Advertisment

ଅକ୍ଟୋବର ୨୨ରୁ  ‘ଥାର୍ଡ ଆଇ’ କର୍ପୋରେଟ ପ୍ରିମିୟର ଲିଗ

ସିପିଏଲ ଫ୍ରାଞ୍ଚାଇଜ ଭିତ୍ତିରେ ଆୟୋଜିତ ହେବ। ଅର୍ଥାତ ଖେଳାଳିଙ୍କ ନିଲାମ ହେବ। ଖେଳାଳି ନିଲାମୀ ପାଇଁ ପଞ୍ଜିକରଣ ଆରମ୍ଭ ହୋଇ ସାରିଛି।

Cricket

Cricket

Advertisment

ଆସନ୍ତା ଅକ୍ଟୋବର ୨୨ରୁ ଆରମ୍ଭ ହେବ ଓଡ଼ିଶାର ଅନ୍ୟତମ ବଡ଼ କର୍ପୋରେଟ ଟୁର୍ଣ୍ଣାମେଣ୍ଟ। ଥାର୍ଡ ଆଇ କର୍ପୋରେଟ ପ୍ରିମିୟର ଲିଗ (ସିପିଏଲ) ଅକ୍ଟୋବର ୨୨ ତାରିଖରୁ ୫ ଦିନ ଧରି ଭୁବନେଶ୍ୱରର ଘାଟିକିଆ ହାଇସ୍କୁଲ ପଡ଼ିଆରେ ଆୟୋଜିତ ହେବ। ସିପିଏଲ ଗୋଟିଏ ପ୍ରିମିୟମ କର୍ପୋରେଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ଏଥିରେ ୧୬ଟି ଦଳ ଭାଗ ନେବେ।କର୍ପୋରେଟ ପ୍ରଫେସନାଲଙ୍କ ମଧ୍ୟରେ ଖେଳୁଆଡ଼ ମନୋଭାବ, ଟିମୱର୍କ ଓ ବନ୍ଧୁତ୍ୱର ଭାବନାକୁ ପ୍ରସାର ପ୍ରଚାର କରିବା ଏହି ଟୁର୍ଣ୍ଣାମେଣ୍ଟର ମୂଳ ଉଦ୍ଦେଶ୍ୟ । 

Advertisment

ସିପିଏଲ ଫ୍ରାଞ୍ଚାଇଜ ଭିତ୍ତିରେ ଆୟୋଜିତ ହେବ। ଅର୍ଥାତ ଖେଳାଳିଙ୍କ ନିଲାମ ହେବ। ଖେଳାଳି ନିଲାମୀ ପାଇଁ ପଞ୍ଜିକରଣ ଆରମ୍ଭ ହୋଇ ସାରିଛି। ସିପିଏଲରେ ପ୍ରତିଟି ମ୍ୟାଚ୍‌ ୧୦ ଓଭର ବିଶିଷ୍ଟ ହେବ। ଟେନିସ ବଲରେ ମ୍ୟାଚ୍ ଗୁଡ଼ିକ ଖେଳାଯିବ। ୫ ଦିନ ଧରି ଚାଲିବାକୁ ଥିବା ଟୁର୍ଣ୍ଣାମେଣ୍ଟରେ ୧୬ଟି ଦଳ ମୋଟ ୩୨ଟି ମ୍ୟାଚ ଖେଳିବେ ।

ଟୁର୍ଣ୍ଣାମେଣ୍ଟରେ ମୋଟ ୩ ଲକ୍ଷ ୩୦ ହଜାର ଟଙ୍କାର ପୁରସ୍କାର ରାଶି ରହିଛି। ଚାମ୍ପିୟନଙ୍କୁ ୧ ଲକ୍ଷ ୫୦ ହଜାର ସହ ଆକର୍ଷଣୀୟ ଟ୍ରଫି ପ୍ରଦାନ କରାଯିବ। ସେହିପରି ରନର୍ସ ଅପ ଦଳକୁ ୮୦ ହଜାର ଓ ଟ୍ରଫି ଦିଆଯିବ। ପ୍ରତି ମ୍ୟାଚରେ ମ୍ୟାନ ଅଫ ଦ ମ୍ୟାଚ ପାଇଁ ୩ ହଜାର, ଶ୍ରେଷ୍ଠ ବ୍ୟାଟର ଓ ଶ୍ରେଷ୍ଠ ବୋଲରଙ୍କୁ ୧୦ ହଜାର ଲେଖାଏ ପ୍ରଦାନ କରାଯିବ।

Advertisment

ଆଜିର ସାମ୍ବାଦିକ ସମ୍ମିଳନୀରରେ ଥାର୍ଡ ଆଇ କର୍ପୋରେଟ ପ୍ରିମିୟର ଲିଗର ବରିଷ୍ଠ ଉପଦେଷ୍ଟା ପ୍ରମୋଦ ପ୍ରଧାନ, ରାଜୀବ ପଣ୍ତା, ଜ୍ଞାନଚନ୍ଦ୍ର ମିଶ୍ର, ମୁଖ୍ୟ ବକ୍ତା ଦରିଦ୍ର ନାରାୟଣ ନାୟକ,  ସଭାପତି ସୋନାଲ ସାହୁ,  ଉପ ସଭାପତି ଆଶୀଷ ଦାସ, ସମ୍ପାଦକ ଆଶୀଷ କୁମାର ସାମଲ, ଯୁଗ୍ମ ସମ୍ପାଦକ ନିର୍ମାଲ୍ୟ ଦାଶ, ସ୍ନେହାଂଶୁ ମହାନ୍ତି, ଶ୍ରୀବହ୍ଲଭ ବେହେରା ଓ ସୌରଭ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Odisha Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe