Advertisment

ଜାଡେଜାଙ୍କ ‘ହିନ୍ଦୀ’ପ୍ରେସ କନଫରେନ୍ସ ବିବାଦ ପରେ ବାତିଲ ହେଲା କ୍ରିକେଟ ମ୍ୟାଚ୍‌

ଅଷ୍ଟ୍ରେଲିଆ ମିଡିଆ ଅଭିଯୋଗ କରିଛି ଯେ ଜାଡେଜା ଇଂରାଜୀରେ କୌଣସି ପ୍ରଶ୍ନର ଉତ୍ତର ଦେବାକୁ ମନା କରିଦେଇଥିଲେ। କିନ୍ତୁ ସେଠାରେ ଉପସ୍ଥିତ ଥିବା ଭାରତୀୟ ଗଣମାଧ୍ୟମର ପ୍ରତିନିଧି ଓ ଟିମ ଇଣ୍ଡିଆର ମ୍ୟାନେଜର ଏହାକୁ ଖଣ୍ଡନ କରି ଚାଲିଛନ୍ତି।

Jadeja

Jadeja

Advertisment

ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ଭାରତୀୟ କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ହିନ୍ଦୀ ପ୍ରେସ କନଫରେନ୍ସ ବିବାଦ ପରେ ବଡ଼ ଘଟଣା ଘଟିଛି। ଜାଡେଜାଙ୍କୁ ଅଷ୍ଟ୍ରେଲିଆ ମିଡିଆ ଟାର୍ଗେଟ କରିବା ପରେ ଦୁଇ ଦେଶର ସାମ୍ବାଦିକଙ୍କ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ବନ୍ଧୁତ୍ୱପୂର୍ଣ୍ଣ ଟି-୨୦ ମ୍ୟାଚ୍‌କୁ ବାତିଲ କରି ଦିଆଯାଇଛି।

Advertisment

ଭାରତ-ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟେଷ୍ଟ ସିରିଜର ୪ର୍ଥ ମ୍ୟାଚ୍‌ ମେଲବର୍ଣ୍ଣରେ ଖେଳାଯିବ। ଏହି ମ୍ୟାଚ୍‌ ପାଇଁ ଭାରତ ଶନିବାର ଠାରୁ ମେଲବର୍ଣ୍ଣରେ ଅଭ୍ୟାସ ଆରମ୍ଭ କରିଛି। ଅଭ୍ୟାସ ପରେ ଶନିବାର ମେଲବର୍ଣ୍ଣ ପଡ଼ିଆରେ ଜାଡେଜା କିଛି ରିପୋର୍ଟରଙ୍କୁ ବାଇଟ ଦେଇଥିଲେ।

ତେବେ ଅଷ୍ଟ୍ରେଲିଆ ମିଡିଆ ଅଭିଯୋଗ କରିଛି ଯେ ଜାଡେଜା ଇଂରାଜୀରେ କୌଣସି ପ୍ରଶ୍ନର ଉତ୍ତର ଦେବାକୁ ମନା କରିଦେଇଥିଲେ। କିନ୍ତୁ ସେଠାରେ ଉପସ୍ଥିତ ଥିବା ଭାରତୀୟ ଗଣମାଧ୍ୟମର ପ୍ରତିନିଧି ଓ ଟିମ ଇଣ୍ଡିଆର ମ୍ୟାନେଜର ଏହାକୁ ଖଣ୍ଡନ କରି ଚାଲିଛନ୍ତି।

Advertisment

ଏହାକୁ ନେଇ ମେଲବର୍ଣ୍ଣରେ ବିବାଦ ସୃଷ୍ଟି ହୋଇଥିଲା। ଏଥିପାଇଁ ଦୁଇ ଦେଶର ରିପୋର୍ଟରଙ୍କ ମଧ୍ୟରେ ହେବାକୁ ଥିବା ଟି-୨୦ ମ୍ୟାଚ୍‌କୁ ବୟକଟ କରାଯାଇଥିଲା। ତେଣୁ କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ଆୟୋଜନ କରାଯାଇଥିବା ବନ୍ଧୁତ୍ୱପୂର୍ଣ୍ଣ ଟି-୨୦ ମ୍ୟାଚ୍‌କୁ ବାତିଲ କରି ଦିଆଯାଇଛି।

ରିପୋର୍ଟ ଅନୁସାରେ, ଭାରତର ବ୍ୟାକରୁମ ଟିମ ସହ ଭାରତରୁ ଯାଇଥିବା ଗଣାମାଧ୍ୟମ ପ୍ରତିନିଧିମାନେ ପ୍ରେସ ମ୍ୟାଚକୁ ବୟକଟ କରିବାକୁ ନିଷ୍ପତ୍ତି ନେଇଥିଲେ। ରବିବାର ମଧ୍ୟାହ୍ନ ସମୟରେ ଦୁଇ ଦେଶ ମଧ୍ୟରେ ପ୍ରେସ ମ୍ୟାଚ୍‌ ଖେଳାଯିବାର ଥିଲା। ଜାଡେଜାଙ୍କ ସହ ଅଷ୍ଟ୍ରେଲିଆ ମିଡିଆ କରିଥିବା ବ୍ୟବହାର ପାଇଁ ମେଲବର୍ଣ୍ଣର ଜଙ୍କସନ ଓଭାଲରେ ଖେଳାଯିବାକୁ ଥିବା ମ୍ୟାଚ୍‌କୁ ଭାରତୀୟ ଗଣମାଧ୍ୟମର ପ୍ରତିନିଧି ବୟକଟ କରିଥିଲେ।

ପ୍ରଥମେ ଭାରତୀୟ ଟିମର ମିଡିଆ ମ୍ୟାନେଜର ନିଜ ନାଁକୁ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ରୁ ପ୍ରତ୍ୟାହାର କରି ନେଇଥିଲେ। ଏହାପରେ ଆଉ କିଛି ସଦସ୍ୟ ମଧ୍ୟ ସମାନ ପଦକ୍ଷେପ ନେଇଥିଲେ। ଫଳରେ ବାଧ୍ୟ ହୋଇ କ୍ରିକେଟ ଅଷ୍ଟ୍ରେଲିଆ ମ୍ୟାଚ୍‌କୁ ବାତିଲ କରିଛି।

Border-Gavaskar Trophy Ravindra Jadeja Australia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe