Advertisment

ପାକିସ୍ତାନରେ ପାଦ ଦେଉ ଦେଉ ୩ କ୍ରିକେଟର୍ କରୋନାରେ ଆକ୍ରାନ୍ତ

କରାଚୀ: ପାକିସ୍ତାନ ଗସ୍ତରେ ସୀମିତ ଓଭର କ୍ରିକେଟ୍ ସିରିଜ୍ ଖେଳିବାକୁ ଯାଇଥିବା ୱେଷ୍ଟଇଣ୍ଡିଜ୍ ଟିମ୍ ଉପରେ କରୋନା ଆକ୍ରମଣ କରିଦେଇଛି। ଭ୍ରମଣକାରୀ ଟିମର ତିନିଜଣ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ତିନି କ୍ରିକେଟର୍ ହେଲେ ଶେଲଡନ୍ କଟ୍ଟରେଲ୍, ରୋଷ୍ଟନ୍ ଚେଜ୍ ଓ କାଇଲ୍ ମେୟର୍ସ। ଏହି ତିନି ଜଣଙ୍କୁ ଆଇସୋଲେଟ୍ କରିଦିଆଯାଇଛି। କରୋନାରେ ଆକ୍ରାନ୍ତ ହେବା ପରେ କଟ୍ଟରେଲ୍, ଚେଜ୍ ଓ ମେୟର୍ସଙ୍କୁ ଆସନ୍ତା ୧୩ ତାରିଖରୁ କରାଚୀରେ ଆରମ୍ଭ ହେବାକୁଥିବା ତିନିମ୍ୟାଚ୍ ବିଶିଷ୍ଟ […]

author-image
Ranjit Kumar Jena
ପାକିସ୍ତାନରେ ପାଦ ଦେଉ ଦେଉ ୩ କ୍ରିକେଟର୍ କରୋନାରେ ଆକ୍ରାନ୍ତ

Mayers,-Cottrell,-Chase

କରାଚୀ: ପାକିସ୍ତାନ ଗସ୍ତରେ ସୀମିତ ଓଭର କ୍ରିକେଟ୍ ସିରିଜ୍ ଖେଳିବାକୁ ଯାଇଥିବା ୱେଷ୍ଟଇଣ୍ଡିଜ୍ ଟିମ୍ ଉପରେ କରୋନା ଆକ୍ରମଣ କରିଦେଇଛି। ଭ୍ରମଣକାରୀ ଟିମର ତିନିଜଣ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ତିନି କ୍ରିକେଟର୍ ହେଲେ ଶେଲଡନ୍ କଟ୍ଟରେଲ୍, ରୋଷ୍ଟନ୍ ଚେଜ୍ ଓ କାଇଲ୍ ମେୟର୍ସ। ଏହି ତିନି ଜଣଙ୍କୁ ଆଇସୋଲେଟ୍ କରିଦିଆଯାଇଛି।

Advertisment

କରୋନାରେ ଆକ୍ରାନ୍ତ ହେବା ପରେ କଟ୍ଟରେଲ୍, ଚେଜ୍ ଓ ମେୟର୍ସଙ୍କୁ ଆସନ୍ତା ୧୩ ତାରିଖରୁ କରାଚୀରେ ଆରମ୍ଭ ହେବାକୁଥିବା ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରୁ ବାଦ୍ ଦିଆଯାଇଚି। ପାକିସ୍ତାନ ଗସ୍ତରେ ୱେଷ୍ଟଇଣ୍ଡିଜ୍ ଟିମ୍ ଟି-୨୦ ସିରିଜ୍ ପରେ ଡିସେମ୍ବର ୧୮ ତାରିଖରୁ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବ।

କ୍ରିକେଟ୍ ୱେଷ୍ଟଇଣ୍ଡିଜ୍ କହିଛି, ଟିମର ତିନିଜଣ ଖେଳାଳି ଓ ଜଣେ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ରୋଷ୍ଟନ୍ ଚେଜ୍, ଶେଲଡନ୍ କଟ୍ଟରେଲ, କାଇଲ୍ ମେୟର୍ସଙ୍କ ବ୍ୟତୀତ ସପୋର୍ଟ ଷ୍ଟାଫର ଜଣେ ସଦସ୍ୟ ମଧ୍ୟ ଅଛନ୍ତି। ଏହି ଖେଳାଳିମାନେ ୧୦ ଦିନ ଯାଏ ଆଇସୋଲେସନରେ ରହିବେ। ଏହି ଚାରିଜଣ ସଦସ୍ୟ କରୋନାର ଦୁଇଟି ଯାକ ଡୋଜ୍ ନେଇଛନ୍ତି ଏବଂ ଏମାନଙ୍କ ଭିତରେ ସେଭଳି ବଡ଼ ଲକ୍ଷଣ ନାହିଁ।

Advertisment

ପାକିସ୍ତାନ ଗସ୍ତରେ ୱେଷ୍ଟଇଣ୍ଡିଜ୍ ଅଧିକାଂଶ ସିନିୟର ଖେଳାଳିଙ୍କୁ ବିଶ୍ରାମ ଦେଇଛି। ଏଭଳି ସ୍ଥିତିରେ କଟ୍ଟରେଲ, ଚେଜ୍ ଓ ମେୟର୍ସଙ୍କ ଭଳି ଷ୍ଟାର୍ ଖେଳାଳିଙ୍କ ଅନୁପସ୍ଥିତି ଇଣ୍ଡିଜ୍ ଟିମର ପ୍ରଦର୍ଶନ ଉପରେ ପ୍ରଭାବ ପକାଇପାରେ। ଆହତ କାରଣରୁ ନିୟମିତ କ୍ୟାପଟେନ୍ କାଇରନ୍ ପୋଲାର୍ଡ ଓହରିଯାଇଥିବା ବେଳେ ଆନ୍ଦ୍ରେ ରସେଲ୍ ବର୍ତ୍ତମାନ ଅଷ୍ଟ୍ରେଲିଆର ବିଗ୍ ବ୍ୟାଶ୍ ଲିଗ୍ (ବିବିଏଲ୍)ରେ ଖେଳୁଛନ୍ତି।