Advertisment

କ୍ରିକେଟର ଯୁବରାଜ ସିଂହ ଗିରଫ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ଷ୍ଟାର୍ ଅଲରାଉଣ୍ଡର ଯୁବରାଜ ସିଂହ ହେଲେ ଗିରଫ। ଜାତିଆଣ ମନ୍ତବ୍ୟ ଦେବା ମାମଲାରେ ଯୁବରାଜ ସିଂହଙ୍କୁ ହରିୟାଣାର ହିସାର ଜିଲ୍ଲାରେ ଗିରଫ କରାଯାଇଛି। ଆଡଭୋକେଟ୍ ରଜତ କଲସନ୍ ହାଂସୀ ଥାନା ସହରରେ ଏସଟି ଆକ୍ଟ ଆଧାରରେ ଏକ ଏଫଆଇଆର୍ ଦାଖଲ କରିବା ପରେ ଏହି ଗିରଫଦାରୀ ହୋଇଛି। କିଛି ବର୍ଷ ତଳେ ରୋହିତ୍ ଶର୍ମାଙ୍କ ସହ ଲାଇଭ୍ ଚାଟ୍ ବେଳେ ୟୁଜବେନ୍ଦ୍ର ଚହଲଙ୍କ ଉପରେ ଅନୁସୂଚିତ ଜାତି ପ୍ରତି ଅପମାନଜନକ ମନ୍ତବ୍ୟ […]

ଅଦ୍ୟତନ ହୋଇଛି
କ୍ରିକେଟର ଯୁବରାଜ ସିଂହ ଗିରଫ

yuvraj-singh

Advertisment

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ଷ୍ଟାର୍ ଅଲରାଉଣ୍ଡର ଯୁବରାଜ ସିଂହ ହେଲେ ଗିରଫ। ଜାତିଆଣ ମନ୍ତବ୍ୟ ଦେବା ମାମଲାରେ ଯୁବରାଜ ସିଂହଙ୍କୁ ହରିୟାଣାର ହିସାର ଜିଲ୍ଲାରେ ଗିରଫ କରାଯାଇଛି। ଆଡଭୋକେଟ୍ ରଜତ କଲସନ୍ ହାଂସୀ ଥାନା ସହରରେ ଏସଟି ଆକ୍ଟ ଆଧାରରେ ଏକ ଏଫଆଇଆର୍ ଦାଖଲ କରିବା ପରେ ଏହି ଗିରଫଦାରୀ ହୋଇଛି। କିଛି ବର୍ଷ ତଳେ ରୋହିତ୍ ଶର୍ମାଙ୍କ ସହ ଲାଇଭ୍ ଚାଟ୍ ବେଳେ ୟୁଜବେନ୍ଦ୍ର ଚହଲଙ୍କ ଉପରେ ଅନୁସୂଚିତ ଜାତି ପ୍ରତି ଅପମାନଜନକ ମନ୍ତବ୍ୟ ଦେଇଥିଲେ।

Advertisment

ହାଂସୀ ପୁଲିସ୍ ଯୁବରାଜଙ୍କ ଗିରଫ କରିବା ପରେ ପଚରାଉଚରା କରିଥିଲା। ଏହା ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ଯୁବରାଜ ସିଂହଙ୍କୁ ଔପଚାରିକ ଜାମିନରେ ଛାଡ଼ି ଦିଆଯାଇଛି। ଏହି ମାମଲାରେ କିଛି ଦିନ ତଳେ ହାଇକୋର୍ଟ ଯୁବରାଜ ସିଂହଙ୍କୁ ଆଗୁଆ ଜାମିନ୍ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ନେଇ ହାଂସୀ ପୁଲିସ୍ ତାଙ୍କୁ ଔପଚାରିକ ଭାବେ ଗିରଫ କରିଥିଲା। ପୁଲିସ୍ ତାଙ୍କୁ କିଛି ପ୍ରଶ୍ନ ପଚାରିଥିଲା ଏବଂ ପରେ ଆଗୁଆ ଜାମିନର ଡକ୍ୟୁମେଣ୍ଟ ଆଧାରରେ ତାଙ୍କୁ ଛାଡ଼ି ଦେଇଛି।

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଯୁବରାଜ ଏହି ତଦନ୍ତରେ ସାମିଲ୍ ହେବା ପରେ ହିସାର ପହଞ୍ଚିଥିଲେ। ତାଙ୍କ ସହ ସୁରକ୍ଷାକର୍ମୀଙ୍କ ସମେତ ପାଞ୍ଚଜଣ ଷ୍ଟାଫ୍ ଏବଂ ଓକିଲ ମଧ୍ୟ ଚଣ୍ଡିଗଡ଼ରୁ ହିସାର ଯାଇଥିଲେ। କିଛି ଘଣ୍ଟା କାର୍ଯ୍ୟାନୁଷ୍ଠାନ ଓ ପଚରାଉଚରା ପରେ ସେ ପୁଣିଥରେ ଚଣ୍ଡିଗଡ଼ ଅଭିମୁଖେ ବାହାରି ଯାଇଥିଲେ।

Advertisment

ସୂଚନାଯୋଗ୍ୟ, ସୋଶାଲ ଆକ୍ଟିଭିଷ୍ଟ ରଜତ କଲସନ୍ ପୁଲିସରେ ଅଭିଯୋଗ କରିଥିଲେ, ଯେଉଁ ଆଧାରରେ ଯୁବରାଜଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଯୁବରାଜଙ୍କ ଉପରେ ଅଭିଯୋଗ ଲଗାଯାଇଥିଲା ଯେ ସେ ଅନୁସୂଚିତ ଜାତି ସମାଜ ବିରୋଧରେ ଆପତ୍ତିଜନକ ଶବ୍ଦର ପ୍ରୟୋଗ କରିଥିଲେ। ତାଙ୍କ ବିରୋଧରେ ଦଳିତ ଅଧିକାର କାର୍ଯ୍ୟକର୍ତ୍ତା ରଜତ କଲସନ ହାଂସୀ ଥାନାରେ ମାମଲା ଦାୟର କରିଥିଲା। ଏହି ମାମଲାକୁ ଖାରଜ କରିବା ପାଇଁ ଯୁବରାଜ ସିଂହ ହାଇକୋର୍ଟରେ ଆବେଦନ କରିଥିଲେ। ଯେଉଁ ଆଧାରରେ ହାଇକୋର୍ଟ ଯୁବରାଜଙ୍କ ବିରୋଧରେ ପୁଲିସର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe