Advertisment

ଅଲିମ୍ପିକ୍ସ ୨୦୨୮: ଜୁଲାଇ ୧୨ରୁ କ୍ରିକେଟ ଟକ୍କର

ଅଲିମ୍ପିକ୍ସର ଉଦଘାଟନ ଉତ୍ସବ ଜୁଲାଇ ୧୪ରୁ ଆରମ୍ଭ ହେବ। ହେଲେ କ୍ରିକେଟ ଟକ୍କର ଜୁଲାଇ ୧୨ରୁ ଆରମ୍ଭ ହୋଇଯିବ । ସେହିପରି କ୍ରିକେଟ ପ୍ରତିଯୋଗିତାର ମେଡାଲ ବା ପଦକ ମ୍ୟାଚ ୨୦ ଓ ୨୯ ଜୁଲାଇରେ ଖେଳାଯିବ ବୋଲି ଆଜି ଅଲିମ୍ପିକ୍ସ ଆସୋସିଏସନ ପକ୍ଷରୁ ଘୋଷଣା କରାଯାଇଛି।

Cricket

Cricket

Advertisment

ଆମେରିକାର ଲସ୍ ଆଞ୍ଜେଲସରେ ୨୦୨୮ରେ ହେବାକୁ ଥିବା ଅଲିମ୍ପିକ୍ସରେ ସାମିଲ ହେବ କ୍ରିକେଟ। ବିଧିବଦ୍ଧ ଭାବେ ଅଲିମ୍ପିକ୍ସରେ କ୍ରିକେଟ ସାମିଲ ହୋଇଥିବା ବେଳେ ଆଜି ଏହାର ମ୍ୟାଚ ସୂଚୀ ପ୍ରକାଶ ପାଇଛି। ଅଲିମ୍ପିକ୍ସରେ କ୍ରିକେଟ ମ୍ୟାଚ ପୋମୋନା ସହରର ଫେୟର ଗ୍ରାଉଣ୍ଡସ୍ ଷ୍ଟାଡିୟମରେ ଖେଳାଯିବ। ପୋମୋନା ସହର ଲସ୍ ଆଞ୍ଜେଲସ ଠାରୁ ପାଖାପାଖି ୫୦କିଲୋମିଟର ଦୂର।

Advertisment

ଅଲିମ୍ପିକ୍ସର ଉଦଘାଟନ ଉତ୍ସବ ଜୁଲାଇ ୧୪ରୁ ଆରମ୍ଭ ହେବ। ହେଲେ କ୍ରିକେଟ ଟକ୍କର ଜୁଲାଇ ୧୨ରୁ ଆରମ୍ଭ ହୋଇଯିବ । ସେହିପରି କ୍ରିକେଟ ପ୍ରତିଯୋଗିତାର ମେଡାଲ ବା ପଦକ ମ୍ୟାଚ ୨୦ ଓ ୨୯ ଜୁଲାଇରେ ଖେଳାଯିବ ବୋଲି ଆଜି ଅଲିମ୍ପିକ୍ସ ଆସୋସିଏସନ ପକ୍ଷରୁ ଘୋଷଣା କରାଯାଇଛି।

ମହିଳା ଓ ପୁରୁଷ ୨ଟି ବର୍ଗରେ ମୋଟ ୬-୬ ଟିମ ଭାଗ ନେବେ। ମୋଟ ୧୮୦ ଜଣ ଖେଳାଳି ଏହି ମହାକୁମ୍ଭରେ ସାମିଲ ହେବ। ଅର୍ଥାତ ଗୋଟିଏ ଟିମ ସର୍ବାଧିକ ୧୫ ଜଣ ଖେଳାଳି ବିଶିଷ୍ଟ ସ୍କ୍ୱାଡ ଅଲିମ୍ପିକ୍ସ ପାଇଁ ଘୋଷଣା କରିପାରିବେ। ଆୟୋଜକ କମିଟି ଦ୍ୱାରା ଜାରି ମ୍ୟାଚସୂଚୀ ଅନୁସାରେ ୧୪ ଓ ୨୧ ଜୁଲାଇରେ କୌଣସି ମ୍ୟାଚ ହେବନି। ବାକି ଦିନକ ଗୁଡ଼ିକରେ ମ୍ୟାଚ୍‌ ହେବ। ଗୋଟିଏ ଦିନରେ ୨ଟି ଲେଖାଏ ମ୍ୟାଚ ଖେଳାଯିବ।

Advertisment

୨୦୨୮ ଅଲିମ୍ପିକ୍ସରେ କ୍ରିକେଟ ଟି-୨୦ ଫର୍ମାଟରେ ଖେଳାଯିବ। ଏହା ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ଦ୍ୱାରା ସ୍ଥିର କରାଯାଇଛି । ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରିବା ଦ୍ୱାରା ଏହାର ପ୍ରଚାରପ୍ରସାର ଆହୁରି ହୋଇପାରିବ। ବିଶେଷକରି ଯେଉଁ ଦେଶଗୁଡ଼ିକରେ କ୍ରିକେଟ ଲୋକପ୍ରିୟ ନୁହେଁ, ସେଠାରେ ଏହା ପହଞ୍ଚି ପାରିବ ବୋଲି ଆଇସିସି ଲକ୍ଷ୍ୟ ରଖିଛି।

ଯୁକ୍ତରାଷ୍ଟ୍ର ଆମେରିକାରେ କ୍ରିକେଟ ସେତେଟା ଲୋକପ୍ରିୟ ନୁହେଁ। କିନ୍ତୁ ୨୦୨୮ ଅଲିମ୍ପିକ୍ସ ପରେ ଏଥିରେ ପରିବର୍ତ୍ତନ ଆସିପାରେ। ଅଲିମ୍ପିକ୍ସରେ କ୍ରିକେଟର ଇତିହାସ ଅତ୍ୟନ୍ତ ସୀମିତ ଓ ରୋଚକ।

୧୯୦୦ ମସିହା ପ୍ୟାରିସ୍ ଅଲିମ୍ପିକ୍ସରେ କ୍ରିକେଟ ପ୍ରଥମ ଥର ସାମିଲ ହୋଇଥିଲା। ମାତ୍ର ଦୁଇଟି ଦଳ - ଗ୍ରେଟ୍ ବ୍ରିଟେନ୍ ଓ ଫ୍ରାନ୍ସ ଏଥିରେ ଭାଗ ନେଇଥିଲେ। ଗ୍ରେଟ୍ ବ୍ରିଟେନ୍ ମ୍ୟାଚ୍ ଜିତି ସ୍ୱର୍ଣ୍ଣ ପଦକ ହାସଲ କରିଥିଲା। ତା’ପରେ କ୍ରିକେଟ ୧୨୮ ବର୍ଷ ଧରି ଅଲିମ୍ପିକ୍ସରୁ ବାଦ ପଡ଼ିଥିଲା। ଏବେ ପୁଣି କ୍ରିକେଟ ଅଲିମ୍ପିକ୍ସରେ ସାମିଲ ହେବାକୁ ଯାଉଛି।

Indian Cricket Team Cricket Olympics LA Olympics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe