Advertisment

ତମ୍ବୁ ତଳେ ବିତିଥିଲା ପିଲାଦିନ, ଏବେ ମୁମ୍ବାଇରେ ୫.୪ କୋଟିର ଫ୍ଲାଟ୍ କିଣିଲେ

ଯଶସ୍ୱୀଙ୍କ କ୍ରିକେଟର ହେବା ସ୍ୱପ୍ନକୁ ସାକାର କରିବା ପାଇଁ ତାଙ୍କ ବାପା ଉତ୍ତର ପ୍ରଦେଶରୁ ମୁମ୍ବାଇରେ ଆସିଥିଲେ।

author-image
Debibandita Barick
Yashasvi Jaiswal

Yashasvi Jaiswal

ମୁମ୍ବାଇର ୫.୪ କୋଟି ଟଙ୍କାର ଫ୍ଲାଟ୍ କିଣିଛନ୍ତି ଭାରତୀୟ କ୍ରିକେଟର ଯୁବ ସେନସେସନ ଯଶସ୍ୱୀ ଜୈସ୍ୱାଲ। ରେଜିଷ୍ଟ୍ରେସନ୍ ଡକ୍ୟୁମେଣ୍ଟ୍ ଅନୁଯାୟୀ, ମୁମ୍ବାଇର ପୂର୍ବ ବାନ୍ଦ୍ରାରେ ସେ ୧,୧୦୦ ବର୍ଗଫୁଟର ଏକ ଫ୍ଲାଟ କିଣିଛନ୍ତି, ଯାହା ଜାନୁୟାରୀ ୭ରେ ପଞ୍ଜୀକୃତ ହୋଇଛି। ଯଶସ୍ୱୀ କିଣିଥିବା ଫ୍ଲାଟର ପ୍ରତି ବର୍ଗଫୁଟର ମୂଲ୍ୟ ୪୮,୪୯୯ ଟଙ୍କା।

Advertisment

ଯଶସ୍ୱୀଙ୍କ ଫ୍ଲାଟ୍ କିଣିବାକୁ ନେଇ ଏଥିପାଇଁ ଚର୍ଚ୍ଚା ହେଉଛି, କାରଣ ସେ ଦିନେ ମୁମ୍ବାଇର ଆଜାଦ ମୈଦାନରେ ତମ୍ବୁ ତଳେ ରହି ଜୀବନ ବିତାଉଥିଲେ। ଯଶସ୍ୱୀଙ୍କ କ୍ରିକେଟର ହେବା ସ୍ୱପ୍ନକୁ ସାକାର କରିବା ପାଇଁ ତାଙ୍କ ବାପା ଉତ୍ତର ପ୍ରଦେଶରୁ ମୁମ୍ବାଇରେ ଆସି ରହୁଥିଲେ। ଆଉ ଏହି ସମୟରେ ତାଙ୍କ ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ନଥିଲା। ସେମାନେ ଆଜାଦ ମୈଦାନରେ ତମ୍ବୁ ତଳେ ରହୁଥିଲେ। 

ଯଶସ୍ୱୀ ଯେ କେବଳ ତମ୍ବୁରେ ତିଆରି ଘରେ ରହୁଥିଲେ ତାହା ନୁହେଁ, ସେ ମୁମ୍ବାଇରେ ଗୁପ୍ ଚୁପ୍ ବିକ୍ରି କରିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା। ଆଉ ଆଜି ସେହି ଯଶସ୍ୱୀ ମୁମ୍ବାଇର ବାନ୍ଦ୍ରା ସହରରେ ଫ୍ଲାଟ୍ କିଣିଛନ୍ତି, ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ।

Advertisment

ନିକଟରେ ଆଇସିସି ରାଙ୍କିଙ୍ଗରେ ନକ୍ୟାରିଅରର ଶ୍ରେଷ୍ଠ ସ୍ଥାନରେ ପହଞ୍ଚିଛନ୍ତି ଯଶସ୍ୱୀ। ଗତ ରବିବାରରେ ଇଂଲଣ୍ଡ ବିପକ୍ଷରେ ଦ୍ୱିତୀୟ ଦ୍ୱିଶତକ ହାସଲ କରିବା ପରେ ଆଇସିସି ରାଙ୍କିଙ୍ଗରେ ୧୫ତମ ସ୍ଥାନରେ ପହଞ୍ଚିଛନ୍ତି। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ଶ୍ରେଷ୍ଠ ରାଙ୍କିଙ୍ଗ।

୨୦୨୦ରେ ୧୯ ବର୍ଷରୁ କମ୍ କ୍ରିକେଟ ବିଶ୍ୱକପରେ ସର୍ବ ସମ୍ମୁଖକୁ ଆସିଥିଲେ ଯଶସ୍ୱୀ। ଏହାପରେ ଆଇପିଏଲରେ ଆଉ ଏବେ ଇଣ୍ଡିଆର ଷ୍ଟାର୍ ଓପନର୍ ଭାବେ ପରିଚିତ ଯଶସ୍ୱୀ ଜୈସ୍ୱାଲ।

Yashasvi Jaiswal