Advertisment

ଦିଲ୍ଲୀକୁ ଏୟାର ଲିଫ୍ଟ ହେବେ ଋଷଭ ପନ୍ତ

ନୂଆଦିଲ୍ଲୀ: କ୍ରିକେଟର ଋଷଭ ପନ୍ତଙ୍କୁ ଏୟାର ଲିଫ୍ଟ କରାଯାଇପାରେ।  ଅଧିକ ଚିକିତ୍ସା ପାଇଁ ଡେରାଡୁନରୁ ଦିଲ୍ଲୀକୁ ତାଙ୍କୁ ଏୟାର ଲିଫ୍ଟ କରାଯାଇପାରେ ବୋଲି ସୂଚନା ମିଳିଛି।  ଦିଲ୍ଲୀ କ୍ରିକେଟ ଆସୋସିଏସନର ଏକ ଟିମ୍ ଆଜି ଡେରାଡୁନ ଯାଉଛନ୍ତି। ଏହି ଟିମ୍  ମ୍ୟାକ୍ସ ହସ୍ପିଟାଲର କର୍ତ୍ତୃପକ୍ଷଙ୍କ ସହିତଅ ଆଲୋଚନା କରିବେ ।  DDCA ର ନିର୍ଦ୍ଦେଶକ ଶ୍ୟାମ ଶର୍ମା କହିଛନ୍ତି, ଯଦି ଦରକାର ପଡ଼େ ରିଷଭଙ୍କୁ ଦିଲ୍ଲୀ ଏୟାର୍ ଲିଫ୍ଟ କରାଯିବ।  ପ୍ଲାଷ୍ଟିକ ସର୍ଜରୀ ପାଇଁ ଏୟାର ଲିଫ୍ଟ […]

ଦିଲ୍ଲୀକୁ ଏୟାର ଲିଫ୍ଟ ହେବେ ଋଷଭ ପନ୍ତ

pant2

Advertisment

ନୂଆଦିଲ୍ଲୀ: କ୍ରିକେଟର ଋଷଭ ପନ୍ତଙ୍କୁ ଏୟାର ଲିଫ୍ଟ କରାଯାଇପାରେ।  ଅଧିକ ଚିକିତ୍ସା ପାଇଁ ଡେରାଡୁନରୁ ଦିଲ୍ଲୀକୁ ତାଙ୍କୁ ଏୟାର ଲିଫ୍ଟ କରାଯାଇପାରେ ବୋଲି ସୂଚନା ମିଳିଛି।  ଦିଲ୍ଲୀ କ୍ରିକେଟ ଆସୋସିଏସନର ଏକ ଟିମ୍ ଆଜି ଡେରାଡୁନ ଯାଉଛନ୍ତି। ଏହି ଟିମ୍  ମ୍ୟାକ୍ସ ହସ୍ପିଟାଲର କର୍ତ୍ତୃପକ୍ଷଙ୍କ ସହିତଅ ଆଲୋଚନା କରିବେ ।  DDCA ର ନିର୍ଦ୍ଦେଶକ ଶ୍ୟାମ ଶର୍ମା କହିଛନ୍ତି, ଯଦି ଦରକାର ପଡ଼େ ରିଷଭଙ୍କୁ ଦିଲ୍ଲୀ ଏୟାର୍ ଲିଫ୍ଟ କରାଯିବ।  ପ୍ଲାଷ୍ଟିକ ସର୍ଜରୀ ପାଇଁ ଏୟାର ଲିଫ୍ଟ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି । ତେବେ ଆଶ୍ୱସ୍ତିର କଥା ହେଉଛି ରିଷଭଙ୍କ ମୁଣ୍ଡ କିମ୍ବା ମେରୁଦଣ୍ଡରେ ବଡ଼ ଧରଣର ଆଘାତ ଲାଗି ନାହିଁ।  MRI ସ୍କାନରୁ ଏହା ସ୍ପଷ୍ଟ ହୋଇଛି।

Advertisment

କିନ୍ତୁ ଆଣ୍ଠୁ ଓ ଗୋଇଠି ଫୁଲି ରହିଛି।  କଣ ହୋଇଛି, ତାହା ଜାଣିବାକୁ ଆଜି ସ୍କାନ କରାଯିବ।  ରିଷଭଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବାର ମ୍ୟାକ୍ସ ହସ୍ପିଟାଲ ପକ୍ଷରୁ କୁହାଯାଇଛି।  ସେ ଏବେ ଅବଜର୍ଭେସନରେ ଅଛନ୍ତି।  ଗତକାଲି ସକାଳ ପ୍ରାୟ ସାଢ଼େ ୫ଟା ବେଳେ ଦିଲ୍ଲୀ-ହରିଦ୍ୱାର ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଋଷଭଙ୍କ ମର୍ସିଡିଜ୍ କାର୍ ।  ସେପଟେ ଡେରାଡୁନରେ ଋିଷବଙ୍କୁ ଭେଟି ତାଙ୍କ ସ୍ଥିତି ବାବଦରେ ପଚାରି ବୁଝିଛନ୍ତି ଅଭିନେତା ଅନୁପମ ଖେର ଓ ଅନିଲ କପୁର ।  ହସ୍ପିଟାଲକୁ ଯାଇ ଋିଷଭଙ୍କ ସହ କଥା ହେବା ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା କହିଛନ୍ତି।  ଅନ୍ୟପକ୍ଷରେ  ଋଷଭଙ୍କୁ ଦୁର୍ଘଟଣାଗ୍ରସ୍ତ ଗାଡିରୁ ଉଦ୍ଧାର କରିଥିବା ହରିୟାଣା ରୋଡ଼ୱେଜ୍‌ ବସ ଡ୍ରାଇଭର ଓ କଣ୍ଡରଙ୍କୁ ସମ୍ମାନିତ କରାଯିବ ବୋଲି କହିଛନ୍ତି ଉତ୍ତରାଖଣ୍ଡ ପୋଲିସ ଡିଜି ଅଶୋକ କୁମାର।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe