Advertisment

କ୍ରିକେଟର୍ ଶେନ୍ ୱାର୍ଣ୍ଣଙ୍କ ପରଲୋକ

ମେଲବର୍ଣ୍ଣ: ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର୍ ଶେନ୍ ୱାର୍ଣ୍ଣଙ୍କ ପରଲୋକ ହୋଇଛି। ଥାଇଲାଣ୍ଡରେ ହୃଦଘାତରେ ଓ୍ୱାର୍ଣ୍ଣଙ୍କ ପରଲୋକ ହୋଇଥିବା ତାଙ୍କ ମ୍ୟାନେଜମେଣ୍ଟ ଏକ ସଂକ୍ଷିପ୍ତ ବିବୃତିରେ କହିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିଲା। ୱାର୍ଣ୍ଣଙ୍କ ଦେହାନ୍ତ ଖବର ପାଇଁ କ୍ରିକେଟ୍‌ ଜଗତ ସ୍ତବ୍ଧ ହୋଇପଡ଼ିଛି। ତାଙ୍କ ପରଲୋକ କ୍ରିକେଟ୍ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। କିଛି ଘଣ୍ଟା ତଳେ ୱାର୍ଣ୍ଣ ନିଜ ଦେଶର କ୍ରିକେଟର୍ ରଡନୀ ମାର୍ଶଙ୍କ ଦେହାନ୍ତରେ ଟ୍ୱିଟ୍ କରି ଦୁଃଖ ପ୍ରକାଶ […]

ଅଦ୍ୟତନ ହୋଇଛି
କ୍ରିକେଟର୍ ଶେନ୍ ୱାର୍ଣ୍ଣଙ୍କ ପରଲୋକ

shane-warne

Advertisment

ମେଲବର୍ଣ୍ଣ: ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର୍ ଶେନ୍ ୱାର୍ଣ୍ଣଙ୍କ ପରଲୋକ ହୋଇଛି। ଥାଇଲାଣ୍ଡରେ ହୃଦଘାତରେ ଓ୍ୱାର୍ଣ୍ଣଙ୍କ ପରଲୋକ ହୋଇଥିବା ତାଙ୍କ ମ୍ୟାନେଜମେଣ୍ଟ ଏକ ସଂକ୍ଷିପ୍ତ ବିବୃତିରେ କହିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିଲା। ୱାର୍ଣ୍ଣଙ୍କ ଦେହାନ୍ତ ଖବର ପାଇଁ କ୍ରିକେଟ୍‌ ଜଗତ ସ୍ତବ୍ଧ ହୋଇପଡ଼ିଛି। ତାଙ୍କ ପରଲୋକ କ୍ରିକେଟ୍ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି।

Advertisment

କିଛି ଘଣ୍ଟା ତଳେ ୱାର୍ଣ୍ଣ ନିଜ ଦେଶର କ୍ରିକେଟର୍ ରଡନୀ ମାର୍ଶଙ୍କ ଦେହାନ୍ତରେ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଥିଲେ। କିନ୍ତୁ ଏହା ତାଙ୍କ ଜୀବନର ଶେଷ ଟ୍ୱିଟ୍ ହେବ ବୋଲି କେହି ଭାବିନଥିବେ।

https://twitter.com/ShaneWarne/status/1499563703083044865?s=20&t=vejjJLuzS9e4imUAMOZPdA

Advertisment

ୱାର୍ଣ୍ଣ ଥାଇଲାଣ୍ଡର ଏକ ଭିଲ୍ଲାରେ ଥିଲେ, ଯେଉଁଠାରେ ଶନିବାର ସକାଳ (ଅଷ୍ଟ୍ରେଲିଆ ସମୟାନୁସାରେ) ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। କିନ୍ତୁ ଡାକ୍ତରୀ ଦଳର ଆପ୍ରାଣ ଉଦ୍ୟମ ସତ୍ତ୍ୱେ ତାଙ୍କୁ ବଞ୍ଚାଯାଇ ପାରିନଥିଲା। ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିବା ଅନୁମାନ କରାଯାଉଛି।

ଉଭୟ ଦିନିକିଆ ଓ ଟେଷ୍ଟରେ ଶେନ୍ ୱାର୍ଣ୍ଣ ୧୦୦୧ଟି ୱିକେଟ୍ ନେଇଥିଲେ। ସେ ୧୪୫ଟି ଟେଷ୍ଟରୁ ୭୦୮ଟି ୱିକେଟ୍ ପାଇଥିଲେ। ଏହି ଫର୍ମାଟ୍‌ରେ ସେ ୩,୧୫୪ ରନ୍ ମଧ୍ୟ କରିଥିଲେ। ସେହିପରି ଶେନ୍ ୱାର୍ଣ୍ଣ ୧୯୪ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳି ୨୯୩ଟି ୱିକେଟ୍ ହାସଲ କରିଥିଲେ। ଦିନିକିଆରେ ସେ ୧,୦୧୮ ରନ୍ କରିଥିଲେ।

ଟେଷ୍ଟ୍ ମ୍ୟାଚ୍‌ରେ ଶେନ୍ ୱାର୍ଣ୍ଣଙ୍କ ବୋଲିଂ ଆଭେରେଜ ୨୫.୪୧ ରହିଥିଲା। ସେହିଭଳି ଦିନିକିଆରେ ଏହା ୨୫.୭୩ ରହିଥିଲା। ସେ ଟେଷ୍ଟ୍ ମ୍ୟାଚ୍‌ରେ ୩୭ ଥର ୫ଟି ୱିକେଟ୍ ନେଇଥିଲେ। ୭୧ ରନ୍‌ରେ ୮ ୱିକେଟ୍‌ ଥିଲା ଏହି ଫର୍ମାଟ୍‌ରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ। ସେହିପରି ଦିନିକିଆରେ ୩୩ ରନ୍‌ରେ ୫ଟି ୱିକେଟ୍‌ ଥିଲା ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ।

https://twitter.com/FoxCricket/status/1499746033085345796?s=20&t=8hWmwmcSTTk3UUg4HpK3Rw

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe