Advertisment

କମନୱେଲଥ ଗେମ୍ସରୁ ହକି, କ୍ରିକେଟ, କୁସ୍ତି ଓ ଶୁଟିଂ ସମେତ ୯ ଇଭେଣ୍ଟ ବାଦ୍

ଗ୍ଲାସଗୋରେ ହେବାକୁ ଥିବା କମନୱେଲଥ ଗେମ୍ସରୁ 9ଟି ଖେଳକୁ ବାଦ ଦିଆଯାଇଛି

ଅଦ୍ୟତନ ହୋଇଛି
Hockey Stick And Ball

Hockey Stick And Ball

Advertisment

ସ୍କଟଲ୍ୟାଣ୍ଡର ଗ୍ଲାସଗୋରେ ହେବାକୁ ଥିବା କମନୱେଲଥ ଗେମ୍ସ 2026 ଆରମ୍ଭ ହେବା ପୂର୍ବରୁ ଭାରତକୁ ଲାଗିଛି ବଡ଼ ଝଟକା। 2026 ଜୁଲାଇ 23ରୁ ଅଗଷ୍ଟ 2 ପର୍ଯ୍ୟନ୍ତ ଗ୍ଲାସଗୋରେ ହେବାକୁ ଥିବା ଏହି ରାଷ୍ଟ୍ରମଣ୍ଡଳ କ୍ରୀଡ଼ାରୁ 9ଟି ଖେଳକୁ ବାଦ ଦିଆଯାଇଛି, ଯାହା ଭାରତର ବହୁ ସଂଖ୍ୟାର ମେଡାଲ ଆଶାକୁ କ୍ଷୀଣ କରିଦେଇଛି।

Advertisment

ସବୁଠାରୁ ବଡ଼ କଥା ହେଉଛି, ଭାରତୀୟ ଆଥଲେଟଙ୍କ ଦବଦବା ରହିଥିବା ଖେଳ ଯଥା- ହକି, ବ୍ୟାଡମିଣ୍ଟନ, କୁସ୍ତି, ଶୁଟିଂ ଆଦି କ୍ରୀଡ଼ାକୁ ଇଭେଣ୍ଟରୁ ବାଦ ଦିଆଯାଇଛି। ଟେବୁଲ ଟେନିସ, ସ୍କ୍ୱାଶ, ରୋଡ ରେସିଂ ଭଳି ଖେଳଗୁଡ଼ିକୁ ମଧ୍ୟ ଇଭେଣ୍ଟରୁ ବାଦ ଦିଆଯାଇଛି। ଫଳରେ ଭାରତର ମେଡାଲ ସଂଖ୍ୟା ପ୍ରଭାବିତ ହେବାର ଆଶଙ୍କା କରାଯାଉଛି।

19 ବଦଳରେ ହେବ 10 ଖେଳ:-
କମନୱେଲଥ ଗେମ୍ସ ପ୍ରତି 4 ବର୍ଷରେ ଥରେ ଅନୁଷ୍ଠିତ ହୋଇଥାଏ। ପୂର୍ବରୁ 2022ରେ ବର୍ମିଂହାମରେ ଅନୁଷ୍ଠିତ ରାଷ୍ଟ୍ରମଣ୍ଡଳ କ୍ରୀଡ଼ାରେ 19ଟି ଖେଳ ସାମିଲ ଥିଲା। ହେଲେ ଏବେ 2026 ସଂସ୍କରଣ ପାଇଁ ଏହି ସଂଖ୍ୟାକୁ 10 କରିଦିଆଯାଇଛି।  2014ରେ ଶେଷ ଥର ପାଇଁ ଗ୍ଲାସଗୋରେ ରାଷ୍ଟ୍ରମଣ୍ଡଳ କ୍ରୀଡ଼ା ଆୟୋଜିତ ହୋଇଥିଲା। 2026 ସଂସ୍କରଣ ଆୟୋଜନ ଅଧିକାର ଭିକ୍ଟୋରିଆ ପାଖରେ ରହିଥିଲା। ହେଲେ ଆର୍ଥିକ ଅସ୍ୱଚ୍ଛଳତା ଦର୍ଶାଇ ଆୟୋଜନ ଅଧିକାର ନିଜ ହାତରୁ ଛାଡ଼ିଦେଇଥିଲା ଭିକ୍ଟୋରିଆ। ଶେଷରେ 12 ବର୍ଷ ପରେ ପୁଣିଥରେ ଗ୍ଲାସଗୋ ସିଟିକୁ କମନୱେଲଥ ଗେମ୍ସ ଫେରିଛି। ଇଭେଣ୍ଟକୁ ଆର୍ଥିକ-ଅନୁକୂଳ କରିବା ପାଇଁ 9ଟି କ୍ରୀଡ଼ାକୁ ଏଥିରୁ ବାଦ ଦିଆଯାଇଥିବା ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। 

