Advertisment

କ୍ରିକେଟର କେଦାର ଯାଦବଙ୍କ ବାପା ନିଖୋଜ

ପୁଣେରେ ସୋମବାର ସେ ନିଖୋଜ ହୋଇଥିବା ଜଣାପଡ଼ିଛି।

Kedar Jadhav

Kedar Jadhav

Advertisment

ଟିମ ଇଣ୍ଡିଆର କ୍ରିକେଟର କେଦାର ଯାଦବଙ୍କ ବାପା ନିଖୋଜ। ପୁଣେରେ ସୋମବାର ସେ ନିଖୋଜ ହୋଇଥିବା ଜଣାପଡ଼ିଛି। ଆଜି ଦିନ ୧୧ଟା ୩୦ରୁ କେଦାର ଯାଦବଙ୍କ ବାପା ମହାଦେବ ଯାଦବ ପୁଣେର କୋଥରୋଡ଼ରୁ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି। ଆଜି ସକାଳେ ଗଲା ପରେ ତାଙ୍କ ଫୋନ୍‌ ସୁଇଚ୍‌ଅଫ୍ ହୋଇଯାଥିଲା। ପରିବାର ଲୋକେ ଖୋଜାଖୋଜି କରିଥିଲେ। କିନ୍ତୁ ତାଙ୍କ ପତ୍ତା ନମିଳିବାରୁ ଅଲଙ୍କର ପୁଲିସ ଷ୍ଟେସନରେ କେଦାର ଯାଦବଙ୍କ ପରିବାର ଲୋକେ ଏନେଇ ଅଭିଯୋଗ କରିଛନ୍ତି ।

Advertisment

ପୁଲିସ ମହାଦେବଙ୍କ ଯାଦବଙ୍କୁ ଖୋଜାଖୋଜି ଜାରି ରଖିଛି। ତେବେ ସିସିଟିଟି ଫୁଟେଜ ଯାଞ୍ଚରୁ ମହାଦେବ ଯାଦବଙ୍କୁ ଖରଭେନଗରରେ ଶେଷ ଥର ପାଇଁ ଚିହ୍ନଟ କରାଯାଇଛି। ମହାଦେବ ଯାଦବ ମାନସିକ ରୋଗୀ ଥିବା ପୁଲିସ କହିଛି। ସେ ଡିମେନିଟିଆ ରୋଗରେ ପିଡ଼ିତ ଥିବା ପୁଲିସ କହିଛି।

ଏହି ରୋଗୀମାନଙ୍କର ସ୍ମରଣ ଶକ୍ତି କମ୍ ବୋଲି ଜଣାପଡ଼ିଛି। ତେବେ ପୁଲିସ ଏବଂ ପରିବାର ତାଙ୍କୁ ଖୋଜାଖୋଜି ଜାରି ରଖିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe