Advertisment

ଆସିଲା ଭାରତ- ଦକ୍ଷିଣ ଆଫ୍ରିକା ସିରିଜର ନୂଆ ସିଡ୍ୟୁଲ୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ନୂଆ କାର୍ଯ୍ୟସୂଚୀ ଜାରି କରାଯାଇଛି। କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ କାରଣରୁ ଏହି କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି। କ୍ରିକେଟ୍ ଦକ୍ଷିଣ ଆଫ୍ରିକା (ସିଏସଏ) ନୂଆ ସିଡ୍ୟୁଲ୍ ସୋମବାର ଜାରି କରିଛି। ଏହି ଗସ୍ତରେ ଭାରତ ତିନୋଟି ଟେଷ୍ଟ ଓ ସମାନ ସଂଖ୍ୟକ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବ। ସିରିଜର ପ୍ରଥମ ଟେଷ୍ଟ ଡିସେମ୍ବର ୧୭ ତାରିଖରୁ ଜୋହାନସବର୍ଗରେ ଖେଳାଯିବାର ଥିଲା, କିନ୍ତୁ ଏବେ ସିଏସଏ […]

ଅଦ୍ୟତନ ହୋଇଛି
ଆସିଲା ଭାରତ- ଦକ୍ଷିଣ ଆଫ୍ରିକା ସିରିଜର ନୂଆ ସିଡ୍ୟୁଲ୍

india-vs-saf

Advertisment

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ନୂଆ କାର୍ଯ୍ୟସୂଚୀ ଜାରି କରାଯାଇଛି। କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ କାରଣରୁ ଏହି କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି। କ୍ରିକେଟ୍ ଦକ୍ଷିଣ ଆଫ୍ରିକା (ସିଏସଏ) ନୂଆ ସିଡ୍ୟୁଲ୍ ସୋମବାର ଜାରି କରିଛି। ଏହି ଗସ୍ତରେ ଭାରତ ତିନୋଟି ଟେଷ୍ଟ ଓ ସମାନ ସଂଖ୍ୟକ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବ। ସିରିଜର ପ୍ରଥମ ଟେଷ୍ଟ ଡିସେମ୍ବର ୧୭ ତାରିଖରୁ ଜୋହାନସବର୍ଗରେ ଖେଳାଯିବାର ଥିଲା, କିନ୍ତୁ ଏବେ ସିଏସଏ ସିଡ୍ୟୁଲରେ ପରିବର୍ତ୍ତନ କରିଛି।

Advertisment

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏବେ ଟେଷ୍ଟ ସିରିଜ୍ ଡିସେମ୍ବର ୨୬ ତାରିଖ ଅର୍ଥାତ୍ ବକ୍ସିଂ ଡେ’ରୁ ଆରମ୍ଭ ହେବ। ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ସେଞ୍ଚୁରିଅନ୍ ସ୍ପୋର୍ଟ୍ସ ପାର୍କରେ ଖେଳାଯିବ। ଦ୍ୱିତୀୟ ଟେଷ୍ଟ ଆସନ୍ତା ବର୍ଷ ଜାନୁଆରୀ ୩ ତାରିଖରୁ ଆରମ୍ଭ ହେବ। ସେହିପରି ସିରିଜର ତୃତୀୟ ତଥା ଅନ୍ତିମ ଟେଷ୍ଟ କେପଟାଉନରେ ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ।

https://twitter.com/OfficialCSA/status/1467852222847496198?s=20

ଦିନିକିଆ ସିରିଜ୍ ଜାନୁଆରୀ ୧୯ ତାରିଖରୁ ଆରମ୍ଭ ହେବ। ଯାହା ପରେ ଦ୍ୱିତୀୟ ଓ ତୃତୀୟ ଦିନିକିଆ ଯଥାକ୍ରମେ ଜାନୁଆରୀ ୨୧ ଓ ୨୩ ତାରିଖରେ ଖେଳାଯିବ। ଏହି ଗସ୍ତରେ ଚାରୋଟି ଟି-୨୦ ମ୍ୟାଚ୍ ଖେଳାଯିବାର ଥିଲା। କିନ୍ତୁ ଏବେ ଏହାକୁ ପରେ ଆୟୋଜନ କରାଯିବ। ଟେଷ୍ଟ ସିରିଜ୍ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ନୂଆ ଚକ୍ରର ଅଂଶ ହେବ। ସେହିପରି ଦିନିକିଆ ସିରିଜ୍ ଆଇସିସି ପୁରୁଷ ବିଶ୍ୱକପ୍ ସୁପର୍ ଲିଗ୍-୨୦୨୩ର ପୁରୁଷ ବିଶ୍ୱକପ୍ ପାଇଁ ଯୋଗ୍ୟତା ଟୁର୍ଣ୍ଣାମେଣ୍ଟର ଅଂଶ ହେବ।

Advertisment

ସୂଚନାଯୋଗ୍ୟ, ଓମିକ୍ରମ କାରଣରୁ ଭାରତର ଦକ୍ଷିଣ ଆଫ୍ରିକା ଗସ୍ତକୁ ସପ୍ତାହେ ଘୁଞ୍ଚାଇ ଦିଆଯାଇଛି। ଯେଉଁ କାରଣରୁ ଏହି ସିରିଜ୍ ଡିସେମ୍ବର ୨୬ ତାରିଖରୁ ଆରମ୍ଭ ହେବ।

ଭାରତ- ଦକ୍ଷିଣ ଆଫ୍ରିକା ନୂଆ କାର୍ଯ୍ୟସୂଚୀ

ପ୍ରଥମ ଟେଷ୍ଟ: ଡିସେମ୍ବର ୨୬-୩୧, ସେଞ୍ଚୁରିଅନ୍
ଦ୍ୱିତୀୟ ଟେଷ୍ଟ ଜାନୁଆରୀ ୩-୭, ଜୋହାନସବର୍ଗ
ତୃତୀୟ ଟେଷ୍ଟ ଜାନୁଆରୀ ୧୧-୧୫, କେପ୍ ଟାଉନ୍
ପ୍ରଥମ ଦିନିକିଆ ଜାନୁଆରୀ ୧୯, ପର୍ଲ ବୋଲାଣ୍ଡ ପାର୍କ
ଦ୍ୱିତୀୟ ଦିନିକିଆ ଜାନୁଆରୀ ୨୧, ପର୍ଲ ବୋଲାଣ୍ଡ ପାର୍କ
ତୃତୀୟ ଦିନିକିଆ ଜାନୁଆରୀ ୨୩, କେପ୍ ଟାଉନ୍

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe