ଟିମ ଇଣ୍ଡିଆର କ୍ରିକେଟର କେଦାର ଯାଦବଙ୍କ ବାପା ନିଖୋଜ। ପୁଣେରେ ସୋମବାର ସେ ନିଖୋଜ ହୋଇଥିବା ଜଣାପଡ଼ିଛି। ଆଜି ଦିନ ୧୧ଟା ୩୦ରୁ କେଦାର ଯାଦବଙ୍କ ବାପା ମହାଦେବ ଯାଦବ ପୁଣେର କୋଥରୋଡ଼ରୁ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି। ଆଜି ସକାଳେ ଗଲା ପରେ ତାଙ୍କ ଫୋନ୍ ସୁଇଚ୍ଅଫ୍ ହୋଇଯାଥିଲା। ପରିବାର ଲୋକେ ଖୋଜାଖୋଜି କରିଥିଲେ। କିନ୍ତୁ ତାଙ୍କ ପତ୍ତା ନମିଳିବାରୁ ଅଲଙ୍କର ପୁଲିସ ଷ୍ଟେସନରେ କେଦାର ଯାଦବଙ୍କ ପରିବାର ଲୋକେ ଏନେଇ ଅଭିଯୋଗ କରିଛନ୍ତି ।
ପୁଲିସ ମହାଦେବଙ୍କ ଯାଦବଙ୍କୁ ଖୋଜାଖୋଜି ଜାରି ରଖିଛି। ତେବେ ସିସିଟିଟି ଫୁଟେଜ ଯାଞ୍ଚରୁ ମହାଦେବ ଯାଦବଙ୍କୁ ଖରଭେନଗରରେ ଶେଷ ଥର ପାଇଁ ଚିହ୍ନଟ କରାଯାଇଛି। ମହାଦେବ ଯାଦବ ମାନସିକ ରୋଗୀ ଥିବା ପୁଲିସ କହିଛି। ସେ ଡିମେନିଟିଆ ରୋଗରେ ପିଡ଼ିତ ଥିବା ପୁଲିସ କହିଛି।
ଏହି ରୋଗୀମାନଙ୍କର ସ୍ମରଣ ଶକ୍ତି କମ୍ ବୋଲି ଜଣାପଡ଼ିଛି। ତେବେ ପୁଲିସ ଏବଂ ପରିବାର ତାଙ୍କୁ ଖୋଜାଖୋଜି ଜାରି ରଖିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।