିଙ୍କୁ ଏବେ ହୋଟେଲରେ ହିଁ ଅଟକାଇ ଦିଆଯାଇଛି। […]

ଅଦ୍ୟତନ ହୋଇଛି
IPLରେ ଘାରିଲା କରୋନା ଭୟ, କ୍ୱାରେଣ୍ଟାଇନ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ

delhi-capitals

Advertisment

ନୂଆଦିଲ୍ଲୀ: ଚଳିତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ତଥା ଆଇପିଏଲ୍‌ରେ ଘାରିଲା କରୋନା ଭୟ। ପୁଣି ଥରେ ଆଇପିଏଲ୍‌ରେ ପଶିଲା ଏହି ଭାଇରସ୍‌। ନିକଟରେ ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍‌ର ଫିଜିୟୋ ପ୍ୟାଟ୍ରିକ୍‌ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହା ପରେ ଏବେ ପୂରା ଟିମ୍‌କୁ କ୍ୱାରେଣ୍ଟାଇନ୍‌ କରାଯାଇଛି।

Advertisment

ଦିଲ୍ଲୀ କ୍ୟାପିଟାଲ୍ସର ପରବର୍ତ୍ତୀ ମ୍ୟାଚ୍ ପୁଣେରେ ଅନୁଷ୍ଠିତ ହେବ। ଏଥିପାଇଁ ଦଳ ପୁଣେ ଯାଇଥାନ୍ତା, କିନ୍ତୁ କରୋନା ପାଇଁ ଏହି ଟିମ୍‌ର ଖେଳାଳିଙ୍କୁ ଏବେ ହୋଟେଲରେ ହିଁ ଅଟକାଇ ଦିଆଯାଇଛି। ବର୍ତ୍ତମାନ ସମସ୍ତ ଖେଳାଳିଙ୍କ ଦୁଇ ଦିନ ଧରି କରୋନା ପରୀକ୍ଷା କରାଯିବ। ରିପୋର୍ଟ ଆସିବା ପରେ ହିଁ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।

ରିପୋର୍ଟ ମୁତାବକ, ରିଷଭ ପନ୍ଥ ଅଧିନାୟକ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍‌ର ତା' ପରବର୍ତ୍ତୀ ମ୍ୟାଚ୍‌ରେ ପଞ୍ଜବ କିଙ୍ଗସ ସହ ମୁହାଁମହିଁ ହେବ। ଆସନ୍ତା ଏପ୍ରିଲ ୨୦ରେ ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ୍‌ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ପାଇଁ ଦିଲ୍ଲୀ ଟିମ୍‌ ଏପ୍ରିଲ ୧୮ରେ ପୁଣେ ଗସ୍ତ କରିଥାନ୍ତା। କିନ୍ତୁ କରୋନା ଯୋଗୁଁ ଦଳର ସମସ୍ତ ଖେଳାଳିଙ୍କୁ ମୁମ୍ବାଇ ସ୍ଥିତ ଏକ ହୋଟେଲରେ କ୍ୱାରେଣ୍ଟାଇନ୍‌ କରାଯାଇଛି।

Advertisment

ନିକଟରେ ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟରେ ଦିଲ୍ଲୀ ଟିମ୍‌ର ଖେଳାଳି ଫିଜିୟୋ ପ୍ୟାଟ୍ରିକ୍‌ ଫରହାର୍ଟ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ତାଙ୍କ ପରେ ଟିମ୍‌ର ଆଉ ଜଣେ ଖେଳାଳି ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା। ଏହି କାରଣ ଯୋଗୁଁ ଖେଳାଳିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀ ଫ୍ରାଞ୍ଚାଇଜ୍‌ ପୂରା ଟିମ୍‌ର ଆର୍‌ଟିପିସିଆର୍‌ ଟେଷ୍ଟ କରାଇବାକୁ ନିଷ୍ପତ୍ତି ନେଇଛି।

Covid19
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe