Advertisment

ଅଲିମ୍ପିକ୍ସରେ ସାମିଲ ହେଲା କ୍ରିକେଟ ସମେତ ୫ କ୍ରୀଡ଼ା

ବୈଠକରେ ଉପସ୍ଥିତ ଥିବା ସମସ୍ତ ୯୦ ଜଣ ସଦସ୍ୟ କ୍ରିକେଟ ସମେତ ୫ କ୍ରୀଡ଼ାକୁ ଅଲିମ୍ପିକ୍ସରେ ସାମିଲ କରିବା ସପକ୍ଷରେ ଭୋଟ ଦେଇଛନ୍ତି।

author-image
Hemant Lenka
India

India

ପୁଣି ଅଲିମ୍ପିକ୍ସରେ ଦେଖିବାକୁ ମିଳିବ। ଏଥିସହ ପ୍ରଥମଥର ପାଇଁ ଫ୍ଲାଗ ଫୁଟବଲରେ ଖେଳାଳିମାନେ ମେଡାଲ ପାଇଁ ଅଲିମ୍ପିକ୍ସରେ ଟକ୍କର କରିବେ। କାରଣ କ୍ରିକେଟ ଓ ଫ୍ଲାଗ ଫୁଟବଲ ସମେତ ୫ କ୍ରୀଡ଼ାକୁ ଅଲିମ୍ପିକ୍ସରେ ସାମିଲ କରାଯାଇଛି।

Advertisment

୨୦୨୮ ଲସ ଆଞ୍ଜେଲ୍ସ ଗେମ୍ସରେ କ୍ରିକେଟ, ଫ୍ଲାଗ ଫୁଟବଲ, ସ୍କ୍ୱାଶ, ବେସ ବଲ, ସଫ୍ଟ ବଲ ଓ ଲାକ୍ରୋସେକୁ ଦେଖିବାକୁ ମିଳିବ। ଏହି କ୍ରୀଡ଼ାଗୁଡ଼ିକୁ ଅଲିମ୍ପିକ୍ସରେ ସାମିଲ କରିବାକୁ ଆସିଥିବା ପ୍ରସ୍ତାବ ଉପରେ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି(IOC) ମୋହର ମାରିଥିଲା।

ଆଜି ଏହା ଉପରେ ମୁମ୍ବାଇରେ ବସିଥିବା ବୈଠକରେ ଭୋଟିଂ ହୋଇଥିଲା। ବୈଠକରେ ଉପସ୍ଥିତ ଥିବା ସମସ୍ତ ୯୦ ଜଣ ସଦସ୍ୟ କ୍ରିକେଟ ସମେତ ୫ କ୍ରୀଡ଼ାକୁ ଅଲିମ୍ପିକ୍ସରେ ସାମିଲ କରିବା ସପକ୍ଷରେ ଭୋଟ ଦେଇଛନ୍ତି।

Advertisment

୧୯୦୦ ମସିହା ପରେ କ୍ରିକେଟକୁ ପ୍ରଥମଥର ପାଇଁ ଅଲିମ୍ପିକ୍ସ ମାନ୍ୟତା ମିଳିଛି। କ୍ରିକେଟ ଅଲିମ୍ପିକ୍ସରେ ସାମିଲ ହୋଇଥିବାରୁ ଏହାର ପ୍ରସାରଣ ମୂଲ୍ୟ ଏବେ ୧୦୦ ମିଲିୟନ ଡଲାରରୁ ଅଧିକ ହୋଇଯିବ ବୋଲି ଆଇଓସି ଆଶା କରିଛି।

୨୦୨୮ LA ଅଲିମ୍ପିକ୍ସରେ ଉଭୟ ପୁରୁଷ ଓ ମହିଳା କ୍ରିକେଟରେ ୬ଟି ଲେଖାଏ ଦଳ ଭାଗ ନେବେ। ତେବେ ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ଡେବ୍ୟୁ କରିବାକୁ ଯାଉଥିବା ବ୍ରେକ ଡ୍ୟାନ୍ସ ୨୦୨୮ରେ ଦେଖିବାକୁ ମିଳିବ ନାହିଁ।

୧୯୦୦ ମସିହା ଅଲିମ୍ପିକ୍ସରେ ଶେଷଥର ପାଇଁ କ୍ରିକେଟକୁ ଦେଖିବାକୁ ମିଳିଥିଲେ। ଏଥିରେ ଦୁଇଟି ଟିମ ଗ୍ରେଟ ବ୍ରିଟେନ ଓ ଫ୍ରାନ୍ସ ଭାଗ ନେଇଥିଲେ। ଉକ୍ତ ମ୍ୟାଚ୍‌ ଦୁଇ ଦିନ ଧରି ଚାଲିଥିଲା ଓ ଗ୍ରେଟ ବ୍ରିଟେନ ୧୫୮ ରନରେ ମ୍ୟାଚ୍‌କୁ ଜିତି ସ୍ୱର୍ଣ୍ଣ ପଦକ ଜିତିଥିଲା। ‍ଫ୍ରାନ୍ସକୁ ରୌପ୍ୟ ପଦକ ମିଳିଥିଲା। କିନ୍ତୁ ଏଠାରେ କୌଣସି ତୃତୀୟ ଦଳ ନଥିବାରୁ କାହାକୁ ବ୍ରୋଞ୍ଜ ପଦକ ମିଳି ନଥିଲା।

କ୍ରିକେଟକୁ ସାମିଲ କରିବା ପାଇଁ ଆଇସିସି ଦେଇଥିବା ପ୍ରସ୍ତାବରେ କହିଥିଲା ଯେ ଅଲିମ୍ପିକ୍ସରେ ଉଭୟ ପୁରୁଷ ଓ ମହିଳା ଟିମ ଭାଗ ନେବେ। ୬ଟି ଲେଖାଏ ଦଳ ଅଲିମ୍ପିକ୍ସ ଖେଳିବେ। ଆଇସିସି ପ୍ରସ୍ତୁତ କରୁଥିବା ରାଙ୍କର ଟପ୍‌ ୬ ଟିମକୁ ଅଲିମ୍ପିକ୍ସକୁ ଯୋଗ୍ୟତା ଅର୍ଜନ କରିବାକୁ ସୁଯୋଗ ମିଳିବ। ଗୋଟିଏ ନିର୍ଦ୍ଦିଷ୍ଟ ସମୟସୀମା ରଖାଯିବ ଓ ଏହି ସମୟ ଭିତରେ ଟପ୍‌ ୬ରେ ରହିଥିବା ଦଳଗୁଡ଼ିକୁ ସିଧା ଅଲିମ୍ପିକ୍ସ ଟିକେଟ ମିଳିବ।

Cricket Olympics LA Olympics