Advertisment

ଭାରତ କାହିଁକି ହେବ ପ୍ରଭାବିତ?:-
କମନୱେଲଥ ଗେମ୍ସରେ ଭାରତର ପ୍ରଦର୍ଶନ ବେଶ ଦୃଢ଼ ହୋଇଛି। ବିଶେଷ କରି ବର୍ତ୍ତମାନ ଇଭେଣ୍ଟରୁ ଅପସାରିତ ହୋଇଥିବା କ୍ରୀଡ଼ାରେ ଭାରତକୁ ଅଧିକ ସଫଳତା ମିଳିଛି। ହକି, ବ୍ୟାଡମିଣ୍ଟନ, ଶୁଟିଂ ଏବଂ କୁସ୍ତିରେ ଦେଶ ବହୁ ସଂଖ୍ୟାରେ ପଦକ ଜିତିଛି, ହେଲେ ଏସବୁ ଖେଳ ଆଗାମୀ ସଂସ୍କରଣରେ ସ୍ଥାନ ପାଇବ ନାହିଁ।

ତେବେ ଆଗାମୀ ସଂସ୍କରଣରୁ ଶୁଟିଂକୁ ବାଦ ଦେବା ଦେଶ ପାଇଁ ବିଶେଷ କ୍ଷତିକାରକ। କାରଣ ଭାରତ ଶୁଟିଂରେ ଶ୍ରେଷ୍ଠ ପ୍ରଦର୍ଶନ ସହ କମନୱେଲଥ ଗେମ୍ସରୁ 63ଟି ସ୍ୱର୍ଣ୍ଣ ସମେତ 135 ପଦକ ହାସଲ କରିଛି, ଫଳରେ ଏହି ଇଭେଣ୍ଟରେ ଶୁଟିଂ ଦେଶର ଅନ୍ୟତମ ସଫଳ କ୍ରୀଡା ଭାବରେ ପରିଗଣିତ ହୋଇଛି। ବିଭିନ୍ନ ବର୍ଗରେ 114 ପଦକ ସହିତ ରେସଲିଂ ମଧ୍ୟ ଭାରତ ପାଇଁ ରାଷ୍ଟ୍ରମଣ୍ଡଳ କ୍ରୀଡାରେ ଏକ ସଫଳ ଖେଳ ହୋଇପାରିଛି।

ସେହିପରି ଇଭେଣ୍ଟରୁ ହକିକୁ ବାଦ ଦେବା ଭାରତ ପାଇଁ ଆଉ ଏକ ଝଟକା, କାରଣ ଭାରତର ପୁରୁଷ ଦଳ 2010, 2014 ଓ 2022ରେ ଏହି ଇଭେଣ୍ଟର ଫାଇନାଲରେ ପହଞ୍ଚି ରୌପ୍ୟ ପଦକ ହାସଲ କରିଥିଲା। ଏହା ବ୍ୟତୀତ ହକିରେ ଦେଶକୁ ପୁରୁଷ ଦଳ ଦୁଇଟି କାଂସ୍ୟ ପଦକ ମଧ୍ୟ ଆଣିଥିଲେ।

ମହିଳା ହକି ଦଳର ପ୍ରଦର୍ଶନ ମଧ୍ୟ କମନୱେଲଥ ଗେମ୍ସରେ ଉଲ୍ଲେଖନୀୟ ଥିଲା। 2002ରେ ଫାଇନାଲରେ ପହଞ୍ଚି ଐତିହାସିକ ସ୍ୱର୍ଣ୍ଣ ସହିତ 2006ରେ ରୌପ୍ୟ ଓ 2022ରେ କାଂସ୍ୟ ପଦକ ଦେଶକୁ ଭେଟି ଦେଇଥିଲେ ଭାରତୀୟ ମହିଳା ହକି ଦଳ। 10ଟି ସ୍ୱର୍ଣ୍ଣ, 8ଟି ରୌପ୍ୟ, ଓ 13ଟି କାଂସ୍ୟ ସହ ଭାରତ 31 ପଦକ ଜିତିଥିବା ବ୍ୟାଡମିଣ୍ଟନ ଖେଳ ମଧ୍ୟ ଆଉ କମନୱେଲଥ ଗେମ୍ସର ଅଂଶ ହୋଇ ରହିବ ନାହିଁ।

Cricket Hockey Wrestling Commonwealth Games 2026
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe